ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
କିଞ୍ଚିତେ କରୁଣ କଲେ ......
କୂଳରେ ଲଗିବି ଯାଇ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
----- ( Music ) ------
ଖଣ୍ଡା ଖର୍ପର ଧାରିଣୀ
ସର୍ବ ଶତ୍ରୁ ବିନାଶିନୀ - (2)
ଘେନ ମୋର ନିବେଦନ .....
ପଦ୍ମ ପାଦେ କର ତ୍ରାହି
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
----- ( Music ) ------
ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ
କୁ ପୁତ୍ର କୁ ରକ୍ଷା କର ...... , ଅଭୟ ବର କୁ ଦେଇ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
----- ( Music ) ------
ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 )
ମନେ କରିଛି ଭରଷା , ତୁହି ସର୍ବ ଶକ୍ତି ମୟୀ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
----- ( Music ) ------
ବିଷମ ମାୟା ତୁମ୍ଭର , ମୁଁ କି ଜାଣେ ନର ଛାର .... ( 2)
ବସିଛୁ ହୋଇ ପଥର , ଡାକ କର୍ଣ୍ଣେ ଶୁଭୁ ନାହିଁ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
----- ( Music ) ------
ସେବକ ଅଧମ ହୀନ , ନ ଜାଣଇ ତବ ଧ୍ୟାନ ---- (2
ପୂଜା ବିଧି ନ ଜାଣଇ , ଦିଅ ମା ମୋତେ ଶିଖାଇ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ
ଦୟାକର ଦୟାମୟୀ
( ସମାପ୍ତ )

Comments
Post a Comment