ଆହେ ନୀଳ ଶଇଳ lyrics | Ahe Nila Saila Song Lyrics | Bhakti Mandir 🙇

 

Bhakti Mandir | Odia Bhajan


ଆହେ ନୀଳ ଶଇଳ , ପ୍ରବଳ ମତ୍ତ ବାରଣ

ମୋ ଆରତ୍ତ ନଳିନୀ , ବନକୁ କଲ ଦଳନ......(2)


ଆହେ ନୀଳ ଶଇଳ

(Music 1)

ଗଜରଜ ଚିନ୍ତା କଲା , ଥାଇ ଘୋର ଜଳେଣ (2)

ଚକ୍ର ପେଶୀ ନକ୍ର ନାଶି , ଉଦ୍ଧରିଲ ଆପଣ.....


ଆହେ ନୀଳ ଶଇଳ

(Music 2)

ଘୋର ବନେ ମୃଗୁଣିକୁ , ପଡ଼ିଥିଲା କଷଣ (2)

କେତେବଡ ବିପତିରୁ କରିଅଛ ତାରଣ 


ଆହେ ନୀଳ ଶଇଳ

(Music 3)

କୁରୁ ସଭା ତଳେ ଶୁଣି , ଦ୍ରୌପଦୀ ର  ଜଣାଣ (2)

କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ......


ଆହେ ନୀଳ ଶଇଳ

(Music 4)

କହେ  ସାଲବେଗ ଦୀନ, ଜାତିରେ ମୁଁ ଯବନ (2)

ଶ୍ରିରଙ୍ଗା ଚରଣ ତଳେ କରୁଅଛି ଜଣାଣ.....

ଆହେ ନୀଳ ଶଇଳ ...(2)

ପ୍ରବଳ ମତ୍ତ ବାରଣ , ମୋ ଆରତ ନଳିନୀ 

ବନକୁ କଲ ଦଳନ


ଆହେ ନୀଳ ଶଇଳ ....(3)


|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||


Post a Comment

Previous Post Next Post