ମୁଁ କି ତୁମର ନୁହଁଇ .........
ତୁମେ ଯଦି ମୋତେ କୃପା ନ କରିବ
ଶରୀର ରଖିବି କାହିଁ
ମନ ମୋହନ ହେ ମୁଁ କି ତୁମର ନୁହଁଇ ( 2)
( MUSIC )
ଯେବେ ଯେତେ ମାୟା ଅଛଇ ତୁମର ,
କେବେ ଗୋଚର ନୁହଁଇ
ମଣିଷ ତ ମୁହିଁ ଜାଣିବି ବା କାହିଁ
ମାୟାଧର ପରା ତୁହି
ମନ ମୋହନ ହେ ମୁଁ କି ତୁମର ନୁହଁଇ
( MUSIC )
ଚିନ୍ତା ମଣୀ ପଦ ବସି ଚିନ୍ତୁ ଅଛି
ଆସିବ କେବେ ମୋ ପାଇଁ
ବିଳମ୍ବ ହୋଇଲେ ପରାଣ ତେଜିବି
ଭାସେ ଅଭିରାମ ବାଇ
ମନ ମୋହନ ହେ ମନ ମୋହନ ହେ
ମୁଁ କି ତୁମର ନୁହଁଇ .
ତୁମେ ଯଦି ମୋତେ କୃପା ନ କରିବ
ଶରୀର ରଖିବି କାହିଁ
ମନ ମୋହନ ହେ ମୁଁ କି ତୁମର ନୁହଁଇ
( ସମାପ୍ତ )
.jpg)