Skip to main content

Posts

Showing posts with the label ODIA BHAJAN

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ odia song lyrics | Jai Jai Jagannath Chadhi Nandi Ghosa Ratha Odia Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖିଲା ହେଳେ  | ଆତଙ୍ଗ...

Karuna Sagar Prabhu he full odia Lyrics |କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର Full Song Lyrics | Bhakti Mandir 🙇🏻

                                                            ୧.  କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର , ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛି କର |                                                             ୨.  ଦେଇଛ ଜନମ ଜଗତ ସେବା କରିବ ପାଇଁ , ଅବାଟରେ ଗଳେ ଆମକୁ ବାଟ ଦିଅ ବତାଇ |                                                           ୩. ତୁମରି ଦାନ ଏ ଜୀବନ ଲାଗୁ ବିଶ୍ଵ କଲ୍ୟାଣେ , ରହିଥାଉ ଆମ ଭକତି ଗୁରୁଜନ ଚରଣେ ।              ...

Chhanda Charane gali saranna full song lyrics | ଛନ୍ଦା ଚରଣେ ଗଲି ଶରଣ Full Song Lyrics | Bhakti Mandir 🙇🏻

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  " ଛନ୍ଦା ଚରଣ ମୋତେ ଗରିବ କି , କନ୍ଦାଇ କନ୍ଦାଇ ମାରିବା କି -- (2) ପତିତ ପାବନ ପ୍ରଭୁ ଅଧମ ତାରଣ  ଯଶୋଦା ଧନ ଜୀବନ ରାଧିକା ରମଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ---- MUSIC ------- ଶୟନେ ଦେଖୁଛି କୃଷ୍ଣ ସପନରେ କୃଷ୍ଣ , ମନା ବୃନ୍ଦାବନେ ମୋର ଦୀନ ନିଶି କୃଷ୍ଣ  ||  --- (2) କୁସୁମ ମାଳତୀ କୁଞ୍ଜ ଗିରି ଗୋବର୍ଧନ  ଟ୍ରିଭଙ୍ଗି ଠାଣି ରେ ଉଭା ଶ୍ରୀ ମଧୁସୂଦନ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ----- Music ------ ଶ୍ରୀ ନୀଳ କନ୍ଦରେ ବିଜେ ହେ ଚକାନୟନ , ପତିତ ଉଦ୍ଧାର ପାଇଁ ଅବତାର ପୁଣ  |  --- (2) ସଙ୍ଗତେ ଭାଇ ଭଉଣୀ ଚକ୍ର ସୁଦର୍ଶନ , ଚତୁର୍ଦ୍ଧା ମୂରତି ଦେଖ କେଡେ ଶୋଭବନ || ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  -------- Music ------- ତ୍ରେତୟା ଯୁଗରେ ପ୍ରଭୁ...

Why a mother is truly great ? ଆଜି ଠାରୁ ମାଆ ଡାକ ଆଉ ନ ଶୁଭିବ Full Song Lyrics | By Dillip Kumar Sahoo | Bhakti Mandir 🙇🏻🙇🏻🙇🏻

                  Mother’s love is the purest love in the world, full of sacrifice and care.There is no one in this world who loves us more than our mother.A mother is the first teacher, first friend, and first guide in our life.God could not be everywhere, so He created mothers.Behind every successful child, there is a loving and hardworking mother.Her sacrifice cannot be measured in words.The story I am going to tell shows why a mother is truly great.How ??? STORY BEGINS :-  In a small village, there lived a boy named Raju. He was naughty and never paid attention to his studies. His mother worked very hard day and night to educate him and make him a good person. One day, Raju fell seriously ill. His mother stayed awake the whole night taking care of him. She took him to the doctor, gave him medicines, and prayed to God for his recovery. After a few days, Raju got well. He realized how much his mother suffered for him. He sa...

Mana mohan he mun ki tumar nuhai |ମନ ମୋହନ ହେ ମୁଁ କି ତୁମର ନୁହଁଇ full song lyrics | Bhakti Mandir 🙇🏻 i..

ମନ ମୋହନ ହେ ....... ମୁଁ କି ତୁମର ନୁହଁଇ ......... ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ   ( 2) (  MUSIC  ) ଯେବେ ଯେତେ ମାୟା ଅଛଇ ତୁମର , କେବେ ଗୋଚର ନୁହଁଇ ମଣିଷ ତ ମୁହିଁ ଜାଣିବି ବା କାହିଁ ମାୟାଧର ପରା ତୁହି ମନ ମୋହନ ହେ ମୁଁ କି ତୁମର ନୁହଁଇ (  MUSIC  ) ଚିନ୍ତା ମଣୀ ପଦ ବସି ଚିନ୍ତୁ ଅଛି ଆସିବ କେବେ ମୋ ପାଇଁ ବିଳମ୍ବ ହୋଇଲେ ପରାଣ ତେଜିବି ଭାସେ ଅଭିରାମ ବାଇ ମନ ମୋହନ ହେ  ମନ ମୋହନ ହେ ମୁଁ କି ତୁମର ନୁହଁଇ . ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ ( ସମାପ୍ତ )​

Magu Nahi Kichhi Mun Au Full Song Lyrics | ମାଗୁ ନାହିଁ କିଛି ମୁଁ ଆଉ Full Song Lyrics | Bhakti Mandir

ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | କରୁଣା ବାରିଧି କରୁଣା କଣାରୁ, କାଣିଚାଏ ପ୍ରଭୁ ମି ଭାଲେ ଥାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ----- Music ------ ନୀତି ନୀତି ଅର୍ଚ୍ଚନା ଫୁଲ , ଗୁନ୍ଥି ଗୁନ୍ଥି ବିତ୍ତୁ ମୋ କାଳ ।  ବଳ ଦିଅ କର ଚନ୍ଦନ କର୍ପୂର  , ଲାଗି ଆଳତି କି ନୀତି ତ ଯାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ----- Music ------ ପଦ ସେବା ବ୍ରତରେ ରତ୍ତ , ଅବିରତ ରହୁ ମୋ ଚିତ୍ତ । ଯେବେ ଜୀବ ଯିବ ଥିବା ତୁମ୍ଭ ଧ୍ୟାନ , ହରି ହରି ନାମ ମୋ କଣ୍ଠ ଗାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | କରୁଣା ବାରିଧି କରୁଣା କଣାରୁ,  କାଣିଚାଏ ପ୍ରଭୁ ମି ଭାଲେ ଥାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ( ସମାପ୍ତ )

ODIA BHAJAN LYRICS | ଛାଡ଼ିଗଲେ ଗୁଣ ମଣୀ FULL SONG LYRICS | BHAKTI MANDIR

ଛାଡ଼ିଗଲେ ଗୁଣ ମଣୀ  ଝୁରି ଝୁରି ମରିବି ମୁଁ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ତୁ ମୋହର ମୁଁ ତୋହର  କରିବୁନି ଅନ୍ତର | ମାରୁଅଛି ପଞ୍ଚ ଶର  ବହୁ ଅଛି ଶରୀର || ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  କି ସୁନ୍ଦର ଲଲାଟ , ପଡୁଅଛି ଅଲୋଟ  ଗଜକାନ୍ତ ପଲଙ୍କରେ  ଆଉ ନ ହୋଇବ ଭେଟ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ରସବତି ରସିବ କାନ୍ତ କୋଳେ ବସିବ ଭଣେ ଉପଇନ୍ଦ୍ର ଭଞ୍ଜ  ଚାରି ଚକ୍ଷୁ ମିଶିବ ସଜନୀ ଗୋ  ଆଉ କାହା କର ଧରିବି ମୁଁ  ସଜନୀ ଗୋ  ଛାଡ଼ିଗଲେ ଗୁଣ ମଣୀ  ଝୁରି ଝୁରି ମରିବି ମୁଁ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ( ସମାପ୍ତ )

Sehi Prabhu Nuha Ki Tume Full Song Lyrics | ସେହି ପ୍ରଭୁ ନୁହଁ କି ତୁମେ Full Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖିଲା ହେଳେ  | ଆତଙ୍ଗ...

କୁଞ୍ଜ ବନେ କଳା ନିଧି କଳା ନିଧି full song Odia Lyrics | Kunja Bane Kala Nidhi Odia Lyrics | Bhakti Mandir🙇🏻

କୁଞ୍ଜ ବନେ କଳା ନିଧି କଳା ନିଧି Full Song Lyrics By Dillip Kumar Sahoo BHAKTI MANDIR   କୁଞ୍ଜ ବନେ କଳା ନିଧି କଳା ନିଧି , କଳା ନିଧି କଳା ଶ୍ରୀ ହରି -- 2 କହନ୍ତି  ସକଳେ କଳକଣ୍ଠି ପାଶେ  , କଳକଣ୍ଠୀ ପ୍ରୀତି ସୁମରି   କୋକିଳ .... ଅ...... କି କରୁଥିବ ରାମାମଣୀ  କୁସୁମ ଶାୟକ ଶାୟକ ଶାୟକ ଶାୟକ ବିନ୍ଦୁ ଥିବ ଟାଣି କୋକିଳ ... କି କରୁଥିବ ରାମାମଣୀ --2 ---- Music ----- ଗଳା ମାଳା ମୋର ପ୍ରିୟକ ପ୍ରିୟକ  ପ୍ରିୟକ ପ୍ରିୟକ ଦେଖିବ  ଗୌରୀ ନ କରି ପ୍ରିୟକ ପ୍ରିୟକ  ପ୍ରିୟକ ମୋହିନୀ ହସିବ  କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  ଗୁରୁ ସମ ମଣୀ ତାରଣ ତାରଣ  ତାରଣ ଡୋଳା ହେଉଥିବ କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  --- Music ----- କ୍ଷମା ଥାଉ ବୃଷାଙ୍କ ବୃଷାଙ୍କ  ବୃଷାଙ୍କ ବୃଷାଙ୍କ ଦହୁଛି | କ୍ଷିତି ମଣ୍ଡନା ପାଶେ ଏତେ କହିବ  କର ଧରି ତୋତେ କହୁଛି  କୋକିଳ ..... ଯତନେ ତାର ସଖୀ ଗଣ  କ୍ଷମେ ରକ୍ଷା କର ଉପ ଇନ୍ଦ୍ର  ଉପ ଇନ୍ଦ୍ର ଭଞ୍ଜ ମଙ୍ଗରାଜଙ୍କୁ  କୋକିଳ .... କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ  କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ -- 2 -- ସମାପ୍ତ ----

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Lyrics in odia | Dhika Jiban Ta Sehi Jia Prabhu Nama Dhare nahi Full Song Lyrics | BHAKTI MANDIR

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Song Lyrics BHAKTI MANDIR ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ସେ ଜୀବନେ କିଛି ମାନେ ନାହିଁ , ସେ ଜୀବନେ କେବେ ମୋକ୍ଷ ନାହିଁ  (2) ଯହିଁ ଜଗା ବହୁ ଛାଇ ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ----- Music ---------- ରସନା ବାସନା ସକଳ ରମଣ ଏ ତ ପଶୁ ତୁଲ୍ୟ କର୍ମ  ମଣିଷ ଜୀବନ ପାଇଛୁ ଯଦି ତୁ କରିଯାଅ କିଛି ପୁଣ୍ୟ ଏହି ଦେହ ମାଟି ବଉଳା ଗାଈ  , ଯେଉଁଠୁ ଆସିଛି ଯିବା ପଳାଇ  (2)  ତୋ ସାଥିରେ ଯିବେନି କେହି  ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ---------- Music --------- ଆଜି ମରିଗଲେ କଲି କି ଦି'ଦିନ  , ତୋତେ ସବୁ ଭୁଲି ଯିବେ  ସାତ ପୁରୁଷର ଗଣ୍ଠିଧନ ତୋର  , ବାଣ୍ଟି କୁଣ୍ଟି ନେଇଯିବେ  ପାପ କଲେ ନର୍କ ଏଠି ଭୋଗିବୁ  , ପୁଣ୍ୟ କଲେ ପ୍ରଭୁ ପାଶେ ରହିବୁ  | ତୋର ଆନ ଗତି କିଛି ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ସେ ଜୀବନେ କିଛି ମାନେ ନାହିଁ  ସେ ଜୀବନେ କେବେ ମୋକ୍ଷ ନାହିଁ ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ( ସମାପ୍ତ )   👈Watch This On Your Channel And Enjoy

ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo

ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ କିଞ୍ଚିତେ କରୁଣ କଲେ ......          କୂଳରେ  ଲଗିବି ଯାଇ ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------ ଖଣ୍ଡା ଖର୍ପର ଧାରିଣୀ            ସର୍ବ ଶତ୍ରୁ ବିନାଶିନୀ - (2) ଘେନ ମୋର ନିବେଦନ .....          ପଦ୍ମ ପାଦେ କର ତ୍ରାହି ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ  କୁ ପୁତ୍ର କୁ ରକ୍ଷା କର ...... , ଅଭୟ ବର କୁ ଦେଇ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 ) ମନେ କରିଛି ଭରଷା  , ତୁହି ସର୍ବ ଶକ୍ତି ମୟୀ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ  ----- ( Music ) ------  ବିଷମ ମାୟା ତୁମ୍ଭର  , ମୁଁ କି ଜାଣେ ନର ଛାର .... ( 2) ବସିଛୁ ହୋଇ ପଥର , ଡାକ କର୍ଣ୍ଣେ  ଶୁଭୁ ନାହିଁ ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ  ----- ( Music ) ------  ସେବକ ଅଧମ ହୀନ , ନ ଜାଣଇ ତବ ଧ୍ୟାନ  ---- (2 ପୂଜା ...

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା ) 1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |     ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |      ପିଇବା ଆଗୁ ଭଣ୍ଡିଲ ଯାଚି ସୁମଧୁର ପଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 3. ବିତରୀ ସଂସାର ସାର ଫଳକୁ କଲ ଅସାର  |      ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||          || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |      ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |      ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

ଗୋ ରାଧେ ବଂଶୀଟି ଆମ୍ଭର ଦିଅ | go radhe banshi ti ambhar dia full song lyrics | Bhakti Mandir by Dillip kumar Sahoo

ଅତି ଯତନରେ ବଂଶୀ ଗଢ଼ାଇଲି , ସୁନା ର ବେଣ୍ଟ ଲଗାଇ  କେ ଯାଇ କହିବ ମାତା ଯଶୋଦାଙ୍କୁ --(2) ବଂଶୀ ମୋ ନେଲେ ଚୋରାଇ  ରାଧେ  ବଂଶୀ ଟି ଆମ୍ଭର ଦିଅ ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ  ହସ୍ତର କଙ୍କଣ ଗଳା ମୋତି ହାର ..... (2) ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 1 ) କଳା ବନ୍ଧ ଶାଢ଼ୀ ପିନ୍ଧିବାର ବେଳେ , ଅନାଇ ଥିଲି ଗୋ ତୋତେ ..... (2) ଆଗର ପଣତ ପଛକୁ ପକାଇ .. (2) ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 2) ବଂଶୀ ଚାରିପାଖେ ସୁବର୍ଣ୍ଣ ଛୁଆଣୀ , ବାନା ଉଡେ ତିନିପୁର ... (2) କହେ ସାଲବେଗ ଜାତିରେ ଯବନ ...(2) ହଟିଆ ନାଗର ବର ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ହସ୍ତର କଙ୍କଣ ଗଳା ମୋତି ହାର ..... (2)  ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ... (3) ( ସମାପ୍ତ )

ବାରମାସୀ ଗୀତ | Baramashi Gita | bhakti Mandir By Dillip Kumar Sahoo

1.      ମାର୍ଗଶୀର     ଆଦ୍ୟ ମାର୍ଗଶୀର ମାସର ଶୀତ ,   ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ........  |    ମୁଁ ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ     କାହୁଁ ଆଣିଦେବି କମଳା କାନ୍ତ ମୋ କାହ୍ନୁ ରେ  ||  2.        ପୌଷ       ପୌଷେ ଚନ୍ଦ୍ରା ବଳୀ ଚପୋଳି ବସି ,     ହସ୍ତେ ବନମାଳ କଣ୍ଠେ ତୁଳସୀ  |     ସେ ଦିନ ଜାଣିଲି ଏ ଗୋବିନ୍ଦ ବର ,     କୃଷ୍ଣ କଥା ଯାକ ପଡେ ମନୋରମ କାହ୍ନୁ ରେ  || 3.          ମାଘ      ମାଘରେ ମଘୋଇ ଆସିବେ ବୋଲି ,     ସେ ଯଶ ଜାଣିଲି ପାଖୁଡ଼ା ମେଲି  |     ଉଜାଗି ବସିଲି ମାଣିକ ବତୀ ,      ନୀତି ଉଜାଗରେ ପହିଲା ରାତି ମୋ କାହ୍ନୁ ରେ  || 4.        ଫାଲଗୁନ     ଫାଲଗୁନ ମାସରେ ଦୋଳ ଗୋବିନ୍ଦ ,      ଫଗୁ ଖେଳୁଛନ୍ତି ପରମାନନ୍ଦ |     ଅଭିର ସାଙ୍ଗ ଝାଲେରୀ ମିଶାଇ ,     ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ ମୋ କାହ୍ନୁ ରେ  || 5....

କରମଳା କଳା ମେଘ ଝରି ଝରି ଆସ || Kara malla Kalla megha jhari jhari asa || Bhakti Mandir 🙇🏼‍♂️

କରମଳା କଳା ମେଘ ଝରି ଝରି ଆସ , ମୋ ଚିତ୍ତ ଚାତକେ ... (2) ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) --> ଯେତେ ନଦୀ ନାଳ ଝରଣା ଯାକର ,       କେଉଁ ଥିରେ ତୃଷ୍ଣା ନ ମେଣ୍ଟ ଇ ମୋର  ... (2) ଏକା ତୁମ୍ଭ କୃପା ଜଳେ .. (2) ମେଣ୍ଟିବ ମୋ ଶୋଷ ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 1) ଏ ମାୟା ସଂସାର ଜଞ୍ଜାଳ କପୋତ , ଜଳି ଜଳି ପ୍ରାଣ ହୁଏ ସଞ୍ଚାପିତ || (2) ତ୍ରିଭୁଜ ଆଡ଼ପ ପରେ .... (2) ଆଖ ପୀତବାସ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 2) ଆହେ ହୃଦନାଥ ଭାବିଛ କି ପର ,  ପରାଣ ବନ୍ଧୁ ମୋ ଅଭିନ ସୁନ୍ଦର  ||    (2) ରାଜୀବ କେଉଁ ଯଶ .... (2) ଭକ୍ତ ଗଲେ ନାଶ  ହୋ .... କରମଳା କଳା ମେଘ ଝରି ଝରି ଆସ , (2) ମୋ ଚିତ୍ତ ଚାତକେ ... (2)  ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) ( ସମାପ୍ତ )

ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ || Ahe Dina bandhab || Bhakti Mandir 🙇🏼‍♂️

ସବୁ କାଢି ନେଇ କାଙ୍ଗାଳ ସଜାଇ ...... ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ  Starting Music .... ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... (2) ସବୁ କାଢି ନେଇ କାଙ୍ଗାଳ ସଜାଇ ....(2).  ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 1 ) ଗର୍ବ ଅଭିମାନ ହିଂସା ପାପ କାମ , ସବୁ କାଢି ନେଇ ଦିଅ ପଦେ ସ୍ଥାନ .. (2) ଧନ ଜନ ପଦ ହୋ ...... ଧନ ଜନ ପଦ , କାମନା ଗୌରବ .... (2) ନିଅ ଆହେ କାଢି ନିଅ ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 2) ଅପରାଧୀ ଏହି ଯେଉଁ ଚତୁର୍ବିଂଶ , ସର୍ବଦା ମୋ ପାଶେ କରନ୍ତି ଅବଶ ... (2) ଦାସଠାରେ କିମ୍ପା .... ହୋ ..... ଦାସଠାରେ କିମ୍ପା କରିଅଛ ରୋଷ ... (2) କୃପା ନେତ୍ରେ ଅବ ଚାହଁ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 3 ) ଆହେ ହୃଦାନଥ ଭାବୁଛ କି ପର , ପରାଣ ବନ୍ଧୁ ହେ ନୁହେଁ ମୁଁ ଅନ୍ୟର .. (2) ଭାବେ ଅଭିରାମ ...... ଅ ...... ଭାବେ ଅଭିରାମ , ତୋ କିଣା ଦାସକୁ  ... (2) ପାଦ ପଦ୍ମେ ସ୍ଥାନ ଦିଅ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ସବୁ କାଢି ନେଇ...

ନିଶ୍ୱ କରହେ ମୋତେ ବିଶ୍ଵ ବିହାରୀ || Niswa Karahe Mote Biswa Bihari || Bhakti Mandir 🙇🏻‍♂️

ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2) ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)  ( Music 1 ) " ଅଳପ ଚାହିଁଲି ଅନେକ ପାଇଲି  ,  ଆଉ କିଛି ଚାହେଁନା  | ଅମୃତ ଭାବନା କରେ ଆନମନା , କିଛି ଭଲ ଲାଗେନା ||  " (2) ଜୀବନଟା ଲାଗି ଲାଣି .... (2) ଏବେ ଭାରି ଭାରି....... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ( Music 2 ) ମଳୟ ପରଷ ନ ପାଇଲି , ବାସ ନାହିଁ ଚନ୍ଦନେ | ତୁମକୁ ନ ପାଇ ଯେତେ ଯାହା ପାଇଲେ , ଶାନ୍ତି ନାହିଁ ଜୀବନେ  || (2) ଅଶାନ୍ତି ରୁ ପ୍ରଶାନ୍ତିକୁ... (2) ପ୍ରାଣ ହୁଏ ଝୁରି ... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2)  ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

     କଥା : -         ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)             ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)                         ତୁମ୍ଭେ ଗରିବ ଗଣ୍ଠି ଧନ  START SINGING  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ତୋ ରୂପେ ନେତ୍ରେ ଲାଖି ଥାଉ ହେ ପଦ୍ମ ଆଖି  .... (2)  ତୁମ୍ଭେ ଗରିବ ଗଣ୍ଠି ଧନ ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 1 ) ଆହେ କରୁଣା ସିନ୍ଧୁ  , ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2) କଞ୍ଜ ଚରଣେ ଦିଅ ସ୍ଥାନ  ( Music 2 ) ବ୍ରଜରାଜ ତନୂଜ ଘେନିବାରେ ଅରଜ ,  ଶିଖା ସହଜ ସୂତ୍ର ଧ୍ୟାନ ... (2) ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2) ଚଞ୍ଚଳେ ଦେବ ଦରଶନ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 3 ) ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ , ଚାଲିଯିବା ମୋ ଅଘଟଣ .... (2) ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2) ତହୁଁ  ବଳିକି ଅଛି ପୁଣ୍ୟ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (...

ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2) ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music  1) କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି , ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ...... ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବଜୁଛି ବାଜଣା  | କଣେ ଦେଲେକି ମାଣେ  , ତୁମ ସରିବା ମହିମା  || ହେ ସାଆନ୍ତ ବଡ଼ ବାବୁ  , ତୁମ ମୋହର ସବୁ  || (2) ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ....... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music 2 ) ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  , ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  || ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ , କିଏ ସେ ଭରିବା ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ || ଦୁଃଖ ଶୂନ୍ୟ ଥାଳ ନେଇ , ଫେରିଯିବି ଭାବଗ୍ରାହୀ ... (2) ସରଗ ଦ୍ଵାର କୁ ଆହେ ଦୟାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ...