ଥକା ମନ ଚାଲ ଯିବା ଚକା ନୟନ ଦେଖିବା | Thaka Mana Chalaa Jiba Full song Lyrics | Bhakti Mandir By Dillip Kumar sahoo

Bhakti Mandir By Dillip Kumar sahoo


ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
ଶଙ୍ଖ ନାହିଁ ମଣ୍ଡଳରେ (2) 
ବେନି ନେତ୍ର ପଖାଳିବା 
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 

( Music 1 )

ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2)
ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ରିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 

( Music 2 )

ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ  ..(2)
ଛତା ତଳେ ରହି ଦଣ୍ଡେ 
ସାଧୁଙ୍କୁ ସେବା କରିବା 
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 

( Music 3 )

ବାଇଶି ପାହାଚେ ସଖା , କୈବଲ୍ୟ ହେଉଛି ବିକା (୨)
ହାଣ୍ଡିକ ପଡ଼େ ସିଉକା 
ମନ ରଙ୍କା ଛଡ଼ାଇବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 

( Music 4 )

ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ 
ବଳ ରାମଙ୍କୁ ଦେଖିବା 

ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 
ଶଙ୍ଖ ନାହିଁ ମଣ୍ଡଳରେ (2)
ଏହି ନେତ୍ର ପଖାଳିବା 
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) 

( ସମାପ୍ତ )

Post a Comment

Previous Post Next Post