ଷାଠିଏ ପଉଟି ଭୋଗରୁ ତୁମର କାଢି ତ ନେଇନି ହରି Lyrics। Sathia Pauti Bhogaru Tumara lyrics | By Dillip Kumar Sahoo

ଷାଠିଏ ପଉଟି ଭୋଗରୁ ତୁମର

ଷାଠିଏ ପଉଟି ଭୋଗରୁ ତୁମର,
କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ,
କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
(MUSIC)
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ

କୁହ ତେବେ କେଉଁ ଅପରାଧେ ମୋତେ,

 କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି 

(MUSIC) 1

ଭିକାରୀ କରିବା ଯେବେ ତୁମ ଇଛା,ଭିକାରୀ କରିବା ଯେବେ ତୁମ ଇଛା

ନାହିଁ ମୋ ମନରେ ଦୁଃଖ

ସିଂହଦ୍ୱାରେ ବିନା ଆନ ଦୁଆରକୁ,ସିଂହଦ୍ୱାରେ ବିନା ଆନ ଦୁଆରକୁ

ମାଗି ଯିବିନାହିଁ ଭିକ

ଆହେ ଇଛାମୟ , ଇଛାରେ ତୁମରି,ଆହେ ଇଛାମୟ , ଇଛାରେ ତୁମରି

ଦିଅ ମୋର ଥାଳ ଭରି,

କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

(MUSIC) 2

ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ

ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ

ମୁଁ କହିବି କାହାକୁ ଆଉ

ଆଉ କାହା ପାଶେ ପାତାଇବି ହାତ, ତୁମେ ପ୍ରଭୁ ଥାଉ ଥାଉ

ଖାଲି ହାତେ ପଛେ ଫେରିଯିବି ପ୍ରଭୁ,ଖାଲି ହାତେ ପଛେ ଫେରିଯିବି ପ୍ରଭୁ

ଏ ବଡ଼ଦାଣ୍ଡେ ଛାଡ଼ି ହୁରି, କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ

କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

(ସମାପ୍ତ)

ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ LIKE କରନ୍ତୁ ।
👍

4 Comments

Previous Post Next Post