ଏକା ତୋ ଭକତ ଜୀବନ
------ Short Time Music -----
ଏକା ତୋ ଭକତ ଜୀବନ (2)
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ
ଶଙ୍ଖ ଚକ୍ରେ ଚିହ୍ନ
ଏକା ତୋ ଭକତ ଜୀବନ (2)
( Music 1 )
ଭକତ ତୋ ମାତା ପିତା , ଭକତ ତୋ ବନ୍ଧୁ (2)
ଭକତ ହିତ ରେ ତୋର ନାମ କୃପାସିନ୍ଧୁ
ନାମ କୃପାସିନ୍ଧୁ
ଏକା ତୋ ଭକତ ଜୀବନ (2)
( Music 2 )
ଧେନୁ ପଛେ ପଛେ ବତ୍ସା , ଗମେ କ୍ଷୀର ଲୋଭେ (2)
ଭକତ ପଛରେ ତୁହି ଧାଉଁ ସେହି ଭାବେ
ଧାଉଁ ସେହି ଭାବେ
ଏକା ତୋ ଭକତ ଜୀବନ (2)
(Music 3 )
କହେ ସାଲବେଗ ହିନ , ଜାତିରେ ଯବନ (2)
ଶ୍ରୀରଙ୍ଗା ଚରଣ ବିନୁ ନ ଜାଣଇ ଆନ
ନ ଜାଣଇ ଆନ
ଏକା ତୋ ଭକତ ଜୀବନ (2)
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ
ଶଙ୍ଖ ଚକ୍ରେ ଚିହ୍ନ
ଏକା ତୋ ଭକତ ଜୀବନ (2)
( ସମାପ୍ତ )
Comments
Post a Comment