ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

Bhakti Mandir


ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....

ତୁଳସୀ ଟିକିଏ ମୋତେ ମିଳୁ  ....
ମହାବାହୁ ....

ରଜା କୁ ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2)

ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ......

ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....
ମହାବାହୁ .....

( Music  1)

କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି ,
ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ......

ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବାଜୁଛି ବାଜଣା  |
କଣେ ଦେଲେକି ମାଣେ  , ତୁମ ସରିବା ମହିମା  ||

ହେ ସାଆନ୍ତ ବଡ଼ ବାବୁ  ,
ତୁମ ମୋହର ସବୁ  || (2)

ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ .......

ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....
ମହାବାହୁ .....

( Music 2 )

ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  ,
ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  ||

ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ ,
କିଏ ସେ ଭରିବ ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ ||

ଦୁଃଖ ଶୂନ୍ୟ ଥାଳ ନେଇ ,
ଫେରିଯିବି ଭାବଗ୍ରାହୀ ... (2)

ସରଗ ଦ୍ଵାର କୁ ଆହେ ଦୟାଳୁ ......

ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....

ତୁଳସୀ ଟିକିଏ ମୋତେ ମିଳୁ  ....
ମହାବାହୁ ....

ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2)

ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ......

ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....

ତୁଳସୀ ଟିକିଏ ମୋତେ ମିଳୁ  .... 
ମହାବାହୁ ....

ଅବଢା ମୁଠିଏ  ମୋତେ ମିଳୁ .... 
ମହାବାହୁ .....
ମହାବାହୁ .....

( ସମାପ୍ତ )

Post a Comment

Previous Post Next Post