ତମେତ କୁଣିଆ ମୁଁ ତ କୁଣିଆ Lyrics | Tameta Kunnia Mun Ta Kunnia Lyrics | Bhakti Mandir

Odia Bhajan

 

ବନ୍ଧୁ ଘେନ ଜୁହାର ..........

ଏମିତି ଅଣୁଥା ଡାକି  , ଲାଗଇ ଡୋର.

ଆସିଥିଲି ବନ୍ଧୁ ଶିରି କ୍ଷେତର ସରି ମୋର ଘର ପାଇଁ ଟି 

ତମେତ କୁଣିଆ ମୁଁ ତ କୁଣିଆ 

ଆଜି ଭେଟ ଭେଟି ଏଇଠି 


ବନ୍ଧୁ ଘେନ ଜୁହାର .......... 

ଏମିତି ଅଣୁଥା ଡାକି  

ଲାଗଇ ଡୋର........

ତମେତ କୁଣିଆ ମୁଁ ତ କୁଣିଆ 

ଆଜି ଭେଟ ଭେଟି ଏଇଠି 


( Music 1)


ତମେତ କୁଣିଆ ମାଉସୀ ଘରେ , ମୁଁ ତ କୁଣିଆ ଶିରି କ୍ଷେତ୍ରରେ (2)

ଭାଇ ଭଉଣୀଙ୍କି ଘେନି ସାଙ୍ଗରେ , ଲୀଳା କରୁଅଛ ଗୁଣ୍ଡିଚା ଘରେ  (2)

ଶ୍ରୀ ମନ୍ଦିର ତେଣେ ଖାଲି ପଡ଼ିଅଛି 

ହୋ......ହୋ.........

ଶ୍ରୀ ମନ୍ଦିର ତେଣେ ଖାଲି ପଡ଼ିଅଛି 

ରତ୍ନ ସିଂହାସନ ଚକ ବଇଁଟି 

ତମେତ କୁଣିଆ ମୁଁ ତ କୁଣିଆ 

ଆଜି ଭେଟ ଭେଟି ଏଇଠି 


(Music 2)


ତମ ଭଳି ବନ୍ଧୁ ଯାହାର ଥିବ , ତାହାର ଆଉ କି ଅଛି ଅଭାବ ...(2)

ବନ୍ଧୁ ହେ ଅଶୁଜା ରହିଲା ଋଣ , ଜିଇଁଥିବା ଯାଏଁ ଗାଇବି ଗୁଣ  (2)


ଏବେ ପଛେ ଦେଖା ନମିଳିଲେ ନାହିଁ 

ହୋ......ହୋ.....

ଏବେ ପଛେ ଦେଖା ନମିଳିଲେ ନାହିଁ 

ଶେଷ କାଳେ ଦେଖା ହେବ ସେଇଠି 

ତମେତ କୁଣିଆ ମୁଁ ତ କୁଣିଆ 

ଆଜି ଭେଟ ଭେଟି ଏଇଠି 


ଆସିଥିଲି ବନ୍ଧୁ ଶିରି କ୍ଷେତର ସରି ମୋର ଘର ପାଇଁ ଟି 

ତମେତ କୁଣିଆ ମୁଁ ତ କୁଣିଆ  ,ଆଜି ଭେଟ ଭେଟି ଏଇଠି    (3)


( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post