ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ || Ahe Dina bandhab || Bhakti Mandir 🙇🏼‍♂️

bhakti mandir


ସବୁ କାଢି ନେଇ କାଙ୍ଗାଳ ସଜାଇ ......
ଶ୍ରୀ ଚରଣେ ସ୍ଥାନ ଦିଅ  ...
ମୋତେ ଆପଣା ର କରି ନିଅ 

Starting Music ....

ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... (2)
ସବୁ କାଢି ନେଇ କାଙ୍ଗାଳ ସଜାଇ ....(2). 
ଶ୍ରୀ ଚରଣେ ସ୍ଥାନ ଦିଅ  ...
ମୋତେ ଆପଣା ର କରି ନିଅ
ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ...

( Music 1 )

ଗର୍ବ ଅଭିମାନ ହିଂସା ପାପ କାମ , ସବୁ କାଢି ନେଇ ଦିଅ ପଦେ ସ୍ଥାନ .. (2)
ଧନ ଜନ ପଦ ହୋ ......
ଧନ ଜନ ପଦ , କାମନା ଗୌରବ .... (2)
ନିଅ ଆହେ କାଢି ନିଅ
ମୋତେ ଆପଣା ର କରି ନିଅ 
ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ...

( Music 2)

ଅପରାଧୀ ଏହି ଯେଉଁ ଚତୁର୍ବିଂଶ , ସର୍ବଦା ମୋ ପାଶେ କରନ୍ତି ଅବଶ ... (2)
ଦାସଠାରେ କିମ୍ପା .... ହୋ .....
ଦାସଠାରେ କିମ୍ପା କରିଅଛ ରୋଷ ... (2)
କୃପା ନେତ୍ରେ ଅବ ଚାହଁ 
ମୋତେ ଆପଣା ର କରି ନିଅ 
ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ...

( Music 3 )

ଆହେ ହୃଦାନଥ ଭାବୁଛ କି ପର , ପରାଣ ବନ୍ଧୁ ହେ ନୁହେଁ ମୁଁ ଅନ୍ୟର .. (2)
ଭାବେ ଅଭିରାମ ...... ଅ ......
ଭାବେ ଅଭିରାମ , ତୋ କିଣା ଦାସକୁ  ... (2)
ପାଦ ପଦ୍ମେ ସ୍ଥାନ ଦିଅ 
ମୋତେ ଆପଣା ର କରି ନିଅ 
ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ...

ସବୁ କାଢି ନେଇ କାଙ୍ଗାଳ ସଜାଇ ....(2). 
ଶ୍ରୀ ଚରଣେ ସ୍ଥାନ ଦିଅ  ...
ମୋତେ ଆପଣା ର କରି ନିଅ
ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... 
ମୋତେ ଆପଣା ର କରି ନିଅ  ... 
ମୋତେ ଆପଣା ର କରି ନିଅ  ... 

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post