ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
ଏ ବେଶ ହୋଇଲେ ପାଷାଣ ତରଳେ --(2)
ଯୁବତୀ ବଞ୍ଚିବେ କାହିଁ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
----- Music - ----
ଉଭା ହୋଇଥିବ କଦମ୍ବର ମୂଳେ , ନଟବର ବେଶ ହୋଇ - - (2)
ଘେନିଥିବ ଯେବେ ମୋହନ ମୁରଲୀ -- (2)
ଅଧରେ ଚୁମ୍ବିବ ନାହିଁ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
------- Music -----
ପିନ୍ଧିଥିବ ଯେବେ ପିତାମ୍ବର ତୁମ୍ଭେ , ଭୂମିରେ ଲୋଟିବ ନାହିଁ -- (20
ହସୁଥିବ ଯେବେ ମୃଦୁ ମୃଦୁ ହୋଇ --(2)
ଟରାଛେ ଚାହିଁବ ନାହିଁ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
---- Music ----
ଘେନିଥିବ ଯେବେ ଚନ୍ଦନର ବିନ୍ଦୁ , ଗୋରଚ ଲାଥିବ ନାହିଁ -- (2)
ବନ୍ଧିଥିବ ଯେବେ ତ୍ରିଭଙ୍ଗି ମାଚୁଳ -- (2)
ଚନ୍ଦ୍ରିକା ଖୋଷିବ ନାହିଁ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
----- Music -----
ଯେତେ ବେଶ ତୋତେ ମନା କଲି ଶ୍ୟାମ , ତେତେ ବେଶ ହେଳୁ ତୁହି - (2)
ବୋଲି ବନମାଳୀ ଶୁଣ ଗୋ ରାଧିକେ -- (2)
ଏ ବେଶ ତୁମ୍ଭରି ପାଇଁ
ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ --(2)
( ସମାପ୍ତ )