Skip to main content

Posts

Showing posts with the label ODIA BHAJAN

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା ) 1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |     ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |      ପିଇବା ଆଗୁ ଭଣ୍ଡିଲ ନାଚି ସୁମଧୁର ପଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 3. ବିତରୀ ସଂସାର ସାର ଫଳକୁ କଳା ଅସାର  |      ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||          || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |      ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |      ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

ଗୋ ରାଧେ ବଂଶୀଟି ଆମ୍ଭର ଦିଅ | go radhe banshi ti ambhar dia full song lyrics | Bhakti Mandir by Dillip kumar Sahoo

ଅତି ଯତନରେ ବଂଶୀ ଗଢ଼ାଇଲି , ସୁନା ର ବେଣ୍ଟ ଲଗାଇ  କେ ଯାଇ କହିବ ମାତା ଯଶୋଦାଙ୍କୁ --(2) ବଂଶୀ ମୋ ନେଲେ ଚୋରାଇ  ରାଧେ  ବଂଶୀ ଟି ଆମ୍ଭର ଦିଅ ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ  ହସ୍ତର କଙ୍କଣ ଗଳା ମୋତି ହାର ..... (2) ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 1 ) କଳା ବନ୍ଧ ଶାଢ଼ୀ ପିନ୍ଧିବାର ବେଳେ , ଅନାଇ ଥିଲି ଗୋ ତୋତେ ..... (2) ଆଗର ପଣତ ପଛକୁ ପକାଇ .. (2) ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 2) ବଂଶୀ ଚାରିପାଖେ ସବର୍ଣ୍ଣ ଛୁଆଣୀ , ବାନା ଉଡେ ତିନିପୁର ... (2) କହେ ସାଲବେଗ ଜାତିରେ ଯବନ ...(2) ହଟିଆ ନାଗର ବର ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ହସ୍ତର କଙ୍କଣ ଗଳା ମୋତି ହାର ..... (2)  ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ... (3) ( ସମାପ୍ତ )

ବାରମାସୀ ଗୀତ | Baramashi Gita | bhakti Mandir By Dillip Kumar Sahoo

1.      ମାର୍ଗଶୀର     ଆଦ୍ୟ ମାର୍ଗଶୀର ମାସର ଶୀତ ,   ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ........  |    ମୁଁ ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ     କାହୁଁ ଅଣିଦେବି କମଳା କାନ୍ତ ମୋ କାହ୍ନୁ ରେ  ||  2.        ପୌଷ       ପୌଷେ ଚନ୍ଦ୍ରା ବଳୀ ଚପୋଳି ବସି ,     ହସ୍ତେ ବନମାଳ କଣ୍ଠେ ତୁଳସୀ  |     ସେ ଦିନ ଜାଣିଲି ଏ ଗୋବିନ୍ଦ ବର ,     କୃଷ୍ଣ କଥା ଯାକ ପଦେ ମନୋରମ କାହ୍ନୁ ରେ  || 3.          ମାଘ      ମାଘରେ ମଘୋଇ ଆସିବେ ବୋଲି ,     ସେ ଯଶ ଜାଣିଲି ପାଖୁଡ଼ା ମେଲି  |     ଉଜାଗି ବସିଲି ମାଣିକ ବତୀ ,      ନୀତି ଉଜାଗରେ ପହିଲା ରାତି ମୋ କାହ୍ନୁ ରେ  || 4.        ଫାଲଗୁନ     ଫାଲଗୁନ ମାସରେ ଦୋଳ ଗୋବିନ୍ଦ ,      ଫଗୁ ଖେଳୁଛନ୍ତି ପରମାନନ୍ଦ |     ଅଭିର ସାଙ୍ଗ ଝାଲେରୀ ମିଶାଇ ,     ଫଗୁ ଖେଳୁଛନ୍ତି ଯାଦୁ ଗୋସାଇଁ ମୋ କାହ୍ନୁ ରେ  || 5...

କରମଳା କଳା ମେଘ ଝରି ଝରି ଆସ || Kara malla Kalla megha jhari jhari asa || Bhakti Mandir 🙇🏼‍♂️

କରମଳା କଳା ମେଘ ଝରି ଝରି ଆସ , ମୋ ଚିତ୍ତ ଚାତକେ ... (2) ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) --> ଯେତେ ନଦୀ ନାଳ ଝରଣା ଯାକର ,       କେଉଁ ଥିରେ ତୃଷ୍ଣା ନ ମେଣ୍ଟ ଇ ମୋର  ... (2) ଏକା ତୁମ୍ଭ କୃପା ଜଳେ .. (2) ମେଣ୍ଟିବ ମୋ ଶୋଷ ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 1) ଏ ମାୟା ସଂସାର ଜଞ୍ଜାଳ କପୋତ , ଜଳି ଜଳି ପ୍ରାଣ ହୁଏ ସଞ୍ଚାପିତ || (2) ତ୍ରିଭୁଜ ଆଡ଼ପ ପରେ .... (2) ଆଖ ପୀତବାସ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 2) ଆହେ ହୃଦନାଥ ଭାବିଛ କି ପର ,  ପରାଣ ବନ୍ଧୁ ମୋ ଅଭିନ ସୁନ୍ଦର  ||    (2) ରାଜୀବ କେଉଁ ଯଶ .... (2) ଭକ୍ତ ଗଲେ ନାଶ  ହୋ .... କରମଳା କଳା ମେଘ ଝରି ଝରି ଆସ , (2) ମୋ ଚିତ୍ତ ଚାତକେ ... (2)  ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) ( ସମାପ୍ତ )

ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ || Ahe Dina bandhab || Bhakti Mandir 🙇🏼‍♂️

ସବୁ କାଢି ନେଇ କାଙ୍ଗାଳ ସଜାଇ ...... ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ  Starting Music .... ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... (2) ସବୁ କାଢି ନେଇ କାଙ୍ଗାଳ ସଜାଇ ....(2).  ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 1 ) ଗର୍ବ ଅଭିମାନ ହିଂସା ପାପ କାମ , ସବୁ କାଢି ନେଇ ଦିଅ ପଦେ ସ୍ଥାନ .. (2) ଧନ ଜନ ପଦ ହୋ ...... ଧନ ଜନ ପଦ , କାମନା ଗୌରବ .... (2) ନିଅ ଆହେ କାଢି ନିଅ ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 2) ଅପରାଧୀ ଏହି ଯେଉଁ ଚତୁର୍ବିଂଶ , ସର୍ବଦା ମୋ ପାଶେ କରନ୍ତି ଅବଶ ... (2) ଦାସଠାରେ କିମ୍ପା .... ହୋ ..... ଦାସଠାରେ କିମ୍ପା କରିଅଛ ରୋଷ ... (2) କୃପା ନେତ୍ରେ ଅବ ଚାହଁ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 3 ) ଆହେ ହୃଦାନଥ ଭାବୁଛ କି ପର , ପରାଣ ବନ୍ଧୁ ହେ ନୁହେଁ ମୁଁ ଅନ୍ୟର .. (2) ଭାବେ ଅଭିରାମ ...... ଅ ...... ଭାବେ ଅଭିରାମ , ତୋ କିଣା ଦାସକୁ  ... (2) ପାଦ ପଦ୍ମେ ସ୍ଥାନ ଦିଅ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ସବୁ କାଢି ନେଇ...

ନିଶ୍ୱ କରହେ ମୋତେ ବିଶ୍ଵ ବିହାରୀ || Niswa Karahe Mote Biswa Bihari || Bhakti Mandir 🙇🏻‍♂️

ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2) ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)  ( Music 1 ) " ଅଳପ ଚାହିଁଲି ଅନେକ ପାଇଲି  ,  ଆଉ କିଛି ଚାହେଁନା  | ଅମୃତ ଭାବନା କରେ ଆନମନା , କିଛି ଭଲ ଲାଗେନା ||  " (2) ଜୀବନଟା ଲାଗି ଲାଣି .... (2) ଏବେ ଭାରି ଭାରି....... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ( Music 2 ) ମଳୟ ପରଷ ନ ପାଇଲି , ବାସ ନାହିଁ ଚନ୍ଦନେ | ତୁମକୁ ନ ପାଇ ଯେତେ ଯାହା ପାଇଲେ , ଶାନ୍ତି ନାହିଁ ଜୀବନେ  || (2) ଅଶାନ୍ତି ରୁ ପ୍ରଶାନ୍ତିକୁ... (2) ପ୍ରାଣ ହୁଏ ଝୁରି ... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2)  ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

     କଥା : -         ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)             ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)                         ତୁମ୍ଭେ ଗରିବ ଗଣ୍ଠି ଧନ  START SINGING  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)  ତୁମ୍ଭେ ଗରିବ ଗଣ୍ଠି ଧନ ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 1 ) ଆହେ କରୁଣା ସିନ୍ଧୁ  , ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2) କଞ୍ଜ ଚରଣେ ଦିଅ ସ୍ଥାନ  ( Music 2 ) ବ୍ରଜରାଜ ତନୂଜ ଘେନିବାରେ ଅରଜ ,  ଶିଖା ସହଜ ସୂତ୍ର ଧ୍ୟାନ ... (2) ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2) ଚଞ୍ଚଳେ ଦେବ ଦରଶନ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 3 ) ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ , ଚାଲିଯିବା ମୋ ଅଘଟଣ .... (2) ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2) ତହୁଁ  ବଳିକି ଅଛି ପୁଣ୍ୟ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ........

ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2) ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music  1) କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି , ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ...... ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବଜୁଛି ବାଜଣା  | କଣେ ଦେଲେକି ମାଣେ  , ତୁମ ସରିବା ମହିମା  || ହେ ସାଆନ୍ତ ବଡ଼ ବାବୁ  , ତୁମ ମୋହର ସବୁ  || (2) ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ....... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music 2 ) ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  , ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  || ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ , କିଏ ସେ ଭରିବା ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ || ଦୁଃଖ ଶୂନ୍ୟ ଥାଳ ନେଇ , ଫେରିଯିବି ଭାବଗ୍ରାହୀ ... (2) ସରଗ ଦ୍ଵାର କୁ ଆହେ ଦୟାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ...

ମାନ ଉଦ୍ଧାରଣ , କାରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

ମାନ ଉଦ୍ଧାରଣ  , କାରହେ କାରଣ  ଶରଣ ମୁଁ ତୁମ୍ଭ ପଦ ତଳେ  || 1. ଆନଥର  , ନୀଳଗିରି ନାଥ    ଜଗନ୍ନାଥ ନାମ ନୀଳାଚଳେ .. ||    ମାନ ଉଦ୍ଧାରଣ  , କାରହେ କାରଣ      ଶରଣ ମୁଁ ତୁମ୍ଭ ପଦ ତଳେ  || 2. ମହୋଦଧି କୂଳେ  , କଳ୍ପ ବଟ ମୂଳେ      ବିଜେ ଆରିଛ ବଡ଼ ଦେଉଳେ... ||      ମାନ ଉଦ୍ଧାରଣ  , କାରହେ କାରଣ         ଶରଣ ମୁଁ ତୁମ୍ଭ ପଦ ତଳେ  || 3. ଲକ୍ଷେ ଯୋଜନ ରେ , ଗଜଡାକ ଦେଲା       ତା ଡାକ ଶୁଣିଲ ପଶା ଖେଳେ  |      ମାରକଣ୍ଡ ଋଷି ,  ଯାଉଥିଲେ ଭାସି       ଉଦ୍ଧରି ଧରିଲ ବାମ କରେ  ||  ପାଳି :-   ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ      ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ |      ଲଙ୍କାରେ ରାବଣ  , ବଧିଲ ଆପଣ      ଜନକ ନନ୍ଦିନୀ ସୀତା ଛଳେ || ପାଳି :-      ମାନ ଉଦ୍ଧାରଣ  , କାରହେ କାରଣ...

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ . | Dine Jugalla Nidra Bhangiba re Full song Lyrics | Odishi Sankirtan Song | Bhakti Mandir By Dillip Kumar Sahoo

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ  ତୋ ମନ ଯେବେ ମୋଓ ଠାରେ  ମୋ ମନ ତୋ ଠାରେ ଥିବ  ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁଣ ଦଇବ ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 1 ) ବାଟ ଡକାଇତ ବାଟେ ବସିଅଛି  ତୋତେ ଛାଡ଼ି ମୋତେ ନେବ ...... ତୁ ମୁଁ ଦୁହେଁ ଚିହ୍ନା ଚିହ୍ନି ହେଲେ  କି କରିବା କାଳ ଯମ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 2) ହାଡ଼ ରକ୍ତ ଚର୍ମ ମାଉଁସ ଜୀବନ  ତାର ସଙ୍ଗେ କିବ ଭାବ  ତୁ ମୁଁ ଏକ ଗରଭୁ ସ୍ତମ୍ଭୂତ  ନ ପାଇଲେ ବ୍ରହ୍ମା ଶିବ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 3 ) ତୁ ପରା ବଲ୍ଲଭ ଲଗାଇଛୁ ଭାବ  ଭାବ ସଙ୍ଗେ କିଭିବ ଲାଭ  ଅରକ୍ଷିତ ଦାସ ଗୀତରେ ଭଣିଲେ  ଖଣ୍ଡ ଗିରି (ଓଳାଶୁଣି ) ରେ ଭେ ଟି ବ ହେ ..... ମିତଣୀ  ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁ...

ଥକା ମନ ଚାଲ ଯିବା ଚକା ନୟନ ଦେଖିବା | Thaka Mana Chalaa Jiba Full song Lyrics | Bhakti Mandir By Dillip Kumar sahoo

ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) ଶଙ୍ଖ ନାହିଁ ମଣ୍ଡଳରେ (2)  ବେନି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 1 ) ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2) ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ସରିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 2 ) ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ  ..(2) ଛତା ତଳେ ରହି ଦଣ୍ଡେ  ସାଧୁଙ୍କୁ ସେବା କରିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 3 ) ବାଇଶି ପାହାଚେ ସଖା , କୈବଲ୍ୟ ହେଉଛି ବିକା (୨) ହାଣ୍ଡିକ ପଡ଼େ ସିଉକା  ମନ ରଙ୍କା ଛଡ଼ାଇବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 4 ) ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ  ବଳ ରାମଙ୍କୁ ଦେଖିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ଶଙ୍ଖ ନାହିଁ ମଣ୍ଡଳରେ (2) ଏହି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( ସମାପ୍ତ )

ଭଜି ଭଜି ତୋ ନାମ ଚକାନୟନ Full Song Lyrics | Bhaji Bhaji To Nama Chaka Nayan Full Song Lyrics | Bhakti Mandir

  ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ଏହି ପରାଣ ବିକି ଦେଇଛି ତୋତେ, ମୋହରି ହାନି ଲାଭ ସବୁ ତୋ ହାତେ (୨) ଗଳାର ମାଳି ମୋର ରଙ୍କୁଣି ଧନ, ପର କରିବୁ ନାହିଁ ତତେ ମୋ ରାଣ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ଧନ ସଂପତ୍ତି ମୋର ହୋଇବ କିସ, ଲୋଡା ନାହିଁ ତ ମତେ ସରଗ ବାସ (୨) ହାତ ପତେଇ ମାଗି ଖାଇବି ତୋର, ମନ ଖୁସିରେ ତୋର ପ୍ରସାଦ ଅନ୍ନ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ତୋର ଶ୍ରିପଦେ ମୋର ଏହି ମିନତି, ବଡ଼ ଦେଉଳେ ବସି ଥାଆ ସେମିତି (୨) ଦେଖାଇ ସେହି ରଙ୍ଗ ଅଧର ହସ, ଭକତଙ୍କର କିଣି ନେଉଥା ମନ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇

  ୧. ଶ୍ରୀତ କମଳ କୁଚ ମଣ୍ଡଳ ହେ , ଧୃତ ମଣ୍ଡଳ ହେ |  କଳିତ ଲଳିତ ବନମାଳ , ଜୟ ଜୟ ଜୟଦେବ ହରେ || ରାଧେ କୃଷ୍ଣ ହରି ଗୋବିନ୍ଦ ଗୋପାଳ ବାସୁଦେବ ବାଳ  ନନ୍ଦ ଦୁଲାଳ, ଜୟ ଜୟ ଜୟଦେବ ହରେ || ୨. ଦୀନ ମଣି ମଣ୍ଡଳ ମଣ୍ଡନ ହେ ଭବ ଖଣ୍ଡନ ହେ  ମୁନି ଜନ ମାନସ ହଂସ , ଜୟ ଜୟ ଜୟଦେବ ହରେ ||           [ (  ରାଧେ କୃଷ୍ଣ ) ଘୋଷା ] ୩. କାଳୀୟ ବିଷଧର ଗଞ୍ଜନ ହେ , ଜନ ରଞ୍ଜନ ହେ | ଯଦୁକୁଳ ନଳୀନ ଦିନେଶ , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୪. ମଧୁସୁର ନରକ ବିନାସନ ହେ , ଗରୁଡ଼ାସନ ହେ | ସୁର କୁଳ କେଳି ନିଦାନ , ଜୟ ଜୟ ଜୟଦେବ ହରେ ||             [ ( ରାଧେ କୃଷ୍ଣ ) ଘୋଷା ] ୫. ଅମଳ କମଳ ଦଳ ଲୋଚନ ହେ , ଭବ ମୋଚନ ହେ | ତ୍ରିଭୁବନ ଭବନ ନିଧାନ , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୬. ଜନକ ସୂତାକୃତ ଭୂଷଣ ହେ , ଜିତ ଦୂଷଣ ହେ | ସମର ସମିତ ଦଶ କଣ୍ଠ  , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୭. ଅଭିନବ ଜଳଧର ସୁନ୍ଦର ହେ , ଧୃତ ମନ୍ଦର ହେ | ଶ୍ରୀମୁଖ ଚନ୍ଦ୍ର ଚକୋର , ଜୟ ଜୟ ଜୟଦେବ ହରେ ||    ...

ଝୁଲ୍ ରେ ନିତାଇ ଝୁଲ୍ song Lyrics || Jhul re Nitai jhul song Lyrics || Bhakti Mandir

  ଝୁଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (2) ଝୁଲି ଝୁଲି ଆସେ ନ ଦି ଆ ଦାଣ୍ଡରେ .......(2) ହୋଇଛି ସେ ଗୁଲୁ ଗୁଲୁ ଗୌରା ଚାନ୍ଦ ମୋର , ହୋଇଛି ସେ ଗୁଲୁ ଗୁଲୁ..... (Music 1) ଝୂଲ୍ ରେ ହୋ ହୋ ଝୂଲ୍ ରେ ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (2) ଝୁଲି ଝୁଲି ଆସେ ନ ଦି ଆ ଦାଣ୍ଡରେ .......(2)  ହୋଇଛି ସେ ଗୁଲୁ ଗୁଲୁ ଗୌରା ଚାନ୍ଦ ମୋର , ହୋଇଛି ସେ ଗୁଲୁ ଗୁଲୁ..... ଝୂଲ୍ ରେ ହୋ ହୋ ଝୂଲ୍ ରେ  ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ ଝୂଲ୍ ରେ ନିତାଇ ଝୂଲ୍  ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (Music 2) ଗୋରା ଚାନ୍ଦ ମୋର କେଡେ ସୁନ୍ଦର , ଗଳେ ଶୋଭାପାଏ ତୁଳସୀ ମାଳ  (Short tunning) ନାମ ପ୍ରେମ ରସେ ହୁଏ  ବିଭୋର , ସଭିଙ୍କୁ କରି ସଂସାର ତାର  ନା ଚୁ ଛି ଗାଉଛି ନାଚି ନ ଯାଉଛି (2) ନବ ଦୀପ ହୁଲୁ ହୁଲୁ - ଗୋରା ଚାନ୍ଦ ମୋର - ନବ ଦୀପ ହୁଲୁ ହୁଲୁ ଝୂଲ୍ ରେ ହୋ ହୋ ଝୂଲ୍ ରେ  ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ ଝୂଲ୍ ରେ ନିତାଇ ଝୂଲ୍  ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (Music 3) ତ ରା ଟି ଚାହାନ୍ତି ନ ଦି ଆ ବାସି  ,  ନ ବ ଦୀପ ଚାନ୍ଦ ଦିଅନ୍ତି ହସି  ହରିବୋଲ ଦିଅ ଭକତ ବାସି , ହୁଳହୁଳି ଦିଅ ମା ମାଉସୀ ହରିବୋଲ ଦିଅ ହୁଳହୁଳି ଦିଅ , ହରିବୋଲ ଦିଅ ହୁଳହ...

ମାଧବ ହେ ମାଧବ Song Lyrics || Madhab He Madhab full Song Lyrics || Bhakti Mandir

 ମାଧବ ହେ.......ମାଧବ ମାଧବ ମାଧବ ହେ.......ମାଧବ  starting Music ମୁଠେ ପଖାଳରେ ପେଟ ପୁରେ ମୋର ....(2) ଛପନ ଭୋଗ ରେ ନାହିଁ ତ ଲୋଭ ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ଝାଟି ମାଟି ଘରେ ସବୁ ସୁଖ ମୋର ... (2) ରାଜ ମହଲରେ ନାହିଁ ତ ଲୋଭ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ( Music 1 ) ବାଟିଏ ସମ୍ପତି ଲୋଡା ନାହି ମୋର  ଦିପାଦ ମାଟିରେ ହୋଇଛି ଠିଆ ମିଛାରେ କାହିଁକି ଲୋଭ କରିବାରେ  ଏ ଦେହରେ ଦିନେ ଲାଗିବ ନିଆଁ  ଖଣ୍ଡିଏ ଲୁଗା ରେ ଲାଜ ଲୁଚେ ମୋର...(2) ଖଣ୍ଡୁଆ ପାଟରେ ନାହିଁ ତ ଲୋଭ .... ଅ.... ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ( Music 2) ତୋ ଜାଗାରେ ତୁ ଭଲରେ ଅଛୁରେ  ମୋ ଜାଗାରେ ମୁଁ ଭଲରେ ଅଛି  ହୋ ..... ଯେତିକି ଦେଇଛୁ ସେତିକିରେ ଶାନ୍ତି  ବେଶୀ ଆଉ ତତେ ମାଗୁନି କିଛି ଛିଣ୍ଡା ମସିଣାରେ ସୁଖ ନିଦ ମୋର ... (2) ରତନ ଖଟରେ ନାହିଁ ତ ଲୋଭ ... ଅ... ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ମୁଠେ ପଖାଳରେ ପେଟ ପୁରେ ମୋର ....(2)  ଛପନ ଭୋଗ ରେ ନାହିଁ ତ ଲୋଭ ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ ମାଧବ ମା..... ଆଧବ  ( ସମାପ୍ତ )

ଦୀପ ଟିଏ ମୋତେ କରିଦିଅ ପ୍ରଭୁ || Dipa Tia Mote Karidia Prabhu Song Lyrics || Bhakti Mandir

 ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି ....(2) ତୋହରି ସେବାରେ ତୋ ସିଂହ ଦୁଆରେ.....(2) ଜଳି ଜଳି ସରିଯିବି  ହୋ...... ଜଳି ଜଳି ସରିଯିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି                                           ଶ୍ରୀ ମନ୍ଦିରେ ଜଳୁଥିବି ( Music 1) କରୁଥିବି ନୀତି ତୋର ଦରଶନ , ଲୋଡା ନାହି ପ୍ରଭୁ ଯଶ ଆଉ ମାନ....(2) ଉଳସ ପତର କରିଦିଅ ପ୍ରଭୁ ...(2) ତବ ସେବାରେ ଲାଗିବି  ହୋ.... ତବ ସେବାରେ ଲାଗିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି                                             ଶ୍ରୀ ମନ୍ଦିରେ ଜଳୁଥିବି ( Music 2 ) ଆଖି ଲୁହ ମୋର କରୁଛି ଅର୍ପଣ , ଭକତି କୁ ମୋର କରହେ ଚନ୍ଦନ ..... (2) ଫୁଲଟିଏ ମୋତେ କରିଦିଅ ପ୍ରଭୁ ... (2) ପାଦ ତଳେ ରଖିଥିବି  ହୋ.... ପାଦ ତଳେ ରଖିଥିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି ....(2)  ତୋହରି ସେବାରେ ତୋ ସିଂହ ଦୁଆରେ.....(2) ...

କୋଠ ଭୋଗ ଖିଆ Song Lyrics || Kotha Bhoga Khia Mo Chaka Akhia Song Lyrics || Bhakti Mandir

 କୋଠ ଭୋଗ ଖିଆ  ଆ........ କୋଠ ଭୋଗ ଖିଆ ମୋ ଚକା ଆଖିଆ  ... (2) ଉଠ ହେ ପହଡ ଭାଙ୍ଗି , ଉଠ ହେ ପହଡ ଭାଙ୍ଗି  ପଣ୍ଡା ପଡ଼ିହାରି କରନ୍ତି ଗୁହାରୀ   ହେବାକୁ ଚନ୍ଦନ ଲାଗି .. (2) କୋଠ ଭୋଗ ଖିଆ ମୋ ଚକା ଆଖିଆ  ... ( Music ) ନିଦା ପଥର ହେ ନିଦକେ ଶୋଇଲ , ଷାଠିଏ ପଉଟି ଖାଇ                                          ଷାଠିଏ ପଉଟି ଖାଇ  ଅନାଥ ଜନଙ୍କ ଡାକ ନାଁ ଶୁଣୁଛ... (2) ଜଗତର ନାଥ ହୋଇ...... ଆରତୀ ବେଳ ଯେ ଗଡି ଯାଉଅଛି ଉଠ ହେ ଛପନ ଭୋଗୀ  ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ  ଆ........  ( Music 2) ପତିତ ପାବନ ବାନା ଉଡାଉଛ , ପତିତ ଉଦ୍ଧାର ପାଇଁ .......                                     ପତିତ ଉଦ୍ଧାର ପାଇଁ  ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ.... (2) ମୋ ଡାକ କି ଶୁଭୁ ନାହିଁ  ଏଡ଼େ ବଡ଼ ପଣ କହି ଅଛି ପ୍ରଭୁ କୁହ ତେବେ କହ ଲାଗି ହେବାକୁ ଚନ୍ଦନ ଲାଗି କୋଠ ଭୋଗ ଖିଆ ମୋ ଚକା ଆଖିଆ  ... (2)  ଉଠ ହେ ପହଡ ଭାଙ୍ଗି , ଉଠ ହେ ପହଡ ଭାଙ୍ଗି  ପଣ...

ଚନ୍ଦନ ଲାଗି ବେଳ ହେଲା || ଚନ୍ଦନ ଲାଗି ବେଳ ହେଲା || Odia Bhajan Lyrics || Bhakti Mandir

 ଚନ୍ଦନ ଲାଗି ବେଳ ହେଲା ..... (2) ଉଠ ଉଠ ଉଠ .....(2) ହେଉ ଶୁଣିମା  ଆହେ ମଣିମା.....(2) ସିଂହଦୁଆରେ ଲାଗିଗଲା.....(2) ଭକତଙ୍କ ଭିଡ଼ .... (2) ହେଉ  ଜାଣିମା  ଆହେ ମଣିମା ....(2) ( Music 1 ) ବାସି ହେଲା ଫୁଲ ଶେଯ , ମଉଳିଲା ସଜବାଜ  ଉଠିବା ହେଉ ହେ ଛାଡି ପହିଜ  ଉଠିବା ବେଳକୁ ଜାଣେ , ରୋଷ ଘରେ ସାଆନ୍ତାଣୀ ପାହାନ୍ତି ଖେଚୁଡ଼ି ରାନ୍ଧି ଦେଲେଣି ଶୀତଳ ନ ହେଉ ... (2) ଲକ୍ଷ୍ମୀ ରାନ୍ଧଣା ଆହେ  ମଣିମା ... (2) ( Music 2) ହରି ବୋଲ ହୁଲ ହୁଳି , ବଡ଼ ଦାଣ୍ଡରେ ଗହଳି  ଆରତୀ ପାଇଁକି ସବୁ ବିକଳ  ଅପହଡ଼ ହେଲେ ସିନା , ଦୋହଲିବ ତୁମ ବାନା  ଜଗତ ହେବ ହେ ଚଳ ଚଞ୍ଚଳ ତୁମେ ପାରା ଜାଣ , ତୁମେ ପାରା ଜାଣ ତୁମ ମହିମା ଆହେ ମହିମା  ଚନ୍ଦନ ଲାଗି ବେଳ ହେଲା ..... (2)  ଉଠ ଉଠ ଉଠ .....(2) ହେଉ ଶୁଣି ମା  ଆହେ ମଣିମା.....(2) ( ସମାପ୍ତ )

ହେ ଜଗନ୍ନାଥ || Hee Jagannath || ନୀଳାଚଳ ଧାମ ଯାଇ ମୁଁ ପାରୁନି ||Nilachal Dhama Jai Mun Paruni ||Bhakti Mandir

 ହେ.........ଜଗନ୍ନାଥ  ହେ ଜଗନ୍ନାଥ ଜଗନ୍ନାଥ ଅ....... ହେ ....ଜଗନ୍ନାଥ  --- Starting Music --- ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2) ଏଇଠି କରୁଛି ଦଣ୍ଡବତ ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି  ଏଇଠି କରୁଛି ବାଲିରଥ  ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ( Music 1 ) ଜୀବନର ବାଟ ଭାରି ଅଙ୍କ ବଙ୍କା , ବିଚାର ବାଟୋଇ ଛାତିରେ ଛନକା  | ମୁଁ ସେଇ ବାଟୋଇ ଭାରି ଏକା ଏକା  ପାଦେ ପାଦେ ଆଜି ଦଉଛି ପରୀକ୍ଷା  ଏଇଠି ଥାଇ ମୁଁ ଯାଛୁଛି ନଡ଼ିଆ ... (2) ବଢେଇ ଦିଅ ହେ ତୁମ ହାତ ହେ ଜଗନ୍ନାଥ ,  ହେ ଜଗନ୍ନାଥ (2) ( Music 2 ) ଭାରି ଛନ୍ଦା ଛନ୍ଦି ପାପୁଲିର ରେଖା , ଘଟୁଛି ଘଟିବ ଯାହା ଅଛି ଲେଖା  କୋଉ ଦିନ ପ୍ରଭୁ ହବ ତୁମ ଦେଖା  ସେ ଦିନ ସେ ଯାଏ କରିବି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ  ....(2) ମାଗୁଣି ସରଗ ପାରିଜାତ ହେ ଜଗନ୍ନାଥ  , ହେ ଜଗନ୍ନାଥ (2) ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2)  ଏଇଠି କରୁଛି ଦଣ୍ଡବତ ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ( ସମାପ୍ତ )

ପ୍ରଭୁ କି ସୁନ୍ଦର ଦିଶ | Prabhu Ki Sundar Disha Full Song Lyrics | Bhakti Mandir

ପ୍ରଭୁ କି ସୁନ୍ଦର ଦୀଶ , ବସି ରତ୍ନ ସିଂହାସନ.....(୨) ପ୍ରଭୁ କି ସୁନ୍ଦର ଦିଶ ପାପୀ ମାନେ ତରି ଗଲେ -- (2) କରି ତୁମ୍ଭ ଦରଶନ   ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ  ( Music 1) ଶଙ୍ଖ ଚକ୍ର ଗଦା ପଦ୍ମ , ଦେଖି ହୋଇଲି ଆନନ୍ଦ (2) ମସ୍ତକେ ପୂର୍ଣ୍ଣିମା ଚାନ୍ଦ (2) ଦିଶେ କେଡେ ଶୋଭବନ  ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ ( Music 2) ମାଳମାନ ଲମ୍ବି ଥାଇ , ପଦତଳ ଯାଏ ରହି (2) ବାସନାରେ ଚହଟଇ (2) ପ୍ରଭୁ ତୁମ୍ଭ ଅଙ୍ଗମାନ  ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ ( Music 3) କଟୀ ତଟେ ପିତମ୍ବର , ଲମ୍ବି ଥାଇ ପାଟ ଡୋର (2) ବାଙ୍କ ଚାହାଣି ତୁମର (2) ଅଙ୍ଗେ କର୍ପୂର ଚନ୍ଦନ  ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ ( Muisic 4) ସୁବର୍ଣ୍ଣରେ ହସ୍ତ ପାଦ , ନ ଶୁଣ ହେ ଭକ୍ତ କ୍ଷେଦ (2) ଭାବି କହେ ଆର୍ତ୍ତ ଛାନ୍ଦ (2) ଭକ୍ତ ଡାକ ଶୁଣ ଶୁଣ  ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ ପାପୀ ମାନେ ତରି ଗଲେ -- (2)  କରି ତୁମ୍ଭ ଦରଶନ   ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2)  ପ୍ରଭୁ କି ସୁନ୍ଦର ଦିଶ  ...