1. ସଜନୀ ଲୋ ଶୁଭିଲାଣି ଖୋଳ କୀର୍ତ୍ତନ (2)
" ଦୋଳ ବିମାନରେ ବିଜେ
ହୋ....
ଦୋଳ ବିମାନରେ ବିଜେ " (2)
ରାଧା ମୋହନ
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
2. ମସ୍ତକେ ଚନ୍ଦ୍ରିକା ଧରି , ହସ୍ତରେ ମୁରଲୀ ଧରି (2)
" କି ସୁନ୍ଦର ଦିଶେ ପରା
ହୋ.....
କି ସୁନ୍ଦର ଦିଶେ ପରା " (2)
ବଂଶୀ ବଦନ
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
3. ଶ୍ରୀ ଅଙ୍ଗେ ଚନ୍ଦନ ବୋଳା , ବାମ ଅଙ୍ଗେ ବ୍ରଜବାଳା (2)
" ଦିଶେ କେଡେ ସୋଭାବନ
ହୋ........
ଦିଶେ କେଡେ ସୋଭାବନ "(2)
ବ୍ରଜମୋହନ
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
4. ସଙ୍ଗତେ ରାଇକି ଧରି , ଗୋପଙ୍ଗନା ସାଥେ ପଡ଼ି (2)
" ନାଚି ନାଚି ଆସୁଛନ୍ତି
ହୋ .......
ନାଚି ନାଚି ଆସୁଛନ୍ତି " (2)
ଗୋପ ନନ୍ଦନ
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
5. ବିଭାନେ ବସିଣ ହରି , ଗ୍ରାମେ ଗ୍ରାମେ ବିଜେ କରି (2)
" ଖେଳୁଛନ୍ତି ଦେଖ ହୋଲି
ହୋ ........
ଖେଳୁଛନ୍ତି ଦେଖ ହୋଲି " (2)
ଯଦୁ ନନ୍ଦନ
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
6. ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
" ବିମାନେ ବସିଣ ଆସେ
ହୋ .....
ବିମାନେ ବସିଣ ଆସେ " (2)
ସଜନୀ ରେ ଶୁଭିଲାଣି ଖୋଳ କୀର୍ତ୍ତନ (2)
( ସମାପ୍ତ )
Comments
Post a Comment