ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
ଶଙ୍ଖ ନାହିଁ ମଣ୍ଡଳରେ (2)
ଏହି ନେତ୍ର ପଖାଳିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
( Music 1 )
ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2)
ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ସରିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
( Music 2 )
ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ ..(2)
ଛତା ତଳେ ରହି ଦଣ୍ଡେ
ସାଧୁଙ୍କୁ ସେବା କରିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
( Music 3 )
ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ
କହଇ ସାରିଆ ଭିକ
ବାଳ ରାମଙ୍କୁ ଦେଖିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
ଶଙ୍ଖ ନାହିଁ ମଣ୍ଡଳରେ (2)
ଏହି ନେତ୍ର ପଖାଳିବା
ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)
( ସମାପ୍ତ )