ମାନ ଉଦ୍ଧାରଣ , କରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

Bhakti Mandir


ମାନ ଉଦ୍ଧାରଣ  , କରହେ କାରଣ 
ଶରଣ ମୁଁ ତୁମ୍ଭ ପଦ ତଳେ  ||

1. ଆନଥର  ନାଥ , ନୀଳଗିରି ନାଥ
   ଜଗନ୍ନାଥ ନାମ ନୀଳାଚଳେ .. ||
   ମାନ ଉଦ୍ଧାରଣ  , କାରହେ କାରଣ 
    ଶରଣ ମୁଁ ତୁମ୍ଭ ପଦ ତଳେ  ||

2. ମହୋଦଧି କୂଳେ  , କଳ୍ପବଟ ମୂଳେ
     ବିଜେ ରିଛ ବଡ଼ ଦେଉଳେ... ||
     ମାନ ଉଦ୍ଧାରଣ  , କାରହେ କାରଣ 
       ଶରଣ ମୁଁ ତୁମ୍ଭ ପଦ ତଳେ  ||

ପାଳି :-   
ମାନ ଉଦ୍ଧାରଣ  , କରହେ କାରଣ 
              ଶରଣ ମୁଁ ତୁମ୍ଭ ପଦ ତଳେ  ||

3. ଲକ୍ଷେ ଯୋଜନରେ , ଗଜଡାକ ଦେଲା 
     ତା ଡାକ ଶୁଣିଲ ପଶା ଖେଳେ  |
     ମାରକଣ୍ଡ ଋଷି ,  ଯାଉଥିଲେ ଭାସି 
     ଉଦ୍ଧରି ଧରିଲ ବାମ କରେ  ||

 ପାଳି :-   
ମାନ ଉଦ୍ଧାରଣ  , କରହେ କାରଣ 
              ଶରଣ ମୁଁ ତୁମ୍ଭ ପଦ ତଳେ  ||

4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ 
    ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ |
     ଲଙ୍କାରେ ରାବଣ  , ବଧିଲ ଆପଣ
     ଜନକ ନନ୍ଦିନୀ ସୀତା ଛଳେ ||
ପାଳି :- 
    ମାନ ଉଦ୍ଧାରଣ  , କାରହେ କାରଣ 
     ଶରଣ ମୁଁ ତୁମ୍ଭ ପଦ ତଳେ  ||

5 . ଯୁଧିଷ୍ଠିର ବୋଲେ , ହସ୍ତିନା କୁ ଗଲ 
     ଭୋଜନ କଲ ବିଦୁର ଘର |
       କୁରୁ ସଭା ତଳେ , ଦୌପଦୀ  ଚିନ୍ତିଲା 
   କାଟି ବସ୍ତ୍ର ଦେଲ ଅବହେଳେ ||
ପାଳି :-
     ମାନ ଉଦ୍ଧାରଣ  , କାରହେ କାରଣ 
    ଶରଣ ମୁଁ ତୁମ୍ଭ ପଦ ତଳେ  ||

6 . ବଣ ପୋଡ଼ି ବେଳେ , ଘୋର ଦାବନାଳୁ 
      ଉଦ୍ଧରି ରଖିଲ ବ୍ରଜବାଳେ |
      କହେ ଉପଇନ୍ଦ୍ର , କବି କୁଳ ଚନ୍ଦ୍ର  
      ଶରଣ ମୁଁ ତୁମ୍ଭ ପଦ ତଳେ  ||

    ମାନ ଉଦ୍ଧାରଣ  , କାରହେ କାରଣ 
ଶରଣ ମୁଁ ତୁମ୍ଭ ପଦ ତଳେ  ||

Post a Comment

Previous Post Next Post