ତୁମେ ଉଦ୍ଧରିବ ବୋଲି ମୁଁ ପଙ୍କରେ ବୁଡ଼ିଛି Lyrics | Tume Uddhariba Boli Mun Panka Re Padichhi Full Song Lyrics | Bhakti Mandir
ତୁମେ ଉଦ୍ଧରିବ ବୋଲି ମୁଁ ପଙ୍କରେ ବୁଡ଼ିଛି ,
ତୁମେ ସଜାଡ଼ିବା ବୋଲି ମୁଁ ମୋ ଘର ଭାଙ୍ଗିଛି
ତୁମେ ମୋ ନାଆର ନାଉରିଆ ବୋଲି (2)
ମୁଁ ନିଶ୍ଚିନ୍ତେ ସମୁଦ୍ରେ ଭାସୁଛି
ତୁମେ ଉଦ୍ଧରିବ ବୋଲି ମୁଁ ପଙ୍କରେ ବୁଡ଼ିଛି , ତୁମେ ସଜାଡ଼ିବ ବୋଲି ମୁଁ ମୋ ଘର ଭାଙ୍ଗିଛି
(Music 1)
କହୁଛନ୍ତି ଜନେ ଜଗତେ , ମୁଁ ବାଟ ବଣା ହୋଇଯାଇଛି (2)
ସେ କାହୁଁ ଜାଣିବେ ଗୁପତେ , ଏ ହାତ ମୋର କିଏ ଧରିଛି
ତୁମେ ମୋର ହାତ ଧରି ଅଛ ବୋଲି (2)
ମୁଁ ଖାଲ ଖମା ଡେଇଁ ଚାଲିଛି
ତୁମେ ଉଦ୍ଧରିବ ବୋଲି ମୁଁ ପଙ୍କରେ ବୁଡ଼ିଛି , ତୁମେ ସଜାଡ଼ିବ ବୋଲି ମୁଁ ମୋ ଘର ଭାଙ୍ଗିଛି
(Music 2)
ଯାହା ଲୋଡା ତାହା ଦେଉଛ , ମୁଁ ମୁହଁ ଖୋଲି କିଁଆ ମାଗିବି (2)
ମାଗିଲେ କହିବେ ମାଗନ୍ତା , ତୁମ ମହତ ସିନା ମୁଁ ସାରିବି
ତୁମ ସାଥେ ମୋର ଏତେ ଭାବ ପ୍ରୀତି (2)
ସେ କଥା କିଏ ସେ ବୁଝିଛି
ତୁମେ ଉଦ୍ଧରିବ ବୋଲି ମୁଁ ପଙ୍କରେ ବୁଡ଼ିଛି , ତୁମେ ସଜାଡ଼ିବ ବୋଲି ମୁଁ ମୋ ଘର ଭାଙ୍ଗିଛି (2)
( ସମାପ୍ତ )
Comments
Post a Comment