କି ରଙ୍ଗ ରଖିଛୁରେ ରଙ୍ଗ ନାୟକ Lyrics | Ki Ranga Rakhichhu Re Ranga Nayak Lyrics | Bhakti Mandir 🙇

Odia Bhajan | Bhakti Mandir


କି ରଙ୍ଗ ରଖିଛୁରେ ରଙ୍ଗ ନାୟକ

କି କଳା ମାଖିଛୁରେ କଲ ଶ୍ରୀମୁଖ


ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ


ତୋର ଛନ୍ଦ ରେ ନଚୁଛି ଜଗତ ଯାକ ରେ.......


ନାଟ ରସିକ ମୋ ମାୟା ପ୍ରେମିକ (2)


କି ରଙ୍ଗ ରଖିଛୁରେ ରଙ୍ଗ ନାୟକ

କି କଳା ମାଖିଛୁ ରେ କଳା ଶ୍ରୀମୁଖ


(Music 🎵 1)


" ରାମାୟଣ ରେ ପୁରୁଷୋତ୍ତମ ,  ତୁ ମହା ଭାରତରେ ସାରଥୀ

ତୋ ପାଇଁ ଲେଖା କେତେ ଯେ ପୁରାଣ ଗୀତ  ଭାଗବତ ପୋଥି " (2)


ସବୁଠି ଅଛୁ ତୁ ସବୁଠି ଅଛୁ

ପୁଣି କେଉଁଠି ନବାଠାଇ ଶୂନ୍ୟ ନାବିକ ରେ......


ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ......(2)


କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ 

କି କଳା ମାଖିଛୁରେ କଳା ଶ୍ରୀମୁଖ


(Music 🎵 2)


ଧର୍ମ ଯୁଦ୍ଧରେ ଯେଉଁ ସଖାକୁ  , କର୍ମ ଯୋଗ କଥା କହିଲୁ ,

ସେଇ ଶାଖା ଠାରୁ ଶିଆଳି ଲଟାରେ କଳା ତୁ ହରଣ କଲୁ  ||  (2)


କରି କରାଉ ତୁ କରି କାରାଉ 


କଳା ଜ୍ୟୋତିଷ ମୋ ଲୀଳା ପୁରୁଷ  ---(2)


କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ 

କି କଳା ମାଖିଛୁ ରେ କଳା ଶ୍ରୀମୁଖ


ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ

ତୋର ଛନ୍ଦରେ ନାଚୁଛି ଜଗତ ଯାକ ରେ


ନାଟ ରସିକ ମୋ ମାୟା ପ୍ରେମିକ 

ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ 

କଳା ଜ୍ୟୋତିଷ ମୋ ଲୀଳା ପୁରୁଷ 

ନାଟ ରସିକ.... ମୋ ମାୟା ପ୍ରେମିକ......


|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||

Post a Comment

Previous Post Next Post