ଗୋ ରାଧେ ବଂଶୀଟି ଆମ୍ଭର ଦିଅ | go radhe banshi ti ambhar dia full song lyrics | Bhakti Mandir by Dillip kumar Sahoo



ଅତି ଯତନରେ ବଂଶୀ ଗଢ଼ାଇଲି , ସୁନା ର ବେଣ୍ଟ ଲଗାଇ 
କେ ଯାଇ କହିବ ମାତା ଯଶୋଦାଙ୍କୁ --(2)
ବଂଶୀ ମୋ ନେଲେ ଚୋରାଇ ଗୋ  ରାଧେ 
ବଂଶୀ ଟି ଆମ୍ଭର ଦିଅ
ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ 
ହସ୍ତର କଙ୍କଣ ଗଳା ମୋତି ହାର ..... (2)
ଯାହା ଇଚ୍ଛା ତାହା ନିଅ ଗୋ ରାଧେ ....
ବଂଶୀ ଟି ଆମ୍ଭର ଦିଅ 
ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ

( Music 1 )

କଳା ବନ୍ଧ ଶାଢ଼ୀ ପିନ୍ଧିବାର ବେଳେ , ଅନାଇ ଥିଲି ଗୋ ତୋତେ ..... (2)
ଆଗର ପଣତ ପଛକୁ ପକାଇ .. (2)
ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ 
ବଂଶୀ ଟି ଆମ୍ଭର ଦିଅ 
ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ

( Music 2)

ବଂଶୀ ଚାରିପାଖେ ସୁବର୍ଣ୍ଣ ଛୁଆଣୀ , ବାନା ଉଡେ ତିନିପୁର ... (2)
କହେ ସାଲବେଗ ଜାତିରେ ଯବନ ...(2)
ହଟିଆ ନାଗର ବର ଗୋ ରାଧେ 
ବଂଶୀ ଟି ଆମ୍ଭର ଦିଅ 
ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ

ହସ୍ତର କଙ୍କଣ ଗଳା ମୋତି ହାର ..... (2) 
ଯାହା ଇଚ୍ଛା ତାହା ନିଅ ଗୋ ରାଧେ ....
ବଂଶୀ ଟି ଆମ୍ଭର ଦିଅ 
ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ... (3)

( ସମାପ୍ତ )

Post a Comment

Previous Post Next Post