ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

Bhakti Mandir

    କଥା : -        ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)
            ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)
                        ତୁମ୍ଭେ ଗରିବ ଗଣ୍ଠି ଧନ 

START SINGING 

ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)
ତୋ ରୂପେ ନେତ୍ରେ ଲାଖି ଥାଉ ହେ ପଦ୍ମ ଆଖି  .... (2) 
ତୁମ୍ଭେ ଗରିବ ଗଣ୍ଠି ଧନ
ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)

( Music 1 )

ଆହେ କରୁଣା ସିନ୍ଧୁ  , ଦୁଖି ଜନଙ୍କ ଇନ୍ଦୁ
ବନ୍ଧୁରେ କଲି ମୁଁ ବରଣ
ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2)
କଞ୍ଜ ଚରଣେ ଦିଅ ସ୍ଥାନ 

( Music 2 )

ବ୍ରଜରାଜ ତନୂଜ ଘେନିବାରେ ଅରଜ , 
ଶିଖା ସହଜ ସୂତ୍ର ଧ୍ୟାନ ... (2)

ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2)

ଚଞ୍ଚଳେ ଦେବ ଦରଶନ 
ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)

( Music 3 )

ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ ,
ଚାଲିଯିବା ମୋ ଅଘଟଣ .... (2)

ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2)

ତହୁଁ  ବଳିକି ଅଛି ପୁଣ୍ୟ 

ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)

( Music 4 )

ତୁମ୍ଭେ ଯାର ସହାୟ ତାର କାହାକୁ ଭୟ ,
ଅଭୟ ଜଗତେ ସେ ଜଣା  ... (2)

ଜୟ ଯଶୋଦା ସୁତ , ଦିଅ ଚରଣାମୃତ  ... (2)

ଏତିକି ମୋର ନିବେଦନ 

ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)

ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2) 
ତୁମ୍ଭେ ଗରିବ ଗଣ୍ଠି ଧନ
ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)
ତୋ ଗୁଣ ଗାଇ ଯାଉ ଦିନ .....
ତୋ ଗୁଣ ଗାଇ ଯାଉ ଦିନ .....
ତୋ ଗୁଣ ଗାଇ ଯାଉ ଦିନ .....

( ସମାପ୍ତ )

Post a Comment

Previous Post Next Post