ଯାହାକୁ ପଚାର ଯାହାକୁ ପଚାର Lyrics। Jahaku Pachara Seita Kahiba Lyrics । Bhakti Mandir🙇

 

Bhakti Mandir




(Starting Music)
ଯାହାକୁ ପଚାର ସିଏ ତ କହିବ…..(୨)

ସୁନା ସୁନ୍ଦର କି ହୀରା ସୁନ୍ଦର…ଅ...

“ ଜାଣିଛୁ ଯଦି ତୁ କହରେ କାଳିଆ “ (୨)

“ ରାଧା ସୁନ୍ଦର କି ମୀରା ସୁନ୍ଦର “ (୨)

ଯାହାକୁ ପଚାର ସିଏ ତ କହିବ ..(୨)


ଶଙ୍ଖା ସୁନ୍ଦର କି କାଚ ସୁନ୍ଦର…

“ ଜାଣିଛୁ ଯଦି ତୁ କହରେ କାଳିଆ “ –(୨)

 ଗୀତ ସୁନ୍ଦର କି ନାଚ ସୁନ୍ଦର


ରାଧା ସୁନ୍ଦର କି ମୀରା ସୁନ୍ଦର

(Music-1)

ନାଉରୀ କି ଯଦି , ପଚାର କିଏ ସେ

ନାଆ ସୁନ୍ଦର କି ନଇ ।

ବିଚରା ନାଉରୀ , କି ଦବ ଉତ୍ତର

କିଛି ପାରେ ନାହିଁ କହି।।

ସେମିତି କାଳିଆ , କାହିଁକି ଦେଲୁ ତୁ

ଦୁଇ ନାବେ ଦୁଇ ପାଦ …..

ଗୋଟେ ପଟେ ରାଧା , ଗୋଟେ ପଟେ ମୀରା

ଚୋରାଇ ନେଲେ ତୋ ନିଦ ।।

ଯାହାକୁ ପଚାର ସିଏ ତ କହିବ ……(୨)

ଫୁଲ ସୁନ୍ଦର କି ,ବାସ ସୁନ୍ଦର …….

ଜାଣିଛୁ ଯଦି ତୁ କହରେ କାଳିଆ …..(୨)

ପୂଜା ସୁନ୍ଦର କି ରାସ ସୁନ୍ଦର ,

ରାଧା ସୁନ୍ଦର କି ମୀରା ସୁନ୍ଦର ।

(Music-2)

କଇଁ ଚାହିଁଥାଏ , ଚାନ୍ଦ ଆସୁଥାଏ


ସବୁଦିନ ଉଁଇ ଉଇଁ ……

ଚାନ୍ଦକୁ ଅନାଇ , ଖୁସି ହୁଏ କଇଁ …

ନ ପାରୁ ପଛକେ ଛୁଇଁ … ।।

Small tune …….

ସେଥି ପାଇଁ ବୋଧେ ରହିଲୁ କାଳିଆ ,

ମୀରାଠୁ ଦୂରେଇ ହୋଇ , ନିଯେତ କାନ୍ଦିଲୁ


କି ସୁଖ ବା ଦେଲୁ , ରାଧାକୁ ପାଖରେ ପାଇ ।।


ଯାହାକୁ ପଚାର ସିଏ କହିବ …… (୨)

ଦିନ ସୁନ୍ଦର କି ରାତି ସୁନ୍ଦର ….

 ଜାଣିଛୁ ଯଦି ତୁ କହରେ କାଳିଆ …(୨)

ରାଣୀ ସୁନ୍ଦର କି ଦାସୀ ସୁନ୍ଦର ….

ଯାହାକୁ ପଚାର ସିଏ ତ କହିବ… (୨)

ସୁନା ସୁନ୍ଦର କି ହୀରା ସୁନ୍ଦର

ଜାଣିଛୁ ଯଦି ତୁ କହରେ କାଳିଆ …(୨)

ରାଧା ସୁନ୍ଦର କି ମୀରା ସୁନ୍ଦର……

ଗୀତ ସୁନ୍ଦର କି ନାଚ ସୁନ୍ଦର .......

 ପୂଜା ସୁନ୍ଦର କି ରାସ ସୁନ୍ଦର ……

ରାଣୀ ସୁନ୍ଦର କି ଦାସୀ ସୁନ୍ଦର……

ସୁନା ସୁନ୍ଦର କି ହୀରା ସୁନ୍ଦର

(ସମାପ୍ତ)

Post a Comment

Previous Post Next Post