କଳସୀରେ ଗଙ୍ଗା ଜଳ ଥାଳିରେ ମାଳ Lyrics || Kalashi Re Ganga Jalla Lyrics || Bhakti Mandir 🙇

" କଳସୀ ରେ ଗଙ୍ଗା ଜଳ ଥାଳିରେ ମୋର
ଶହେ ଆଠ ବେଳ ପତର || " (2)
ଯାଉଛି ମନ୍ଦିର ପୂଜିବି ହର 
ତୁଣ୍ଡରେ ଉଚାରି ଶିବ ମନ୍ତର
ସାଜି ଦେବି ରକ୍ତ ମନ୍ଦାର
" କଳସୀ ରେ ଗଙ୍ଗା ଜଳ ଥାଳିରେ ମୋର 
ଶହେ ଆଠ ବେଳ ପତର || " (2)

( Music 1 )

" ଯାହା ପାଇଁ ଉମା ତପସ୍ୟା କରି 
                  ଯୁଗ ଯୁଗ ବିତାଇଲେ , 
ଭକତି ବଳରେ ଯୋଗୀକୁ ପୁଣି
                  ଭୋଗି ସିଏ କରିଦେଲେ || " (2)
ସେଇ ମହେଷ ଭକ୍ତିରେ ବସି..(2)
ପୂଜିଲେ ପାଇବି ସେଇ ପୟର
ଭୁଲି ଯିବି ଘର ସଂସାର 
" କଳସୀ ରେ ଗଙ୍ଗା ଜଳ ଥାଳିରେ ମୋର 
ଶହେ ଆଠ ବେଳ ପତର || " (2)

( Music 2 )

" ଦୁନିଆକୁ ମୋତେ ଆଣିଲେ ବ୍ରହ୍ମା 
                  ପାଳନ କରିଲେ ବିଷ୍ଣୁ |
ମଶାଣି ଯୁଇରେ ଜଳିଲା ପରେ 
                  ସବୁତ ଭୁଲିବେ ମନୁ || " (2)
ଏଇ ସଂସାର ମାୟାରେ ସାର......(2)
ମଶାଣି ଭୁଇଁରେ କିଏ କହାର 
ସାହା ସେଇ ଭୋଳ ଶଙ୍କର

( Music 2)

" କଳସୀ ରେ ଗଙ୍ଗା ଜଳ ଥାଳିରେ ମୋର 
ଶହେ ଆଠ ବେଳ ପତର || " (2)
ଯାଉଛି ମନ୍ଦିର ପୂଜିବି ହର 
ତୁଣ୍ଡରେ ଉଚାରି ଶିବ ମନ୍ତର
ସାଜି ଦେବି ରକ୍ତ ମନ୍ଦାର
" କଳସୀ ରେ ଗଙ୍ଗା ଜଳ ଥାଳିରେ ମୋର 
ଶହେ ଆଠ ବେଳ ପତର || " (2)
ଶହେ ଆଠ ବେଳ ପତର
ଶହେ ଆଠ ବେଳ ପତର

( ସମାପ୍ତ )
                      

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post