ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ
ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ |
ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ
ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ ବାହାରି ଆପେ ,
ହିରଣ୍ୟ ରାଜାର ହୃଦ ନଖେ ଚିରିଲ ।
ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି ନେଲା ବେଳେ
ସତୀ ବିବସନ କାଳେ ଚିନ୍ତିଲା ଯହୁଁ |
ଆତଙ୍ଗ ନାଶନ ବାନା ବିପଦକୁ ବଜ୍ର ସିନା ,
ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ବନ ଜୀବ ପଶୁଜାତି ତା ସଙ୍ଗେ ବାଳ ସନ୍ତତି ,
ଆପେ ଗର୍ଭ ବାସ ହୋଇ ବୁଲେ ବନରେ |
ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ ,
ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ ,
ଆତଙ୍କେ ଡାକିଲା ଗଜ ରଖିଲା ହେଳେ |
ଆତଙ୍ଗ ନାଶନ ବାନା ବିପଦକୁ ବଜ୍ର ସିନା ,
ଅଦଭୂତ ଶିର ଚ୍ଛେଦନ କରିଲ ଜଳେ ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ବାଳୀ ଦଶାନନ ମାରି ସୁଗ୍ରି ବିଭୀଷଣ ତାରୀ ,
ଅକଣ୍ଟକ ରାଜ୍ୟ ଦେଲ ସୁବର୍ଣ୍ଣ ପୁରୀ |
ଉଗ୍ରସେନ ଶାଢ଼ୀ ଦେଇ ଯୁଧିଷ୍ଠିଙ୍କି ହେଲ ସ୍ନେହୀ ,
ଦୁର୍ଯୋଧନ ଶତ ଭ୍ରାତା ଙ୍କୁ ଦେଲ ନିସ୍ତାରି ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ଦାମୋଦର ପଣ୍ଡା ଦୁଃଖ ଆଚମ୍ବିତ କଥା ଦେଖ ,
ଭିକ୍ଷା କୁ ମାଗିଣ ସେହୁ ବଞ୍ଚଇ ଦିନ |
ସେ ଗଲା ଦ୍ୱାରକା ପୁର ସେବିଲା ତୁମ୍ଭ ପୟର ,
ବିପୁଳ ସମ୍ପତି ଦେଲ ହେ ଭଗବାନ ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
---- Music ------
ଦୀନ ଅଭିମନ୍ୟୁ ମାନ କହିଲେ କିମ୍ପା ନ ଶୁଣ ,
ଆହେ ପ୍ରଭୁ ଶଙ୍ଖ ଚକ୍ର ସାରଙ୍ଗ ଧର |
ଲକ୍ଷେ ଯୋଜନରେ ଥାଇ ଡାକିଲେ ଶୁଣ ଗୋସାଇଁ ,
ତେଣୁ କରି ଭରଶ୍ଧ ଟି ଅଛି ମୋହରି ||
ସେହି ପ୍ରଭୁ ନୁହଁ କି ତୁମେ
ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ |
(ସମାପ୍ତ)