ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)
ଏ ଦେହ ରଥ କୁ ତୋ ପାଦ ତଳକୁ -- (2)
ନେ...ରେ.... କାଳିଆ ଭିଡ଼ି
ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)
(Music 1)
ନର ଦେହ ବହି ନରଙ୍କ ସମାନ , ପାପ ପାଙ୍କେ ଥିଲି ବୁଡି
ଜଣା ଅଜଣାରେ ମାୟାରେ ମୋହରେ , ପୁଣ୍ୟ ପଥେ ଗଲି ଭିଡ଼ି ||
ଉଦ୍ଧାର କରିବୁ କାଳିଆ ଠାକୁର (2)
ସବୁ ଦୋଷ ମୋର ଛାଡି
ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)
( Music 2)
ତୁ ପରା ଭକତ ହୃଦୟ ବିହାରୀ , ଭକତ ମଙ୍ଗଳ କାରୀ
ଏ ଭବ ସାଗରୁ ପାରି କରିଦେବୁ , କାଳିଆ କଳା ନାଉରୀ || (2)
ମୋ ପାପ ପୁଣ୍ୟ କୁ ସମର୍ପଣ କରି --(2)
ତୋ ଚରଣେ ଗଲି ପଡ଼ି
ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)
ଏ ଦେହ ରଥ କୁ ତୋ ପାଦ ତଳକୁ -- (2)
ନେ...ରେ.... କାଳିଆ ଭିଡ଼ି
ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (3)
( ସମାପ୍ତ )
Comments
Post a Comment