କାଳିଆ ରେ ମନ ବୋଲି ତୋର କିଛି ନାହିଁ Lyrics || Kalia Re Mana Boli Tora Kichhi Nahi Lyrics || Bhakti Mandir। 🙇

କାଳିଆରେ.......କାଳିଆରେ .......କାଳିଆରେ  .......

କାଳିଆ ରେ ମନ ବୋଲି ତୋର କିଛି ନାହିଁ (2)
ମନକୁ ତୋହର ଗୋପ ଗୋପଳୁଣି (2)
ରାଧିକା ଯାଇଛି ନେଇ
କାଳିଆ ରେ ମନ ବୋଲି ତୋର କିଛି ନାହି (2)

( Music 1 )

ମନ ଯଦି ତୋର ଥାଆନ୍ତା ସତେରେ ,
              ମୋ ମନ ପାରନ୍ତା ବୁଝି |
କେତେବେଳେ ଥରେ ମାନେ ପଡିଗଲେ ,
                  ମତେ ତ ପାରନ୍ତୁ ଖୋଜି  ||
ମିଛଟାରେ ତୋତେ ଡାକନ୍ତି ଭକତେ -- (2)
ମାନୁଆ ଠାକୁର କହି 
କାଳିଆ ରେ ମନ ବୋଲି ତୋର କିଛି ନାହି (2) 

( Music 2 )

ଆପଣା ଲୋକର କଷଣ ଦେଖିଲେ
            ମନ ହୁଏ ଛଟପଟ ,
ମନ ନାହିଁ ବୋଲି ଆନନ୍ଦେ ହସୁଛୁ 
            ଦେଖି ମୋର ଦୁଃଖ କଷ୍ଟ |
ଏତେ କଥା ବୁଝି ତଥାପି ମୋ ମନ ...(2)
ତୋ ପାଇଁ ହେଉଛି ବାଇ 

କାଳିଆ ରେ ମନ ବୋଲି ତୋର କିଛି ନାହି (2) 
ମନକୁ ତୋହର ଗୋପ ଗୋପଳୁଣି (2)
ରାଧିକା ଯାଇଛି ନେଇ
କାଳିଆ ରେ ମନ ବୋଲି ତୋର କିଛି ନାହି (2)
କାଳିଆ ରେ ମନ ବୋଲି ତୋର କିଛି ନାହି (2) 

କାଳିଆରେ.......କାଳିଆରେ .......କାଳିଆରେ  .......

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post