ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Song Lyrics BHAKTI MANDIR
ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)
ସେ ଜୀବନେ କିଛି ମାନେ ନାହିଁ , ସେ ଜୀବନେ କେବେ ମୋକ୍ଷ ନାହିଁ (2)
ଯହିଁ ଜଗା ବହୁ ଛାଇ ନାହିଁ .....
ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)
----- Music ----------
ରସନା ବାସନା ସକଳ ରମଣ
ଏ ତ ପଶୁ ତୁଲ୍ୟ କର୍ମ
ମଣିଷ ଜୀବନ ପାଇଛୁ ଯଦି ତୁ କରିଯାଅ କିଛି ପୁଣ୍ୟ
ଏହି ଦେହ ମାଟି ବଉଳା ଗାଈ , ଯେଉଁଠୁ ଆସିଛି ଯିବା ପଳାଇ (2)
ତୋ ସାଥିରେ ଯିବେନି କେହି
ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)
---------- Music ---------
ଆଜି ମରିଗଲେ କଲି କି ଦି'ଦିନ , ତୋତେ ସବୁ ଭୁଲି ଯିବେ
ସାତ ପୁରୁଷର ଗଣ୍ଠିଧନ ତୋର , ବାଣ୍ଟି କୁଣ୍ଟି ନେଇଯିବେ
ପାପ କଲେ ନର୍କ ଏଠି ଭୋଗିବୁ ,
ପୁଣ୍ୟ କଲେ ପ୍ରଭୁ ପାଶେ ରହିବୁ |
ତୋର ଆନ ଗତି କିଛି ନାହିଁ .....
ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)
ସେ ଜୀବନେ କିଛି ମାନେ ନାହିଁ
ସେ ଜୀବନେ କେବେ ମୋକ୍ଷ ନାହିଁ
ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)
( ସମାପ୍ତ )