ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି Lyrics | Odia Song Lyrics | Bhakti Mandir

Odia Bhajan


 ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)

ଏ ଦେହ ରଥ କୁ ତୋ ପାଦ ତଳକୁ -- (2)

ନେ...ରେ.... କାଳିଆ ଭିଡ଼ି

ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)


(Music 1)


ନର ଦେହ ବହି ନରଙ୍କ ସମାନ , ପାପ ପାଙ୍କେ ଥିଲି ବୁଡି

ଜଣା ଅଜଣାରେ ମାୟାରେ ମୋହରେ , ପୁଣ୍ୟ ପଥେ ଗଲି ଭିଡ଼ି ||

ଉଦ୍ଧାର କରିବୁ କାଳିଆ ଠାକୁର (2)

ସବୁ ଦୋଷ ମୋର ଛାଡି 

ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2)


( Music 2)


ତୁ ପରା ଭକତ ହୃଦୟ ବିହାରୀ , ଭକତ ମଙ୍ଗଳ କାରୀ 

ଏ ଭବ ସାଗରୁ  ପାରି କରିଦେବୁ , କାଳିଆ କଳା ନାଉରୀ  || (2)

ମୋ ପାପ ପୁଣ୍ୟ କୁ ସମର୍ପଣ କରି --(2)

ତୋ ଚରଣେ ଗଲି ପଡ଼ି

ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (2) 

ଏ ଦେହ ରଥ କୁ ତୋ ପାଦ ତଳକୁ -- (2)

ନେ...ରେ.... କାଳିଆ ଭିଡ଼ି

ଯେତେ ଯାଉଛି ମୋ ବୟସ ଗଡି ତୋ ଭାବ ଯାଉଛି ବଢ଼ି -- (3)


( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post