Skip to main content

Posts

Showing posts from October, 2025

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Lyrics in odia | Dhika Jiban Ta Sehi Jia Prabhu Nama Dhare nahi Full Song Lyrics | BHAKTI MANDIR

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Song Lyrics BHAKTI MANDIR ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ସେ ଜୀବନେ କିଛି ମାନେ ନାହିଁ , ସେ ଜୀବନେ କେବେ ମୋକ୍ଷ ନାହିଁ  (2) ଯହିଁ ଜଗା ବହୁ ଛାଇ ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ----- Music ---------- ରସନା ବାସନା ସକଳ ରମଣ ଏ ତ ପଶୁ ତୁଲ୍ୟ କର୍ମ  ମଣିଷ ଜୀବନ ପାଇଛୁ ଯଦି ତୁ କରିଯାଅ କିଛି ପୁଣ୍ୟ ଏହି ଦେହ ମାଟି ବଉଳା ଗାଈ  , ଯେଉଁଠୁ ଆସିଛି ଯିବା ପଳାଇ  (2)  ତୋ ସାଥିରେ ଯିବେନି କେହି  ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ---------- Music --------- ଆଜି ମରିଗଲେ କାଲି କି ଦି'ଦିନ  , ତୋତେ ସବୁ ଭୁଲି ଯିବେ  ସାତ ପୁରୁଷର ଗଣ୍ଠିଧନ ତୋର  , ବାଣ୍ଟି କୁଣ୍ଟି ନେଇଯିବେ  ପାପ କଲେ ନର୍କ ଏଠି ଭୋଗିବୁ  , ପୁଣ୍ୟ କଲେ ପ୍ରଭୁ ପାଶେ ରହିବୁ  | ତୋର ଆନ ଗତି କିଛି ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ସେ ଜୀବନେ କିଛି ମାନେ ନାହିଁ  ସେ ଜୀବନେ କେବେ ମୋକ୍ଷ ନାହିଁ ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ( ସମାପ୍ତ )   👈Watch This On Our Channel And Enjoy