Karuna Sagar Prabhu he full odia Lyrics |କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର Full Song Lyrics | Bhakti Mandir 🙇🏻

୧. 
କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର ,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛି କର |

୨. 
ଦେଇଛ ଜନମ ଜଗତ ସେବା କରିବ ପାଇଁ ,
ଅବାଟରେ ଗଳେ ଆମକୁ ବାଟ ଦିଅ ବତାଇ |

୩.
ତୁମରି ଦାନ ଏ ଜୀବନ ଲାଗୁ ବିଶ୍ଵ କଲ୍ୟାଣେ ,
ରହିଥାଉ ଆମ ଭକତି ଗୁରୁଜନ ଚରଣେ ।

୪ .
ଦୁଃଖୀ ରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର ,
ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନ ରେ ବଳ |

୫.
କ୍ରୋଧ ହିଂସା ଠାରୁ ଦୂରେଇ ଆମେ ରହିବା ପାଇଁ ,
ଦିଅ ଭରି ତବ ଶକତି ସବୁ ଯିବୁ ଏଡାଇ ।

ମନ୍ଦ ଚିନ୍ତା ମନ୍ଦ କରମ୍ ଯାଉ ଆମକୁ ଛାଡ଼ି ,
ଦିଅ ସଦ୍ ଜ୍ଞାନ ସୁବୁଦ୍ଧି ହାତ ଯୋଡ଼ି |

(ସମାପ୍ତ)

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post