Skip to main content

ସହି ଦେଖଲୋ କାଳିଆ ଗୁଁଠୁଣି ହାତୀ କି ଥରେ Lyrics | Sahi Dekhalo Kalia Gunthuni Hati Thare Lyrics | Bhakti Mandir🙇

 

Bhakti Mandir

ସହି ଦେଖଲୋ ସହି ଦେଖ
ସହି ଦେଖଲୋ ସହି ଦେଖ
ସହି ଦେଖ ଲୋ …କାଳିଆ ଗୁଣ୍ଠୁଣୀ……ହାତୀ କି ଥରେ..
କାଳିଆ ଗୁଣ୍ଠୁଣି ହାତୀ କି ଥରେ
ଡ଼ଉଲ ଡଉଲ କାହୁଁ କନ୍ଦର୍ପ କୁ -(2)
ସରି ହେବ କିଏ ମହୀ ମଣ୍ଡଳେ
କାଳିଆ ଗୁଣ୍ଠୁଣି ହାତୀ କି ଥରେ ...

(Music 1)

ଧନ୍ୟ ସେ ବିନ୍ଧାଣି -- ଗଢ଼ିଛି ହାତୀ କି,
ନେତ୍ର ଖସି ପଡେ ଚାହିଁଲେ ଥରେ….
ହୋଇ ପଡୁଅଛି  ଚିକ୍କଣ ତା ଠାରୁ, ହାଣ୍ଡି ଗୁଆଘିଅ ପଳ କୁ ପଳେ…..(2)
“ ମୁଣ୍ଡା ମୁଣ୍ଡା ଦହି କ୍ଷୀର ସର ଖାଇ “ (2)
ଗଡି ମାଟି କରେ ସିଂହ ଦୁଆରେ ,
କାଳିଆ ଗୁଣ୍ଠୁଣି ହାତୀ କି ଥରେ …. “(2)

(Music 2)

କ୍ଷେତ୍ର ଯୁବତୀ ଏ.. ଚମକି ପଡନ୍ତି,
ପିଙ୍କରି ଦେଲେ ସେ ବଡ଼ ଦାଣ୍ଡରେ ||
“ ଗୋପରୁ ଆସିଛି ପ୍ରଣଇ ରାଧିକା ,
ରଥ ଅଟକିଛି ବଡ଼ ଦାଣ୍ଡରେ “ || (2)
ବୋଲେ ଅରବିନ୍ଦ ଧରିଥା ହାତୀ କି …..(2)
ପଶିଯିବ କାଳେ ନନ୍ଦ ମନ୍ଦିରେ….
କାଳିଆ ଗୁଣ୍ଠୁଣି ହାତୀ କି ଥରେ || (2)

(Short Music)

ସହି ଦେଖ ଲୋ ସହି ଦେଖ (2)
ସହି ଦେଖ ଲୋ …. କାଳିଆ ଗୁଣ୍ଠୁଣି ହାତୀ କି ଥରେ
ଡଉଲ ଡାଉଲ କାହୁଁ କନ୍ଦର୍ପ କୁ ,
ସରି ହେବ କିଏ ମହୀ ମଣ୍ଡଳେ
କାଳିଆ ଗ୍ରୁଣ୍ଠୁଣି ହାତୀ କି ଥରେ ..(3)
  ଧନ୍ୟବାଦ୍ 🙏

Comments

POPULAR POST

Garuda Purana: What Happens After Death | Consists of 18,000 verses | Bhakti Mandir 🙇

Padma Purana: The Lotus of Divine Knowledge | Srishti Khanda , Bhumi Khanda , Patala Khanda , Uttara Khanda

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇