କବି :- ରାମକୃଷ୍ଣ ନନ୍ଦ
ଆହେ ଦୟା ମୟ ବିଶ୍ଵ ବିହାରୀ , ଘେନ ଦୟବହି ମୋର ଗୁହାରି |୧|
ଜଳ,ସ୍ଥଳ , ବନ , ଗିରି , ଆକାଶ , ତୁମ ଲୀଳା ସବୁଠାରେ ପ୍ରକାଶ |୨|
ତୁମେ ଶୁଭ ବୁଦ୍ଧି ପରା ଶିଖାଅ , ତୁମେ ଭଲ ବାଟ ପରା ଦେଖାଅ |୩|
ମୋର କାମକୁ କରାଅ ସରସ , ମୋର ମୁଖେ ଦିଅ ଚିର ହରଷ | ୪|
ତୁମ ଚରଣରେ ମୋର ଭକତି , ଦିଅ ବିପଦେ ସାହସ ଶକତି |୫|
କୁଟ କପଟ ସ୍ଵଭାବ ଯାହାର , ତାଙ୍କୁ ଦୁରୁଁ ମୁଁ କରଇ ଜୁହାର | ୬ |
ମୋତେ ନ ମିଶାଅ ତାଙ୍କ ସାଥିରେ , ସଦାରଖ ସାଧୁଜନ କତିରେ |୭|
ଦୟା ବିନୟ ହେଉ ମୋ ଭୂଷଣ , କାହା ମନେ ନ ଦିଏ ମୋର କର ଚରଣେ |୮|
ଦୁଃଖୀ ଅରକ୍ଷିତ ସେବ କାରଣେ , ବଳ ଦିଅ ମୋର କର ଚରଣେ |୯|
ସତ କହିବାକୁ କିଆଁ ଡରିବି , ସତ କହି ପଛେ ମଲେ ମରିବି |୧୦|
ମୋତେ ଏତିକି ଶିଖାଅ ସାଇଁ ହେ , ମୋର ଧନ ଜନ ଲୋଡା ନାହିଁ ହେ | ୧୧|
ତୁମେ ସବୁଠାରୁ ବଡ଼ ଠାକୁର , ସଦା ରହିବି ମୁଁ ତୁମ ପୟରେ |୧୨|
(ସମାପ୍ତ)
