ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ odia song lyrics | Jai Jai Jagannath Chadhi Nandi Ghosa Ratha Odia Song Lyrics | Bhakti Mandir



BHAKTI MANDIR


ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ 
ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ |

ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ
ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ ||

ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------

ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ ,
ହିରଣ୍ୟ ରାଜାର ହୃଦ ନଖେ ଚିରିଲ ।

ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ 


ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------

ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ 
ସତୀ ବିବସନ କାଳେ ଚିନ୍ତିଲା ଯହୁଁ  |

ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା ,
ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  ||


ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------ 

ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି ,
ଆପେ ଗର୍ଭ ବାସ ହୋଇ ବୁଲେ ବନରେ  |

ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ ,
ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି ||


ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------ 

ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ ,
ଆତଙ୍କେ ଡାକିଲା ଗଜ ରଖିଲା ହେଳେ  |


ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା ,
ଅଦଭୂତ ଶିର ଚ୍ଛେଦନ କରିଲ ଜଳେ  ||

ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------ 

ବାଳୀ ଦଶାନନ ମାରି ସୁଗ୍ରି ବିଭୀଷଣ ତାରୀ ,
ଅକଣ୍ଟକ ରାଜ୍ୟ ଦେଲ ସୁବର୍ଣ୍ଣ ପୁରୀ |

ଉଗ୍ରସେନ ଶାଢ଼ୀ ଦେଇ ଯୁଧିଷ୍ଠିଙ୍କି ହେଲ ସ୍ନେହୀ ,
ଦୁର୍ଯୋଧନ ଶତ ଭ୍ରାତା ଙ୍କୁ ଦେଲ ନିସ୍ତାରି ||

ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------ 

ଦାମୋଦର ପଣ୍ଡା ଦୁଃଖ ଆଚମ୍ବିତ କଥା ଦେଖ ,
 ଭିକ୍ଷା କୁ ମାଗିଣ ସେହୁ ବଞ୍ଚଇ ଦିନ  |

ସେ ଗଲା ଦ୍ୱାରକା ପୁର ସେବିଲା ତୁମ୍ଭ ପୟର , 
ବିପୁଳ ସମ୍ପତି ଦେଲ ହେ ଭଗବାନ  ||

ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

---- Music ------ 

ଦୀନ ଅଭିମନ୍ୟୁ ମାନ କହିଲେ କିମ୍ପା ନ ଶୁଣ ,
ଆହେ ପ୍ରଭୁ ଶଙ୍ଖ ଚକ୍ର ସାରଙ୍ଗ ଧର  |

ଲକ୍ଷେ ଯୋଜନରେ ଥାଇ ଡାକିଲେ ଶୁଣ ଗୋସାଇଁ ,
ତେଣୁ କରି ଭରଶ୍ଧ ଟି ଅଛି ମୋହରି  ||

ସେହି ପ୍ରଭୁ ନୁହଁ କି ତୁମେ 
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |

(ସମାପ୍ତ)





BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post