ବନ୍ଧୁ ଘେନ ଜୁହାର ..........
ଏମିତି ଅଣୁଥା ଡାକି , ଲାଗଇ ଡୋର.
ଆସିଥିଲି ବନ୍ଧୁ ଶିରି କ୍ଷେତର ସରି ମୋର ଘର ପାଇଁ ଟି
ତମେତ କୁଣିଆ ମୁଁ ତ କୁଣିଆ
ଆଜି ଭେଟ ଭେଟି ଏଇଠି
ବନ୍ଧୁ ଘେନ ଜୁହାର ..........
ଏମିତି ଅଣୁଥା ଡାକି
ଲାଗଇ ଡୋର........
ତମେତ କୁଣିଆ ମୁଁ ତ କୁଣିଆ
ଆଜି ଭେଟ ଭେଟି ଏଇଠି
( Music 1)
ତମେତ କୁଣିଆ ମାଉସୀ ଘରେ , ମୁଁ ତ କୁଣିଆ ଶିରି କ୍ଷେତ୍ରରେ (2)
ଭାଇ ଭଉଣୀଙ୍କି ଘେନି ସାଙ୍ଗରେ , ଲୀଳା କରୁଅଛ ଗୁଣ୍ଡିଚା ଘରେ (2)
ଶ୍ରୀ ମନ୍ଦିର ତେଣେ ଖାଲି ପଡ଼ିଅଛି
ହୋ......ହୋ.........
ଶ୍ରୀ ମନ୍ଦିର ତେଣେ ଖାଲି ପଡ଼ିଅଛି
ରତ୍ନ ସିଂହାସନ ଚକ ବଇଁଟି
ତମେତ କୁଣିଆ ମୁଁ ତ କୁଣିଆ
ଆଜି ଭେଟ ଭେଟି ଏଇଠି
(Music 2)
ତମ ଭଳି ବନ୍ଧୁ ଯାହାର ଥିବ , ତାହାର ଆଉ କି ଅଛି ଅଭାବ ...(2)
ବନ୍ଧୁ ହେ ଅଶୁଜା ରହିଲା ଋଣ , ଜିଇଁଥିବା ଯାଏଁ ଗାଇବି ଗୁଣ (2)
ଏବେ ପଛେ ଦେଖା ନମିଳିଲେ ନାହିଁ
ହୋ......ହୋ.....
ଏବେ ପଛେ ଦେଖା ନମିଳିଲେ ନାହିଁ
ଶେଷ କାଳେ ଦେଖା ହେବ ସେଇଠି
ତମେତ କୁଣିଆ ମୁଁ ତ କୁଣିଆ
ଆଜି ଭେଟ ଭେଟି ଏଇଠି
ଆସିଥିଲି ବନ୍ଧୁ ଶିରି କ୍ଷେତର ସରି ମୋର ଘର ପାଇଁ ଟି
ତମେତ କୁଣିଆ ମୁଁ ତ କୁଣିଆ ,ଆଜି ଭେଟ ଭେଟି ଏଇଠି (3)
( ସମାପ୍ତ )
.jpg)
Comments
Post a Comment