ଏକା ତୋ ଭକତ ଜୀବନ Lyrics | Eka To Bhakat Jiban full song Lyrics | Bhakti Mandir



Bhakti Mandir


 ଏକା ତୋ ଭକତ ଜୀବନ

------ Short Time Music -----

ଏକା ତୋ ଭକତ ଜୀବନ (2)

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ 

ଶଙ୍ଖ ଚକ୍ରେ ଚିହ୍ନ

ଏକା ତୋ ଭକତ ଜୀବନ (2)


( Music 1 )


ଭକତ ତୋ ମାତା ପିତା  , ଭକତ ତୋ ବନ୍ଧୁ  (2)

ଭକତ ହିତ ରେ ତୋର ନାମ କୃପାସିନ୍ଧୁ 

ନାମ କୃପାସିନ୍ଧୁ 

ଏକା ତୋ ଭକତ ଜୀବନ (2) 


( Music 2 )


ଧେନୁ ପଛେ ପଛେ ବତ୍ସା , ଗମେ କ୍ଷୀର ଲୋଭେ (2)

ଭକତ ପଛରେ ତୁହି  ଧାଉଁ  ସେହି ଭାବେ 

ଧାଉଁ  ସେହି ଭାବେ 

ଏକା ତୋ ଭକତ ଜୀବନ (2)


(Music 3 )


କହେ ସାଲବେଗ ହିନ , ଜାତିରେ ଯବନ  (2)

ଶ୍ରୀରଙ୍ଗା ଚରଣ ବିନୁ ନ ଜାଣଇ ଆନ 

ନ ଜାଣଇ ଆନ 

ଏକା ତୋ ଭକତ ଜୀବନ (2)

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ 

ଶଙ୍ଖ ଚକ୍ରେ ଚିହ୍ନ

ଏକା ତୋ ଭକତ ଜୀବନ (2)


( ସମାପ୍ତ )



BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post