କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା
ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା )
1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |
ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||
|| କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
2. ତୃଷାର୍ତ୍ତ ଜନେ ଆଦରେ ଡାକି ବସାଇ ପାଶରେ |
ପିଇବା ଆଗୁ ଭଣ୍ଡିଲ ନାଚି ସୁମଧୁର ପଣା ||
|| କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
3. ବିତରୀ ସଂସାର ସାର ଫଳକୁ କଳା ଅସାର |
ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||
|| କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |
ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||
|| କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |
ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା ||
|| କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
Comments
Post a Comment