କୋଟିଏ କରୁଣା କଲଣି ମଣିମା Lyrics | Ratha Chaka Tale Jiban Jau Lyrics | Bhakti Mandir

Odia Bhajan


 କୋଟିଏ କରୁଣା କଲଣି ମଣିମା (2)

ଆଉ ଗୋଟିଏ କରୁଣା କରିବା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ  (2)


କୋଟିଏ ଗୁହାରି ଶୁଣିଲନି ହରି  (2)

ଆଉ ଗୋଟିଏ ଗୁହାରି ଶୁଣିମା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ  (2)


( Music 1 )


ଆଜି ତ ନହେଲେ କଲି ଜୀବ ଏ ଜୀବନ  ,  ମରିଗଲେ ଧନ୍ୟ ହେବି ଶ୍ରୀ ଗୁଣ୍ଡିଚା ଦିନ

ଲୋଡା ନାହିଁ ଆଉ ମୋର ମଣିଷ ଜନମ , ରଥରେ ଦର୍ଶନ ଦିଅ ହେ କଳା ବାମନ 


ମୋର ଇଚ୍ଛା ସବୁ ପୁର କଲ ପ୍ରଭୁ (2)


ଶେଷ ଇଚ୍ଛା ସବୁ ପୁରଣ ହେଉ

ତୁମ ରଥ ଚକ ତଳେ ଜୀବନ ଯାଉ   (2)


(Music 2)


ମିଶି ଯାଉ ଦେହ ମୋର ଶ୍ରୀକ୍ଷେତ୍ର ମାଟିରେ , ଭକତ ଯାଆନ୍ତୁ ଚାଲି ମୋରି ପିଠିରେ  (2)

ଏମିତିକା ନିଦ ପ୍ରଭୁ ଦିଅ ମୋର ଆଖିରେ , ସବୁ ଦିନ ସୋଇଯିବ ସରଗ ଶାନ୍ତିରେ


ତୁମ ସିଂହ ଦ୍ଵାରା ଖୋଲିଛ ଠାକୁର  (2)

ଥରେ ସରଗ ଦୁଆର ଖୋଲିବା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ   (3)


( ସମାପ୍ତ )

Post a Comment

Previous Post Next Post