ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo

Bhakti Mandir


ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ
କିଞ୍ଚିତେ କରୁଣ କଲେ ......
         କୂଳରେ  ଲଗିବି ଯାଇ
ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ

----- ( Music ) ------

ଖଣ୍ଡା ଖର୍ପର ଧାରିଣୀ 
          ସର୍ବ ଶତ୍ରୁ ବିନାଶିନୀ - (2)
ଘେନ ମୋର ନିବେଦନ ..... 
        ପଦ୍ମ ପାଦେ କର ତ୍ରାହି
ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ

----- ( Music ) ------ 

ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ 
କୁ ପୁତ୍ର କୁ ରକ୍ଷା କର ...... , ଅଭୟ ବର କୁ ଦେଇ 
ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ

----- ( Music ) ------ 

ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 )
ମନେ କରିଛି ଭରଷା  , ତୁହି ସର୍ବ ଶକ୍ତି ମୟୀ 
ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ 
----- ( Music ) ------ 

ବିଷମ ମାୟା ତୁମ୍ଭର  , ମୁଁ କି ଜାଣେ ନର ଛାର .... ( 2)
ବସିଛୁ ହୋଇ ପଥର , ଡାକ କର୍ଣ୍ଣେ  ଶୁଭୁ ନାହିଁ

ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ 

----- ( Music ) ------ 

ସେବକ ଅଧମ ହୀନ , ନ ଜାଣଇ ତବ ଧ୍ୟାନ  ---- (2
ପୂଜା ବିଧି ନ ଜାଣଇ  , ଦିଅ ମା ମୋତେ  ଶିଖାଇ 

ଦୟାକର ଦୟାମୟୀ ରଖ ପଣତ ଘୋଡାଇ 
ଦୟାକର ଦୟାମୟୀ 

( ସମାପ୍ତ )


BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post