ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ Lyrics | Tuma poda Pitha Khia Manima Setiki Thau Lyrics | Bhakti mandir

Odia Bhajan


 ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ମଣିମା ସେତିକି ଥାଉ

ଶିରି ହିନ ଦିଶେ ଶ୍ରୀମନ୍ଦିର ଆଜି  (2)

ଆନନ୍ଦ ବଜାରେ ଉଡ଼ିଲେ କାଉ....

ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ସାଆନ୍ତେ ସେତିକି ଥାଉ


( Music 1)


ଲକ୍ଷ୍ମୀ ସାଆନ୍ତାଣୀ ମନ ଭରି ଉଛନ , ତୁମ ବୁହୁନେ ତାଙ୍କର ସରୁନି ଦିନ  (2)

କେଇ ଦିନ ହେଲା ଶ୍ରୀ ମହାପ୍ରସାଦ  (2)

ଭକତଙ୍କ  ତୁଣ୍ଡେ ବାଜୁନି ଆଉ .....

ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ସାଆନ୍ତେ ସେତିକି ଥାଉ


( Music 2)


ଗହଳି ଜମୁନି ଜମା ଆରତୀ ବେଳେ , ଜଳୁନି ଲକ୍ଷେ ଦିପାଳି ଗରୁଡ଼ ତଳେ (2)

ପତିତ ପାବନ ବାନା ଡାକି କୁହେ   (2)

ରହିଲାନି ଆଉ ମୋହରି ଭାଉ ........

ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ସାଆନ୍ତେ ସେତିକି ଥାଉ


(Music 3)


ଲକ୍ଷ୍ମୀ ଥାଉଁ  ଲକ୍ଷ୍ମୀ ଛଡ଼ା ଦେଉଳ ଦିଶେ , ବେଢ଼ା ଦିଅଁ ବସିଛନ୍ତି ମନ ବିରସେ (2)

ଆଡ଼ପ ମଣ୍ଡପ ମମତା ତୁଟେଇ  (2)

ପ୍ରଭୁ ବଡ଼ ଦେଉଳକୁ ଆସିବ ହେଉ 

ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ସାଆନ୍ତେ ସେତିକି ଥାଉ


ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ମଣିମା ସେତିକି ଥାଉ

ଶିରି ହିନ ଦିଶେ ଶ୍ରୀମନ୍ଦିର ଆଜି  (2)

ଆନନ୍ଦ ବଜାରେ ଉଡ଼ିଲେ କାଉ....

ତୁମ ପୋଡ଼ା ପିଠା ଖିଆ ମଣିମା ସେତିକି ଥାଉ 

 ଥାଉ ଥାଉ ହେ ପ୍ରଭୁ ସେତିକି ଥାଉ


ତୁମ ପୋଡ଼ା ପିଠା ଖିଆ ସାଆନ୍ତେ ସେତିକି ଥାଉ 

ଥାଉ ଥାଉ ମଣିମା ସେତିକି ଥାଉ 

ଥାଉ ଥାଉ ହେ ପ୍ରଭୁ ସେତିକି ଥାଉ 


( ସମାପ୍ତ )

Post a Comment

Previous Post Next Post