ବୃନ୍ଦାବନେ ବଂଶୀ କେ ବଜାଇଲା ---(2)
ଏକା ରାଧା ରାଧା ନାମ ରାଇଲା ---(2)
ବୃନ୍ଦା ବନେ ବଂଶୀ କେ ବଜାଇଲା
(Music 1)
ଛିଡ଼ିଲ ସେ ଛିଦ୍ର ଗଣ୍ଠି , ନିର୍ଭି ବନ୍ଧ ଗଲ ଫିଟି --(2)
ବାସ ପିନ୍ଧତେ ତର ନୋହିଲା
ବୃନ୍ଦା ବନେ ବଂଶୀ କେ ବଜାଇଲା --(2)
(Music 2)
ପାଷାଣ ହୋଇଲା ପାଣି , ଯମୁନା ବହେ ଉଜାଣି --(2)
ଝର ଝର ମକରନ୍ଦ ବହିଲା
ବୃନ୍ଦାବନେ ବଂଶୀ କେ ବଜାଇଲା --(2)
(Music 3)
ଶୁଷ୍କ ତରୁ ମାନେ ଥିଲେ , ଧ୍ଵନି ଶୁଣି ପଲ୍ଲବିଲେ (2)
ପବନ ଥକି ତ ଚିତ୍ତ ମୋହିଲା
ବୃନ୍ଦାବନେ ବଂଶୀ କେ ବଜାଇଲା
(Music 4)
ମୁନିଙ୍କ ଆଶ୍ରମ ତଳି , ରସରେ ପଡ଼ିଲେ ଢାଳି -(2)
ବ୍ୟାଧ ପଛେ କୁରାଙ୍ଗି ଗୋଡାଇଲା
ବୃନ୍ଦା ବନେ ବଂଶୀ କେ ବଜାଇଲା --(2)
(Music 5)
କହେ ସାଲବେଗ ହୀନ , ଏହି ମୋର ନିବେଦନ --(2)
ରାଧା କୃଷ୍ଣ ପାଦେ ଚିତ୍ତ ରହିଲା
ବୃନ୍ଦା ବନେ ବଂଶୀ କେ ବଜାଇଲା--(2)
ଏକା ରାଧା ରାଧା ନାମ ରାଇଲା --(2)
ବୃନ୍ଦାବନେ ବଂଶୀ କେ ବଜାଇଲା--(2)
ବୃନ୍ଦାବନେ ବଂଶୀ କେ ବଜାଇଲା
|| (ସମାପ୍ତ) ||
ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |
ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |
|| ଧନ୍ୟବାଦ୍ ||
Comments
Post a Comment