ଜଗା କାଳିଆ ରେ , ଜଗା କାଳିଆ ରେ ....(2)
କରୁ କେତେ ହରବର
ତୋ ନାମ ଧରି ହେଲି ଏତେ ସରି ....(2)
ଦୁଃଖ ନ ବୁଝିବୁ ମୋର ରେ
ଜଗା କାଳିଆ ରେ , ଜଗା କାଳିଆ ରେ ....(2)
( Music 1 )
ଦେଖିଲେ ତୋ ମୁଖ , ଘୁଞ୍ଚି ଯାଏ ଦୁଃଖ ...(2)
ଏ କଥା ଶୁଣିଛି ମୁହିଁ .......(2)
ଶ୍ରୀ ଅଙ୍ଗ କୁ ତୋର ଛୁଇଁ ଦେଲେ ପରା
ପାପ ସବୁ ଯାଇ ଧୋଇ
କପଟ ନକରି କହ ସତ କରି (2)
କି ବା ଦୋଷ ଅଛି ମୋର ରେ
ଜଗା କାଳିଆ ରେ , ଜଗା କାଳିଆ ରେ ....(2)
( Music 2 )
" ସୁଖବେଳେ ଦିନେ ଖୋଜି ତ ନଥିଲି
ଦୁଃଖରେ ଶରଣ ଗଲି
ମାର ଅବା ରଖ ଆହେ କଳା ମୁଖ
ତୋତେ ମୁଁ ଭରଷା କଲି " (2)
ଆଉ ନିଦ ଋଣ ନହୁଅ କାଳିଆ (2)
ଗୋଡ଼ ଥରୁଛି ତୋହର ରେ
ଜଗା କାଳିଆ ରେ , ଜଗା କାଳିଆ ରେ ....(2)
କରୁ କେତେ ହରବର
ତୋ ନାମ ଧରି ହେଲି ଏତେ ସରି ....(2)
ଦୁଃଖ ନ ବୁଝିବୁ ମୋର ରେ
ଜଗା କାଳିଆ ରେ , ଜଗା କାଳିଆ ରେ ....(2)
ଜଗା କାଳିଆ ରେ , ଜଗା କାଳିଆ ରେ ....(2)
( ସମାପ୍ତ )