Skip to main content

Posts

Karuna Sagar Prabhu he full odia Lyrics |କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର Full Song Lyrics | Bhakti Mandir 🙇🏻

                                                            ୧.  କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର , ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛି କର |                                                             ୨.  ଦେଇଛ ଜନମ ଜଗତ ସେବା କରିବ ପାଇଁ , ଅବାଟରେ ଗଳେ ଆମକୁ ବାଟ ଦିଅ ବତାଇ |                                                           ୩. ତୁମରି ଦାନ ଏ ଜୀବନ ଲାଗୁ ବିଶ୍ଵ କଲ୍ୟାଣେ , ରହିଥାଉ ଆମ ଭକତି ଗୁରୁଜନ ଚରଣେ ।              ...

Chhanda Charane gali saranna full song lyrics | ଛନ୍ଦା ଚରଣେ ଗଲି ଶରଣ Full Song Lyrics | Bhakti Mandir 🙇🏻

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  " ଛନ୍ଦା ଚରଣ ମୋତେ ଗରିବ କି , କନ୍ଦାଇ କନ୍ଦାଇ ମାରିବା କି -- (2) ପତିତ ପାବନ ପ୍ରଭୁ ଅଧମ ତାରଣ  ଯଶୋଦା ଧନ ଜୀବନ ରାଧିକା ରମଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ---- MUSIC ------- ଶୟନେ ଦେଖୁଛି କୃଷ୍ଣ ସପନରେ କୃଷ୍ଣ , ମନା ବୃନ୍ଦାବନେ ମୋର ଦୀନ ନିଶି କୃଷ୍ଣ  ||  --- (2) କୁସୁମ ମାଳତୀ କୁଞ୍ଜ ଗିରି ଗୋବର୍ଧନ  ଟ୍ରିଭଙ୍ଗି ଠାଣି ରେ ଉଭା ଶ୍ରୀ ମଧୁସୂଦନ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ----- Music ------ ଶ୍ରୀ ନୀଳ କନ୍ଦରେ ବିଜେ ହେ ଚକାନୟନ , ପତିତ ଉଦ୍ଧାର ପାଇଁ ଅବତାର ପୁଣ  |  --- (2) ସଙ୍ଗତେ ଭାଇ ଭଉଣୀ ଚକ୍ର ସୁଦର୍ଶନ , ଚତୁର୍ଦ୍ଧା ମୂରତି ଦେଖ କେଡେ ଶୋଭବନ || ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ  -------- Music ------- ତ୍ରେତୟା ଯୁଗରେ ପ୍ରଭୁ...

Why a mother is truly great ? ଆଜି ଠାରୁ ମାଆ ଡାକ ଆଉ ନ ଶୁଭିବ Full Song Lyrics | By Dillip Kumar Sahoo | Bhakti Mandir 🙇🏻🙇🏻🙇🏻

                  Mother’s love is the purest love in the world, full of sacrifice and care.There is no one in this world who loves us more than our mother.A mother is the first teacher, first friend, and first guide in our life.God could not be everywhere, so He created mothers.Behind every successful child, there is a loving and hardworking mother.Her sacrifice cannot be measured in words.The story I am going to tell shows why a mother is truly great.How ??? STORY BEGINS :-  In a small village, there lived a boy named Raju. He was naughty and never paid attention to his studies. His mother worked very hard day and night to educate him and make him a good person. One day, Raju fell seriously ill. His mother stayed awake the whole night taking care of him. She took him to the doctor, gave him medicines, and prayed to God for his recovery. After a few days, Raju got well. He realized how much his mother suffered for him. He sa...

Mana mohan he mun ki tumar nuhai |ମନ ମୋହନ ହେ ମୁଁ କି ତୁମର ନୁହଁଇ full song lyrics | Bhakti Mandir 🙇🏻 i..

ମନ ମୋହନ ହେ ....... ମୁଁ କି ତୁମର ନୁହଁଇ ......... ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ   ( 2) (  MUSIC  ) ଯେବେ ଯେତେ ମାୟା ଅଛଇ ତୁମର , କେବେ ଗୋଚର ନୁହଁଇ ମଣିଷ ତ ମୁହିଁ ଜାଣିବି ବା କାହିଁ ମାୟାଧର ପରା ତୁହି ମନ ମୋହନ ହେ ମୁଁ କି ତୁମର ନୁହଁଇ (  MUSIC  ) ଚିନ୍ତା ମଣୀ ପଦ ବସି ଚିନ୍ତୁ ଅଛି ଆସିବ କେବେ ମୋ ପାଇଁ ବିଳମ୍ବ ହୋଇଲେ ପରାଣ ତେଜିବି ଭାସେ ଅଭିରାମ ବାଇ ମନ ମୋହନ ହେ  ମନ ମୋହନ ହେ ମୁଁ କି ତୁମର ନୁହଁଇ . ତୁମେ ଯଦି ମୋତେ କୃପା ନ କରିବ ଶରୀର ରଖିବି କାହିଁ ମନ ମୋହନ ହେ ମୁଁ କି ତୁମର ନୁହଁଇ ( ସମାପ୍ତ )​

Ahe Daya Maya Biswa Bihari full Prayer | ଆହେ ଦୟା ମୟ ବିଶ୍ଵ ବିହାରୀ ସମ୍ପୂର୍ଣ୍ଣ ପ୍ରାଥନା । ଭକ୍ତି ମନ୍ଦିର

କବି :- ରାମକୃଷ୍ଣ ନନ୍ଦ  ଆହେ ଦୟା ମୟ ବିଶ୍ଵ ବିହାରୀ , ଘେନ ଦୟବହି ମୋର ଗୁହାରି |୧| ଜଳ,ସ୍ଥଳ , ବନ , ଗିରି , ଆକାଶ , ତୁମ ଲୀଳା ସବୁଠାରେ ପ୍ରକାଶ |୨| ତୁମେ ଶୁଭ ବୁଦ୍ଧି ପରା ଶିଖାଅ , ତୁମେ ଭଲ ବାଟ ପରା ଦେଖାଅ |୩| ମୋର କାମକୁ କରାଅ ସରସ , ମୋର ମୁଖେ ଦିଅ ଚିର ହରଷ | ୪|  ତୁମ ଚରଣରେ ମୋର ଭକତି , ଦିଅ ବିପଦେ ସାହସ ଶକତି |୫| କୁଟ କପଟ ସ୍ଵଭାବ ଯାହାର , ତାଙ୍କୁ ଦୁରୁଁ ମୁଁ କରଇ ଜୁହାର | ୬ | ମୋତେ ନ ମିଶାଅ ତାଙ୍କ ସାଥିରେ , ସଦାରଖ ସାଧୁଜନ କତିରେ |୭| ଦୟା ବିନୟ ହେଉ ମୋ ଭୂଷଣ , କାହା ମନେ ନ ଦିଏ ମୋର କର ଚରଣେ |୮| ଦୁଃଖୀ ଅରକ୍ଷିତ ସେବ କାରଣେ , ବଳ ଦିଅ ମୋର କର ଚରଣେ |୯| ସତ କହିବାକୁ କିଆଁ ଡରିବି , ସତ କହି ପଛେ ମଲେ ମରିବି |୧୦| ମୋତେ ଏତିକି ଶିଖାଅ ସାଇଁ ହେ , ମୋର ଧନ ଜନ ଲୋଡା ନାହିଁ ହେ | ୧୧| ତୁମେ ସବୁଠାରୁ ବଡ଼ ଠାକୁର , ସଦା ରହିବି ମୁଁ ତୁମ ପୟରେ |୧୨| (ସମାପ୍ତ)

Magu Nahi Kichhi Mun Au Full Song Lyrics | ମାଗୁ ନାହିଁ କିଛି ମୁଁ ଆଉ Full Song Lyrics | Bhakti Mandir

ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | କରୁଣା ବାରିଧି କରୁଣା କଣାରୁ, କାଣିଚାଏ ପ୍ରଭୁ ମି ଭାଲେ ଥାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ----- Music ------ ନୀତି ନୀତି ଅର୍ଚ୍ଚନା ଫୁଲ , ଗୁନ୍ଥି ଗୁନ୍ଥି ବିତ୍ତୁ ମୋ କାଳ ।  ବଳ ଦିଅ କର ଚନ୍ଦନ କର୍ପୂର  , ଲାଗି ଆଳତି କି ନୀତି ତ ଯାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ----- Music ------ ପଦ ସେବା ବ୍ରତରେ ରତ୍ତ , ଅବିରତ ରହୁ ମୋ ଚିତ୍ତ । ଯେବେ ଜୀବ ଯିବ ଥିବା ତୁମ୍ଭ ଧ୍ୟାନ , ହରି ହରି ନାମ ମୋ କଣ୍ଠ ଗାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | କରୁଣା ବାରିଧି କରୁଣା କଣାରୁ,  କାଣିଚାଏ ପ୍ରଭୁ ମି ଭାଲେ ଥାଉ ।। ମାଗୁ ନାହିଁ କିଛି ମୁଁ ଆଉ  ,  ମାଗୁଛି ହେ ପ୍ରଭୁ ଏତିକି ହେଉ  | ( ସମାପ୍ତ )

କାହିଁ ଅଛ ଆସ ହେ Full Song Lyrics | Kahin Achha Asa He Dekha Dia Murari Full Song Lyrics | Bhakti Mandir

 କାହିଁ ଅଛ ଆସ ହେ  ଦେଖା ଦିଅ ମୁରାରୀ  କାହିଁ ଅଛ ଆସ ହେ  ହେ ନନ୍ଦ ନନ୍ଦନ ଗୋପୀଙ୍କ ଜୀବନ ,  --(2) ଦିଅ ମଣି ଗୁନ୍ଥା ବନବିହାରୀ   || କାହିଁ ଅଛ ଆସ ହେ  ଦେଖା ଦିଅ ମୁରାରୀ  କାହିଁ ଅଛ ଆସ ହେ  ----- Music ----- ରାଧା ରାଣୀ ହୃଦ ଚନ୍ଦନ , କାଳୀ ବିଷଧର ଗଞ୍ଜନ  |    --(2)   ମର୍ତ୍ତ୍ୟ ପୁର ତାର ମଦନ ଗୋପାଳ ,   --(2) ଯଶୋଦା ନୟନ ଧନ ଶଙ୍ଖାଳି   || କାହିଁ ଅଛ ଆସ ହେ  ଦେଖା ଦିଅ ମୁରାରୀ  କାହିଁ ଅଛ ଆସ ହେ  ------ Music ------ କୁବୁଜାର ପରାଣ କର୍ତ୍ତା ,  କୁବଳୟା ବାରଣ ହନ୍ତା   |  --(2) ପୁରନ୍ଦର ଦର୍ପ ଲୋକେ କଲେ କୋପ  ,   --(2) ସମ୍ପଦ ରଖିଲ ଉଠାଇ ଗିରି   ||  କାହିଁ ଅଛ ଆସ ହେ  ଦେଖା ଦିଅ ମୁରାରୀ  କାହିଁ ଅଛ ଆସ ହେ  ---- Music ----- ନଟବର ନବ କିଶୋର  , କେକି ପୁଛ ଭୂଷଣ ଶୀର   |     --(2) ବାଣୀ ସୌରଭ ଅର୍ଜୁନ କହଇ ,    --(2) ଦେଖାଇବ ତୁମ ମନ ମାଧୁରୀ  || କାହିଁ ଅଛ ଆସ ହେ  ଦେଖା ଦିଅ ମୁରାରୀ  କାହିଁ ଅଛ ଆସ ହେ  ( ସମାପ୍ତ ) 🌸 ଶ୍ରୀକୃଷ୍ଣ ଓ ତାଙ୍କ ବଇଁଶୀ: ଏକ  ଆଧ୍ୟାତ୍ମିକ ସତ...