ଦେଖ ଦେଖ ଦେଖ ଗୋ ରାଧେ ଦିବ୍ୟ ନେତ୍ର ରେ lyrics | Dekha Dekha Dekha Go Radhe Dibya Netra Re Lyrics | Bhakti Mandir 🙇

ODIA BHAJAN


ଦେଖ ଦେଖ ଦେଖ ଗୋ ରାଧେ

ଚାହାଁ ଚାହାଁ ଚାହାଁ ଗୋ ରାଧେ ….ଦିବ୍ୟ ନେତ୍ର ରେ
ତୁମ କଳା କାହୁଁ କେମିତି ନାଚନ୍ତି
                କେମିତି ନାଚନ୍ତି
               କେମିତି ନାଚନ୍ତି
              କେମିତି ନାଚନ୍ତି
ତୁମ କଳା କାହୁଁ କେମିତି ନାଚନ୍ତି
ବାଇଶି ପାହାଚ ଉପରେ ଗୋ ରାଧେ
ଦେଖ ଦେଖ ଦେଖ ଗୋ ରାଧେ…...ଦିବ୍ୟ ନେତ୍ର ରେ___(୨)
ତୁମ କଳା କାହୁଁ କେମିତି ନାଚନ୍ତି
ସରଧା ବାଲି ଉପରେ ଗୋ ରାଧେ
ଦେଖ ଦେଖ ଦେଖ ଗୋ ରାଧେ ଦିବ୍ୟ ନେତ୍ର ରେ
( Music 1)
ଅକ୍ରୁର ରଥରେ ଗଲା ଦିନୁ କାହୁଁ ,
ମିଛ କହିଛନ୍ତି ତୁମକୁ ସେଦିନୁଁ ।।
“ ଶୁଣ ଶୁଣ ରାଧା ରାଣୀ ,
ବଡ଼ ମିଛୁଆ ସେ ବେନୁପାଣି “।। (୨)
ପତ୍ନୀ କମଳାଙ୍କୁ ମାୟା କଲେ,
ଭାଇ ଭଉଣୀ ସଙ୍ଗେ ଆସିଲେ ।।
“ ଶାଗ ମୁଗ ବଡି ଦେଇ କମଳାଙ୍କୁ “..(2)
ମିଛରେ ଭଣ୍ଡେଇ ଦେଲେ ଗୋ ରାଧେ..
ଦେଖ ଦେଖ ଦେଖ ଗୋ ରାଧେ ଦିବ୍ୟ ନେତ୍ରରେ
ତୁମ କଳା କାହୁଁ କେମିତି ନାଚନ୍ତି
                 କେମିତି ନାଚନ୍ତି
                କେମିତି ନାଚନ୍ତି
ତୁମ କଳା କାହୁଁ କେମିତି ନାଚନ୍ତି
ବାଇଶି ପାହାଚ ଉପରେ ଗୋ ରାଧେ
ଦେଖ ଦେଖ ଦେଖ ଗୋ ରାଧେ…ଦିବ୍ୟ ନେତ୍ରରେ
( Music 2) 
ବଡ଼ ଦାଣ୍ଡେ ଦେଖ ଲାଗିଛି ଗହଳ,
ରଥେ ବସିଛନ୍ତି କାହୁଁ କାଳିଆ ଠାକୁର ।।
“ ବଇଁଶୀ ତୁମକୁ ଦେଇ ,
        କ୍ଷେତ୍ରେ ନାଚୁଛନ୍ତି ଭାବଗ୍ରାହି “ || (2)
“ ଦେଖ ନୀଳମଣି ନୀଳାଚଳେ
ଭାବ ପାଇ ତୁମକୁ ଭୁଲିଲେ "|| (2)
ଗୋପ ପୁର ଛାଡ଼ି ଚାଲ ଯିବା ପୁରୀ
                     ଚାଲ ଯିବା ପୁରୀ
                    ଚାଲ ଯିବା ପୁରୀ
ଗୋପ ପୁରୀ ଛାଡ଼ି ଚାଲ ଯିବା ପୁରୀ
ଭେଟିବା ଗୁଣ୍ଡିଚା ପୁରେ ଗୋ ରାଧେ
ରାଧେ ରାଧେ ଦେଖ ଗୋ ରାଧେ
ଦେଖ ଦେଖ ଦେଖ ଗୋ ରାଧେ
           ଦିବ୍ୟ ନେତ୍ର ରେ
ତୁମ କଳା କାହୁଁ କେମିତି ନାଚନ୍ତି
                କେମିତି ନାଚନ୍ତି
                କେମିତି ନାଚନ୍ତି
ତୁମ କଳା କାହୁଁ କେମିତି ନାଚନ୍ତି
ଶରଧା ବାଲି ଉପରେ ଗୋ ରାଧେ
“ ଦେଖ ଦେଖ ଦେଖ ଗୋ ରାଧେ…..ଦିବ୍ୟ ନେତ୍ର ରେ “ || 3 ||
ଧନ୍ୟବାଦ୍ 🙏

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post