Skip to main content

Posts

Showing posts with the label Odia Sankirtan

Why a mother is truly great ? ଆଜି ଠାରୁ ମାଆ ଡାକ ଆଉ ନ ଶୁଭିବ Full Song Lyrics | By Dillip Kumar Sahoo | Bhakti Mandir 🙇🏻🙇🏻🙇🏻

                  Mother’s love is the purest love in the world, full of sacrifice and care.There is no one in this world who loves us more than our mother.A mother is the first teacher, first friend, and first guide in our life.God could not be everywhere, so He created mothers.Behind every successful child, there is a loving and hardworking mother.Her sacrifice cannot be measured in words.The story I am going to tell shows why a mother is truly great.How ??? STORY BEGINS :-  In a small village, there lived a boy named Raju. He was naughty and never paid attention to his studies. His mother worked very hard day and night to educate him and make him a good person. One day, Raju fell seriously ill. His mother stayed awake the whole night taking care of him. She took him to the doctor, gave him medicines, and prayed to God for his recovery. After a few days, Raju got well. He realized how much his mother suffered for him. He sa...

Mana mohan he mun ki tumar nuhai |ମନ ମୋହନ ହେ ମୁଁ କି ତୁମର ନୁହଁଇ full song lyrics | Bhakti Mandir 🙇🏻 i..

ମନ ମୋହନ ହେ ....... ମୁଁ କି ତୁମର ନୁହଁଇ ......... ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ   ( 2) (  MUSIC  ) ଯେବେ ଯେତେ ମାୟା ଅଛଇ ତୁମର , କେବେ ଗୋଚର ନୁହଁଇ ମଣିଷ ତ ମୁହିଁ ଜାଣିବି ବା କାହିଁ ମାୟାଧର ପରା ତୁହି ମନ ମୋହନ ହେ ମୁଁ କି ତୁମର ନୁହଁଇ (  MUSIC  ) ଚିନ୍ତା ମଣୀ ପଦ ବସି ଚିନ୍ତୁ ଅଛି ଆସିବ କେବେ ମୋ ପାଇଁ ବିଳମ୍ବ ହୋଇଲେ ପରାଣ ତେଜିବି ଭାସେ ଅଭିରାମ ବାଇ ମନ ମୋହନ ହେ  ମନ ମୋହନ ହେ ମୁଁ କି ତୁମର ନୁହଁଇ . ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ ( ସମାପ୍ତ )​

କୁଞ୍ଜ ବନେ କଳା ନିଧି କଳା ନିଧି full song Odia Lyrics | Kunja Bane Kala Nidhi Odia Lyrics | Bhakti Mandir🙇🏻

କୁଞ୍ଜ ବନେ କଳା ନିଧି କଳା ନିଧି Full Song Lyrics By Dillip Kumar Sahoo BHAKTI MANDIR   କୁଞ୍ଜ ବନେ କଳା ନିଧି କଳା ନିଧି , କଳା ନିଧି କଳା ଶ୍ରୀ ହରି -- 2 କହନ୍ତି  ସକଳେ କଳକଣ୍ଠି ପାଶେ  , କଳକଣ୍ଠୀ ପ୍ରୀତି ସୁମରି   କୋକିଳ .... ଅ...... କି କରୁଥିବ ରାମାମଣୀ  କୁସୁମ ଶାୟକ ଶାୟକ ଶାୟକ ଶାୟକ ବିନ୍ଦୁ ଥିବ ଟାଣି କୋକିଳ ... କି କରୁଥିବ ରାମାମଣୀ --2 ---- Music ----- ଗଳା ମାଳା ମୋର ପ୍ରିୟକ ପ୍ରିୟକ  ପ୍ରିୟକ ପ୍ରିୟକ ଦେଖିବ  ଗୌରୀ ନ କରି ପ୍ରିୟକ ପ୍ରିୟକ  ପ୍ରିୟକ ମୋହିନୀ ହସିବ  କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  ଗୁରୁ ସମ ମଣୀ ତାରଣ ତାରଣ  ତାରଣ ଡୋଳା ହେଉଥିବ କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  --- Music ----- କ୍ଷମା ଥାଉ ବୃଷାଙ୍କ ବୃଷାଙ୍କ  ବୃଷାଙ୍କ ବୃଷାଙ୍କ ଦହୁଛି | କ୍ଷିତି ମଣ୍ଡନା ପାଶେ ଏତେ କହିବ  କର ଧରି ତୋତେ କହୁଛି  କୋକିଳ ..... ଯତନେ ତାର ସଖୀ ଗଣ  କ୍ଷମେ ରକ୍ଷା କର ଉପ ଇନ୍ଦ୍ର  ଉପ ଇନ୍ଦ୍ର ଭଞ୍ଜ ମଙ୍ଗରାଜଙ୍କୁ  କୋକିଳ .... କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ  କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ -- 2 -- ସମାପ୍ତ ----

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା ) 1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |     ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |      ପିଇବା ଆଗୁ ଭଣ୍ଡିଲ ଯାଚି ସୁମଧୁର ପଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 3. ବିତରୀ ସଂସାର ସାର ଫଳକୁ କଲ ଅସାର  |      ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||          || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |      ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |      ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

ନିଶ୍ୱ କରହେ ମୋତେ ବିଶ୍ଵ ବିହାରୀ || Niswa Karahe Mote Biswa Bihari || Bhakti Mandir 🙇🏻‍♂️

ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2) ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)  ( Music 1 ) " ଅଳପ ଚାହିଁଲି ଅନେକ ପାଇଲି  ,  ଆଉ କିଛି ଚାହେଁନା  | ଅମୃତ ଭାବନା କରେ ଆନମନା , କିଛି ଭଲ ଲାଗେନା ||  " (2) ଜୀବନଟା ଲାଗି ଲାଣି .... (2) ଏବେ ଭାରି ଭାରି....... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ( Music 2 ) ମଳୟ ପରଷ ନ ପାଇଲି , ବାସ ନାହିଁ ଚନ୍ଦନେ | ତୁମକୁ ନ ପାଇ ଯେତେ ଯାହା ପାଇଲେ , ଶାନ୍ତି ନାହିଁ ଜୀବନେ  || (2) ଅଶାନ୍ତି ରୁ ପ୍ରଶାନ୍ତିକୁ... (2) ପ୍ରାଣ ହୁଏ ଝୁରି ... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2)  ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

     କଥା : -         ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)             ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)                         ତୁମ୍ଭେ ଗରିବ ଗଣ୍ଠି ଧନ  START SINGING  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ତୋ ରୂପେ ନେତ୍ରେ ଲାଖି ଥାଉ ହେ ପଦ୍ମ ଆଖି  .... (2)  ତୁମ୍ଭେ ଗରିବ ଗଣ୍ଠି ଧନ ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 1 ) ଆହେ କରୁଣା ସିନ୍ଧୁ  , ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2) କଞ୍ଜ ଚରଣେ ଦିଅ ସ୍ଥାନ  ( Music 2 ) ବ୍ରଜରାଜ ତନୂଜ ଘେନିବାରେ ଅରଜ ,  ଶିଖା ସହଜ ସୂତ୍ର ଧ୍ୟାନ ... (2) ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2) ଚଞ୍ଚଳେ ଦେବ ଦରଶନ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 3 ) ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ , ଚାଲିଯିବା ମୋ ଅଘଟଣ .... (2) ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2) ତହୁଁ  ବଳିକି ଅଛି ପୁଣ୍ୟ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (...

ମାନ ଉଦ୍ଧାରଣ , କାରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

ମାନ ଉଦ୍ଧାରଣ  , କାରହେ କାରଣ  ଶରଣ ମୁଁ ତୁମ୍ଭ ପଦ ତଳେ  || 1. ଆନଥର  , ନୀଳଗିରି ନାଥ    ଜଗନ୍ନାଥ ନାମ ନୀଳାଚଳେ .. ||    ମାନ ଉଦ୍ଧାରଣ  , କାରହେ କାରଣ      ଶରଣ ମୁଁ ତୁମ୍ଭ ପଦ ତଳେ  || 2. ମହୋଦଧି କୂଳେ  , କଳ୍ପ ବଟ ମୂଳେ      ବିଜେ ଆରିଛ ବଡ଼ ଦେଉଳେ... ||      ମାନ ଉଦ୍ଧାରଣ  , କାରହେ କାରଣ         ଶରଣ ମୁଁ ତୁମ୍ଭ ପଦ ତଳେ  || 3. ଲକ୍ଷେ ଯୋଜନ ରେ , ଗଜଡାକ ଦେଲା       ତା ଡାକ ଶୁଣିଲ ପଶା ଖେଳେ  |      ମାରକଣ୍ଡ ଋଷି ,  ଯାଉଥିଲେ ଭାସି       ଉଦ୍ଧରି ଧରିଲ ବାମ କରେ  ||  ପାଳି :-   ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ      ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ |      ଲଙ୍କାରେ ରାବଣ  , ବଧିଲ ଆପଣ      ଜନକ ନନ୍ଦିନୀ ସୀତା ଛଳେ || ପାଳି :-      ମାନ ଉଦ୍ଧାରଣ  , କାରହେ କାରଣ...

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ . | Dine Jugalla Nidra Bhangiba re Full song Lyrics | Odishi Sankirtan Song | Bhakti Mandir By Dillip Kumar Sahoo

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ  ତୋ ମନ ଯେବେ ମୋଓ ଠାରେ  ମୋ ମନ ତୋ ଠାରେ ଥିବ  ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁଣ ଦଇବ ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 1 ) ବାଟ ଡକାଇତ ବାଟେ ବସିଅଛି  ତୋତେ ଛାଡ଼ି ମୋତେ ନେବ ...... ତୁ ମୁଁ ଦୁହେଁ ଚିହ୍ନା ଚିହ୍ନି ହେଲେ  କି କରିବା କାଳ ଯମ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 2) ହାଡ଼ ରକ୍ତ ଚର୍ମ ମାଉଁସ ଜୀବନ  ତାର ସଙ୍ଗେ କିବ ଭାବ  ତୁ ମୁଁ ଏକ ଗରଭୁ ସ୍ତମ୍ଭୂତ  ନ ପାଇଲେ ବ୍ରହ୍ମା ଶିବ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 3 ) ତୁ ପରା ବଲ୍ଲଭ ଲଗାଇଛୁ ଭାବ  ଭାବ ସଙ୍ଗେ କିଭିବ ଲାଭ  ଅରକ୍ଷିତ ଦାସ ଗୀତରେ ଭଣିଲେ  ଖଣ୍ଡ ଗିରି (ଓଳାଶୁଣି ) ରେ ଭେ ଟି ବ ହେ ..... ମିତଣୀ  ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁ...

ଥକା ମନ ଚାଲ ଯିବା ଚକା ନୟନ ଦେଖିବା | Thaka Mana Chalaa Jiba Full song Lyrics | Bhakti Mandir By Dillip Kumar sahoo

ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) ଶଙ୍ଖ ନାହିଁ ମଣ୍ଡଳରେ (2)  ବେନି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 1 ) ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2) ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ସରିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 2 ) ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ  ..(2) ଛତା ତଳେ ରହି ଦଣ୍ଡେ  ସାଧୁଙ୍କୁ ସେବା କରିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 3 ) ବାଇଶି ପାହାଚେ ସଖା , କୈବଲ୍ୟ ହେଉଛି ବିକା (୨) ହାଣ୍ଡିକ ପଡ଼େ ସିଉକା  ମନ ରଙ୍କା ଛଡ଼ାଇବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 4 ) ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ  ବଳ ରାମଙ୍କୁ ଦେଖିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ଶଙ୍ଖ ନାହିଁ ମଣ୍ଡଳରେ (2) ଏହି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( ସମାପ୍ତ )

ସଜନୀ ଲୋ ଶୁଭିଲାଣି ଖୋଳ କୀର୍ତ୍ତନ Lyrics | Bhakti Mandir

 1.  ସଜନୀ ଲୋ ଶୁଭିଲାଣି ଖୋଳ କୀର୍ତ୍ତନ  (2)     " ଦୋଳ ବିମାନରେ ବିଜେ        ହୋ....      ଦୋଳ ବିମାନରେ ବିଜେ " (2)            ରାଧା ମୋହନ       ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ  (2)  2.  ମସ୍ତକେ ଚନ୍ଦ୍ରିକା ଧରି , ହସ୍ତରେ ମୁରଲୀ ଧରି (2)       " କି ସୁନ୍ଦର ଦିଶେ ପରା                    ହୋ.....          କି ସୁନ୍ଦର ଦିଶେ ପରା " (2)                  ବଂଶୀ ବଦନ       ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ  (2) 3.  ଶ୍ରୀ ଅଙ୍ଗେ ଚନ୍ଦନ ବୋଳା , ବାମ ଅଙ୍ଗେ ବ୍ରଜବାଳା (2)       " ଦିଶେ କେଡେ ସୋଭାବନ              ହୋ........          ଦିଶେ କେଡେ ସୋଭାବନ "(2)                ବ୍ରଜମୋହନ       ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ  (2) 4....

ମନ ପାରାରେ Full Song Lyrics | Mana Para Re Full Song Lyrics | Bhakti Mandir 🙇

  ମନ ପାରାରେ.........ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରାରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି........ ପାରା ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି  ଏଠୀ ଘୁମୁରିଲେ କି ଲାଭ ପାଇବୁ ରେ ..... ଏଠୀ ଘୂମୁରିଲେ କି ଲାଭ ପାଇବୁ  ଗଲାଣି ତୋ ପରା ଝଡି ମନ ପାରାରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ମନ ପାରା ରେ ଶ୍ରୀ କ୍ଷେତ୍ରେ (Music 1) " ମନୁଆ କାଳିଆ ,  ମନ ମାରି ଦେଇ " (2) ମଉନେ ବସିଛି ସେଠି..... ମନ କଥା ତୁହି କହିବୁ ବୁଝେଇ ମନ ରଖିଥିବୁ ତା ଠୀ , ରେ ମନ ରାଖିଥିବୁ ତା ଠି ତୋହ ପ୍ରତି  ଯେବେ , ହେବେ ନିରିଦୟ  ରେ ତୋ ପ୍ରତି ଯେବେ ହେବେ ନିରିଦାୟ ନ ଯିବୁ ସେ ଠାବ ଛାଡି  ମନ ପାରା ରେ.......... ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି ପାରା  ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି (Music 2) " ନରେନ୍ଦ୍ରେ ସ୍ନାହନ  , କରିବୁ ରେ ପାରା " (2) ସମୁଦ୍ରରେ ଦବୁ ବୁଡ଼ ........ " ଆନନ୍ଦ ବଜାରେ , ବୁଲିଣ ମଜାରେ " (2) ଖାଉଥିବୁ ବେତ ମାଡ଼ ରେ ଖଉଥିବୁ ବେତ ମାଡ଼........ ଶ୍ରୀ ମହାପ୍ରସାଦ ସାଉଁଟି କହିବୁ ରେ ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ..... ଭକ୍ତ ମୁଖୁ ଥିବ ପଡ଼ି ..... ମନ ପାରା ରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ....ମନ ପାରା ରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି (Music 3) " ତତେ ସେହି ଯେବେ , କଥା ନ କହିବେ " (2) ମୋର ବ...

ଅଜା ଲୋ ମୋତେ ନେଇଯା ନଦିଆ ପୁର Lyrics | Aja Lo Mate Neija Nadia Pura Lyrics | Bhakti Mandir 🙇

  ଅଜା ଲୋ ମୋତେ ନେଇଯା ନଦିଆ ପୁର                      ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା --(2) ନଦିଆ ଦାଣ୍ଡରେ ଚିହ୍ନେଇ ଦେବୁ ତୁ--(2) କିଆ ସେ ନିତାଇ କି ଗୋଉର ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା  (Music 1) ଅଜା ନାତି ଦୁହେଁ ବାହାର ହୋଇଲେ , ନଦିଆ ଦାଣ୍ଡରେ ପହଞ୍ଚିଗଲେ  --(2) ଦେଖିଲେ ଲାଗିଛି ଭକତ ଗହଳି  ନ ଦି ଆ ର ଦାଣ୍ଡ ପଡୁଛି ଉଛୁଳୀ  ଆଜି ଆଜି ଅଜା ପଛେ ପଛେ ନାତି --(2) ନଦିଆ ନଗରେ ପଡେ ଚହଳ  ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା  (Music 2) ଅଜା କହେ ନାତି ଶୁଣରେ ଚଗଲା ,  ଜଗନ୍ନାଥ ମିଶ୍ର ଏ କୋ ର ବଳା  ତେର ମାସେ ତେର ଦିନେ ଜନମିଲା  ଫଗୁ ପୂର୍ଣ୍ଣିମା ରେ ଜନମ ହୋଇଲା --(2) ନ ଦି ଆ  ବ ଜା ରେ ଶୁଭେ ଚହଳ  ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ...

ବୃନ୍ଦାବନେ ବଂଶୀ କେ ବଜାଇଲା Lyrics | Brundabane Banshi Ke Bajaila Lyrics | Bhakti Mandir 🙇

 ବୃନ୍ଦାବନେ ବଂଶୀ  କେ ବଜାଇଲା ---(2) ଏକା ରାଧା ରାଧା ନାମ ରାଇଲା ---(2) ବୃନ୍ଦା ବନେ ବଂଶୀ କେ ବଜାଇଲା (Music  1) ଛିଡ଼ିଲ  ସେ  ଛିଦ୍ର ଗଣ୍ଠି  , ନିର୍ଭି ବନ୍ଧ ଗଲ ଫିଟି --(2) ବାସ ପିନ୍ଧତେ ତର ନୋହିଲା  ବୃନ୍ଦା ବନେ ବଂଶୀ କେ  ବଜାଇଲା --(2) (Music  2) ପାଷାଣ ହୋଇଲା ପାଣି , ଯମୁନା ବହେ ଉଜାଣି --(2) ଝର ଝର ମକରନ୍ଦ ବହିଲା  ବୃନ୍ଦାବନେ ବଂଶୀ କେ ବଜାଇଲା --(2) (Music 3) ଶୁଷ୍କ ତରୁ ମାନେ ଥିଲେ , ଧ୍ଵନି ଶୁଣି ପଲ୍ଲବିଲେ (2) ପବନ ଥକି ତ ଚିତ୍ତ ମୋହିଲା  ବୃନ୍ଦାବନେ ବଂଶୀ କେ ବଜାଇଲା (Music 4) ମୁନିଙ୍କ ଆଶ୍ରମ ତଳି , ରସରେ ପଡ଼ିଲେ ଢାଳି -(2) ବ୍ୟାଧ ପଛେ କୁରାଙ୍ଗି ଗୋଡାଇଲା  ବୃନ୍ଦା ବନେ ବଂଶୀ କେ ବଜାଇଲା --(2) (Music 5) କହେ ସାଲବେଗ ହୀନ , ଏହି ମୋର ନିବେଦନ --(2) ରାଧା କୃଷ୍ଣ ପାଦେ ଚିତ୍ତ ରହିଲା ବୃନ୍ଦା ବନେ ବଂଶୀ କେ ବଜାଇଲା--(2) ଏକା ରାଧା ରାଧା ନାମ ରାଇଲା --(2) ବୃନ୍ଦାବନେ ବଂଶୀ କେ ବଜାଇଲା--(2) ବୃନ୍ଦାବନେ ବଂଶୀ କେ ବଜାଇଲା || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW   କରନ୍ତୁ | ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |   || ଧନ୍ୟବାଦ୍  ||

ପ୍ରଭୁ ତୁମେ ଅପରୁପ କେଡେ ସୁନ୍ଦର Lyrics | Prabhu Tume Aparupa Kede Sundar Lyrics | Bhakti Mandir 🙇

 " ପ୍ରଭୁ ତୁମେ ଅପରୁପ , କେଡେ ସୁନ୍ଦର  ତୁମରି ବନ୍ଦନା ହେଉ , ମୋ କଣ୍ଠସ୍ୱର " (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର (Music 1) ଯାହାକୁ ଖୋଜୁଛି ଜ୍ଞାନୀ ବେଦ ବେଦାନ୍ତ ବଖାଣି ରୂପ ରସ ଗନ୍ଧେ ତୁମ  , ସ୍ୱରୂପ ତାର  (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର  ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର (Music 2) ଅମୃତ ମୋ ଲୋଡା ନାହିଁ  ,  ସରଗ ମୁଁ ଚାହେଁ ନାହିଁ ମୋତେ ଭଲ ଲାଗେ ତୁମ କୁଞ୍ଜ ପୟର (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର୍ ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର........

ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା Lyrics | Bhaba Nathai Bhajan Prabhunku Ninda Full Song Lyrics | Bhakti Mandir 🙇

 ବାସ ନଥାଇ ହୋ ବାସ ନଥାଇ ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) ବାସ ନଥାଇ ହୋ ବାସ ନଥାଇ  ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) (Music 1) ଭାବରେ  ଭିଜେଇ , ଭକ୍ତିରେ ମଜେଇ --(2) ପ୍ରଭୁଙ୍କୁ ଭଜିଲେ ସିଏ ଭଜନ ହୋ....... ପ୍ରଭୁଙ୍କୁ ଭଜିଲେ ସିଏ ଭଜନ ଭକ୍ତ ଭଗବାନ ଦୁହିଁଙ୍କ ମଝିରେ (2) ହୁଏ ତ ଭଜନ ସେତୁ ସମାନ  ବିଦ୍ୟା ନଥାଇ ହୋ ବିଦ୍ୟା ନଥାଇ ବିଦ୍ୟା ନଥାଇ ବ୍ରାହ୍ମଣ.... କୁଳକୁ ନିନ୍ଦା ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁ ଙ୍କୁ  ନିନ୍ଦା (2) (Music 2) ଏ ତ କଳିଯୁଗ ଭାବର ଅଭାବ (2) ମୂରୁଖ ବୋଲଏ  ମହା ପଣ୍ଡିତ (2) ବିଧର୍ମୀ ଜନର ବଢୁଛି ଆଦର  ମୂରୁଖ  ହେଉଛି ଯଶ ମଣ୍ଡିତ  ଘୃତ ନଥାଇ ହୋ ଘୃତ ନଥାଇ  ଘୃତ ନଥି ଭୋଜନ  ସଭା କୁ ନିନ୍ଦା ......ଆ.. ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) ବାସ ନଥାଇ ହୋ ବାସ ନଥାଇ  ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (3) || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW   କରନ୍ତୁ | ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ ...

କି ରଙ୍ଗ ରଖିଛୁରେ ରଙ୍ଗ ନାୟକ Lyrics | Ki Ranga Rakhichhu Re Ranga Nayak Lyrics | Bhakti Mandir 🙇

କି ରଙ୍ଗ ରଖିଛୁରେ ରଙ୍ଗ ନାୟକ କି କଳା ମାଖିଛୁରେ କଲ ଶ୍ରୀମୁଖ ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ ତୋର ଛନ୍ଦ ରେ ନଚୁଛି ଜଗତ ଯାକ ରେ....... ନାଟ ରସିକ ମୋ ମାୟା ପ୍ରେମିକ (2) କି ରଙ୍ଗ ରଖିଛୁରେ ରଙ୍ଗ ନାୟକ କି କଳା ମାଖିଛୁ ରେ କଳା ଶ୍ରୀମୁଖ (Music 🎵 1) " ରାମାୟଣ ରେ ପୁରୁଷୋତ୍ତମ ,  ତୁ ମହା ଭାରତରେ ସାରଥୀ ତୋ ପାଇଁ ଲେଖା କେତେ ଯେ ପୁରାଣ ଗୀତ  ଭାଗବତ ପୋଥି " (2) ସବୁଠି ଅଛୁ ତୁ ସବୁଠି ଅଛୁ ପୁଣି କେଉଁଠି ନବାଠାଇ ଶୂନ୍ୟ ନାବିକ ରେ...... ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ......(2) କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ  କି କଳା ମାଖିଛୁରେ କଳା ଶ୍ରୀମୁଖ (Music 🎵 2) ଧର୍ମ ଯୁଦ୍ଧରେ ଯେଉଁ ସଖାକୁ  , କର୍ମ ଯୋଗ କଥା କହିଲୁ , ସେଇ ଶାଖା ଠାରୁ ଶିଆଳି ଲଟାରେ କଳା ତୁ ହରଣ କଲୁ  ||  (2) କରି କରାଉ ତୁ କରି କାରାଉ  କଳା ଜ୍ୟୋତିଷ ମୋ ଲୀଳା ପୁରୁଷ  ---(2) କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ  କି କଳା ମାଖିଛୁ ରେ କଳା ଶ୍ରୀମୁଖ ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ ତୋର ଛନ୍ଦରେ ନାଚୁଛି ଜଗତ ଯାକ ରେ ନାଟ ରସିକ ମୋ ମାୟା ପ୍ରେମିକ  ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ  କଳା ଜ୍ୟୋତିଷ ମୋ ଲୀଳା ପୁରୁଷ  ନାଟ ରସିକ.... ମୋ ମାୟା ପ୍ରେମିକ...... || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW ...