ତୁମେ ଅନୁଭବର ଠାକୁର......
ତୁମେ...ଏ...ଅନୁଭବର ଠାକୁର--------
ତୁମେ ଅନୁଭବର ଠାକୁର –(୨)
ଚିନ୍ତା ଚେତନା ରେ – ଭକ୍ତି ଭାବନା ରେ
ରହିଛି ସ୍ଥିତି ତୁମର
ତୁମେ ଅନୁଭବର ଠାକୁର (୨)
(Music 1)
ଦେଖିବାକୁ ତୁମ - ଦିବ୍ୟ ଶୂନ୍ୟ ରୂପ ,
ଜଳିବାକୁ ହେବ - ଜ୍ଞାନର ପ୍ରଦୀପ।।
ବାଢିଦେଇ ଶ୍ରଦ୍ଧା - ବିଶ୍ୱାସ ର ଧୂପ ,
ସାଧିବାକୁ ହେବ - ହୁର୍ଦୟରେ ତପ ।।
ପ୍ରେମର ମନ୍ତ୍ରରେ , ଆତ୍ମା ଆଳତୀ ରେ…(୨)
ପହଡ଼ ଫିଟେ ତୁମର
ତୁମେ ଅନୁଭବ ର ଠାକୁର (୨)
(Music 2)
ତୁମ ଦର୍ଶନରେ - ମିଳେ ମହାଶାନ୍ତି ,
ଅମୃତ ଠୁ ମିଠା - ସେଇ ଅନୁଭୂତି ।।
ମାୟାର ଜାଲରୁ – ପ୍ରାଣର କପୋତୀ ,
ଉଡ଼ିଯିବା ପାଇଁ – ପାଏ ଅନୁଭୂତି ।।
କର୍ମ କଉଡ଼ି ରେ ……
ଧର୍ମ ଦଉଡ଼ି ରେ ......
ସଂସାର କର ଉଦ୍ଧାର
ତୁମେ ଅନୁଭବ ର ଠାକୁର (୨)
ଚିନ୍ତା ଚେତନା ରେ .....
ଭକ୍ତି ଭାବନା ରେ......
ରହିଛି ସ୍ଥିତି ତୁମର
ତୁମେ…. ଅନୁଭବ ର ଠାକୁର (୩)
ଧନ୍ୟବାଦ୍ 🙏
ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ FOLLOW କରନ୍ତୁ ।
.png)
Comments
Post a Comment