କାହିଁ ଅଛ ଆସ ହେ Full Song Lyrics | Kahin Achha Asa He Dekha Dia Murari Full Song Lyrics | Bhakti Mandir
କାହିଁ ଅଛ ଆସ ହେ ଦେଖା ଦିଅ ମୁରାରୀ କାହିଁ ଅଛ ଆସ ହେ ହେ ନନ୍ଦ ନନ୍ଦନ ଗୋପୀଙ୍କ ଜୀବନ , --(2) ଦିଅ ମଣି ଗୁନ୍ଥା ବନବିହାରୀ || କାହିଁ ଅଛ ଆସ ହେ ଦେଖା ଦିଅ ମୁରାରୀ କାହିଁ ଅଛ ଆସ ହେ ----- Music ----- ରାଧା ରାଣୀ ହୃଦ ଚନ୍ଦନ , କାଳୀ ବିଷଧର ଗଞ୍ଜନ | --(2) ମର୍ତ୍ତ୍ୟ ପୁର ତାର ମଦନ ଗୋପାଳ , --(2) ଯଶୋଦା ନୟନ ଧନ ଶଙ୍ଖାଳି || କାହିଁ ଅଛ ଆସ ହେ ଦେଖା ଦିଅ ମୁରାରୀ କାହିଁ ଅଛ ଆସ ହେ ------ Music ------ କୁବୁଜାର ପରାଣ କର୍ତ୍ତା , କୁବଳୟା ବାରଣ ହନ୍ତା | --(2) ପୁରନ୍ଦର ଦର୍ପ ଲୋକେ କଲେ କୋପ , --(2) ସମ୍ପଦ ରଖିଲ ଉଠାଇ ଗିରି || କାହିଁ ଅଛ ଆସ ହେ ଦେଖା ଦିଅ ମୁରାରୀ କାହିଁ ଅଛ ଆସ ହେ ---- Music ----- ନଟବର ନବ କିଶୋର , କେକି ପୁଛ ଭୂଷଣ ଶୀର | --(2) ବାଣୀ ସୌରଭ ଅର୍ଜୁନ କହଇ , --(2) ଦେଖାଇବ ତୁମ ମନ ମାଧୁରୀ || କାହିଁ ଅଛ ଆସ ହେ ଦେଖା ଦିଅ ମୁରାରୀ କାହିଁ ଅଛ ଆସ ହେ ( ସମାପ୍ତ ) 🌸 ଶ୍ରୀକୃଷ୍ଣ ଓ ତାଙ୍କ ବଇଁଶୀ: ଏକ ଆଧ୍ୟାତ୍ମିକ ସତ...