କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir


BHAKTI MANDIR




କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା
ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା )

1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |
    ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||
       || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |
     ପିଇବା ଆଗୁ ଭଣ୍ଡିଲ ଯାଚି ସୁମଧୁର ପଣା ||
       || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
3. ବିତରୀ ସଂସାର ସାର ଫଳକୁ କଲ ଅସାର  |
     ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||
         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |
     ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||
        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )
5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |
     ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||
       || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post