ନିଶ୍ୱ କରହେ ମୋତେ ବିଶ୍ଵ ବିହାରୀ || Niswa Karahe Mote Biswa Bihari || Bhakti Mandir 🙇🏻‍♂️



ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)
ଖାଲି ଖାଲି ଆସିଥିଲି .... (2)
ଖାଲି ଯିବି ଫେରି .....
ଏତିକି ବୁଝିବା ମୋର ହୋଇଗଲା ଡେରି....
ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) 

( Music 1 )

" ଅଳପ ଚାହିଁଲି ଅନେକ ପାଇଲି  , 
ଆଉ କିଛି ଚାହେଁନା  |

ଅମୃତ ଭାବନା କରେ ଆନମନା ,
କିଛି ଭଲ ଲାଗେନା ||  " (2)
ଜୀବନଟା ଲାଗି ଲାଣି .... (2)
ଏବେ ଭାରି ଭାରି.......
ଏତିକି ବୁଝିବା ମୋର ହୋଇଗଲା ଡେରି ...

ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

( Music 2 )

ମଳୟ ପରଷ ନ ପାଇଲି ,
ବାସ ନାହିଁ ଚନ୍ଦନେ |

ତୁମକୁ ନ ପାଇ ଯେତେ ଯାହା ପାଇଲେ ,
ଶାନ୍ତି ନାହିଁ ଜୀବନେ  || (2)
ଅଶାନ୍ତି ରୁ ପ୍ରଶାନ୍ତିକୁ... (2)
ପ୍ରାଣ ହୁଏ ଝୁରି ...
ଏତିକି ବୁଝିବା ମୋର ହୋଇଗଲା ଡେରି ...
ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)
ଖାଲି ଖାଲି ଆସିଥିଲି .... (2) 
ଖାଲି ଯିବି ଫେରି .....
ଏତିକି ବୁଝିବା ମୋର ହୋଇଗଲା ଡେରି....
ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

(ସମାପ୍ତ)

Post a Comment

Previous Post Next Post