Maa Duladebi Ki Aarati Full Lyrics| ମାଆ ଦୁଲାଦେଇ ଙ୍କ ଆଳତୀ Full Lyrics | Bhakti Mandir 🙇🙇🙇


Bhakti Mandir

 

.

ଓଁ ଜୟ ମାଆ ଦୁଲାଦେଇ
ଜୟ ଜୟ ମାଆ ଦୁଲାଦେଇ


ତୀ କରୁଛି ସେବକ
ତୀ କରୁଛି ସେବକ


ଗୁର କର୍ପୁର ନେଇ


ଜୟ ଜୟ ମାଆ ବୁଲାଦେଇ

.

ତୀ ଦେଖେ ଯେଉଁ ଜନ

କଷ୍ଟକୁ ମୁକ୍ତି ମିଳଇ
ମାଆ କଷ୍ଟକୁ ମୁକ୍ତି ମିଳଇ

ଚୁଆ ଚନ୍ଦନ ଅଗୁରରେ
ଚୁଆ ଚନ୍ଦନ ଅଗୁରରେ


ମନ୍ଦିର ତୋର ମହକଇ

ଜୟ ଜୟ ମାଆ ଦୁଲାଦେଇ


.

ମୁହଁରେ ସିନ୍ଦୁର ଲଗାଇଛି

ସୁନ୍ଦର ପୁଣି ଦିସୁଛି
ମାଆ ସୁନ୍ଦର ପୁଣି ଦିସୁଛି


ମୁହଁ ତୋର ଦେଲେ ଚାହିଁ
ମୁହଁ ତୋର ଦେଲେ ଚାହିଁ


ଦୁଃଖତ ଯାଏ ଦୂରେଇ

ଜୟ ଜୟ ମାଆ ଦୁଲାଦେଇ


୪.

ମଙ୍ଗଳା , ବିମଳା , ଶାରଳା

ତୋହର କେତେଜେ ନାମ ମାଆ ତୋହର କେତେଜେ ନାମ

ବିରଜାଇ , ଚର୍ଚିକା ବିରଜାଇ , ଚର୍ଚିକା

ସମ୍ବଲପୁରରେ ସମଲେଇ

ଜୟ ଜୟ ମାଆ ଦୁଲାଦେଇ

୫.

ମନ୍ଦିର ଭିତରେ ପାର୍ଶ୍ୱଦେବୀ

ଅଛନ୍ତି ଚାରି ପାର୍ଶ୍ୱରେ ମାଆ ଅଛନ୍ତି ଚାରି ପାର୍ଶ୍ୱରେ

ମହାଲକ୍ଷ୍ମୀ , ମହାକାଳୀ ମହାଲକ୍ଷ୍ମୀ , ମହାକାଳୀ

ବାକ୍ୟଦେବୀ ସରସ୍ୱତୀ

ଜୟ ଜୟ ମାଆ ଦୁଲାଦେଇ

.

ସଭିଏଁ ସମାନ ତୁମ ପାଖେ

ପାତର ଅନ୍ତର ନାହିଁ ମାଆ ପାତର ଅନ୍ତର ନାହିଁ

ଏଇଠୁ କରୁଛି ପ୍ରଣାମ ଏଇଠୁ କରୁଛି ପ୍ରଣାମ

ମଥାକୁ ତୋ ପାଦେ ଲଗାଇ

ଜୟ ଜୟ ମା ଦୁଲାଦେଇ

.

ସିଂହ ତୁମରି ବାହାନ

ବସିଛି ତୁମ ପାଖରେ ମାଆ ବସିଛି ତୁମ ପାଖରେ

ଭକ୍ତକୁ ଦେଲ ଦରଶନ ଭକ୍ତକୁ ଦେଲ ଦରଶନ

ବିଜେ ହୋଇ ସିଂହ ପିଠି

ଜୟ ଜୟ ମା ଦୁଲାଦେଇ

.

ମହିଷାସୁର କୁ ମାରିଲ

ହାତରେ ତ୍ରିଶୂଳ ଧରି ମା ହାତରେ ତ୍ରିଶୂଳ ଧରି

ଜଗତକୁ କରିଲ ଉଦ୍ଧାର ଜଗତକୁ କରିଲ ଉଦ୍ଧାର

ମହିଷାମର୍ଦିନୀ ହୋଇ

ଜୟ ଜୟ ମା ଦୁଲାଦେଇ

.

ମନ୍ଦିର ତୋର ଆସୁଥିବି

ତୋହରି କରୁଣା ପାଇଁ ମା ତୋହରି କରୁଣା ପାଇଁ

ଧରିଥିବୁ ହାତକୁ ମୋର ଧରିଥିବୁ ହାତକୁ ମୋର

ଦେଇ ତୋ ପଣତ ଛାଇ

ଜୟ ଜୟ ମା ଦୁଲାଦେଇ

୧୦ .

ଜନ୍ମ ଜନମ ଦୁଃଖସରେ

କଲେ ତୋର ଗୁଣ କୀର୍ତ୍ତନ ମାଆ କଲେ ତୋର ଗୁଣ କୀର୍ତ୍ତନ

ସୁଖ ସମ୍ପତି ପୁରି ଯା ସୁଖ ସମ୍ପତି ପୁରି ଯା

ଜୀବନେ ମିଳଇ ଶାନ୍ତି

ଜୟ ଜୟ ମା ଦୁଲାଦେଇ

୧୧.

ଜୟ ଜୟ ମାଆ ଦୁଲାଦେଇ                                     
ଜୟ ଜୟ ମାଆ ଦୁଲାଦେଇ

ଆଳତୀ କରୁଛି ସେବକ ଆଳତୀ କରୁଛି ସେବକ

ଅଗୁର କର୍ପୁର ନେଇ

ଜୟ ଜୟ ମାଆ ଦୁଲାଦେଇ
ଜୟ ଜୟ ମାଆ ଦୁଲାଦେଇ
ଜୟ ଜୟ ମାଆ ଦୁଲାଦେଇ
ଜୟ ଜୟ ମାଆ ଦୁଲାଦେଇ

(ସମାପ୍ତ )



Post a Comment

Previous Post Next Post