ODIA BHAJAN LYRICS | ଛାଡ଼ିଗଲେ ଗୁଣ ମଣୀ FULL SONG LYRICS | BHAKTI MANDIR

BHAKTI MANDIR


ଛାଡ଼ିଗଲେ ଗୁଣ ମଣୀ 
ଝୁରି ଝୁରି ମରିବି ମୁଁ 
ସଜନୀ ଗୋ

ଆଉ କାହା କର ଧରିବି ମୁଁ 
ସଜନୀ ଗୋ 

ତୁ ମୋହର ମୁଁ ତୋହର 
କରିବୁନି ଅନ୍ତର |
ମାରୁଅଛି ପଞ୍ଚ ଶର 
ବହୁ ଅଛି ଶରୀର ||

ସଜନୀ ଗୋ
ଆଉ କାହା କର ଧରିବି ମୁଁ 
ସଜନୀ ଗୋ 

କି ସୁନ୍ଦର ଲଲାଟ , ପଡୁଅଛି ଅଲୋଟ 
ଗଜକାନ୍ତ ପଲଙ୍କରେ 
ଆଉ ନ ହୋଇବ ଭେଟ 
ସଜନୀ ଗୋ
ଆଉ କାହା କର ଧରିବି ମୁଁ 
ସଜନୀ ଗୋ 


ରସବତି ରସିବ କାନ୍ତ କୋଳେ ବସିବ
ଭଣେ ଉପଇନ୍ଦ୍ର ଭଞ୍ଜ 
ଚାରି ଚକ୍ଷୁ ମିଶିବ

ସଜନୀ ଗୋ 
ଆଉ କାହା କର ଧରିବି ମୁଁ 
ସଜନୀ ଗୋ 

ଛାଡ଼ିଗଲେ ଗୁଣ ମଣୀ 
ଝୁରି ଝୁରି ମରିବି ମୁଁ 
ସଜନୀ ଗୋ

ଆଉ କାହା କର ଧରିବି ମୁଁ 
ସଜନୀ ଗୋ 
( ସମାପ୍ତ )

Post a Comment

Previous Post Next Post