Skip to main content

କୋଟିଏ କରୁଣା କଲଣି ମଣିମା Lyrics | Ratha Chaka Tale Jiban Jau Lyrics | Bhakti Mandir

Odia Bhajan


 କୋଟିଏ କରୁଣା କଲଣି ମଣିମା (2)

ଆଉ ଗୋଟିଏ କରୁଣା କରିବା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ  (2)


କୋଟିଏ ଗୁହାରି ଶୁଣିଲନି ହରି  (2)

ଆଉ ଗୋଟିଏ ଗୁହାରି ଶୁଣିମା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ  (2)


( Music 1 )


ଆଜି ତ ନହେଲେ କଲି ଜୀବ ଏ ଜୀବନ  ,  ମରିଗଲେ ଧନ୍ୟ ହେବି ଶ୍ରୀ ଗୁଣ୍ଡିଚା ଦିନ

ଲୋଡା ନାହିଁ ଆଉ ମୋର ମଣିଷ ଜନମ , ରଥରେ ଦର୍ଶନ ଦିଅ ହେ କଳା ବାମନ 


ମୋର ଇଚ୍ଛା ସବୁ ପୁର କଲ ପ୍ରଭୁ (2)


ଶେଷ ଇଚ୍ଛା ସବୁ ପୁରଣ ହେଉ

ତୁମ ରଥ ଚକ ତଳେ ଜୀବନ ଯାଉ   (2)


(Music 2)


ମିଶି ଯାଉ ଦେହ ମୋର ଶ୍ରୀକ୍ଷେତ୍ର ମାଟିରେ , ଭକତ ଯାଆନ୍ତୁ ଚାଲି ମୋରି ପିଠିରେ  (2)

ଏମିତିକା ନିଦ ପ୍ରଭୁ ଦିଅ ମୋର ଆଖିରେ , ସବୁ ଦିନ ସୋଇଯିବ ସରଗ ଶାନ୍ତିରେ


ତୁମ ସିଂହ ଦ୍ଵାରା ଖୋଲିଛ ଠାକୁର  (2)

ଥରେ ସରଗ ଦୁଆର ଖୋଲିବା ହେଉ 


ତୁମ ରଥ ଚକ ତଳେ ଜୀବନ ଯାଉ   (3)


( ସମାପ୍ତ )

Comments

POPULAR POST

Garuda Purana: What Happens After Death | Consists of 18,000 verses | Bhakti Mandir 🙇

Padma Purana: The Lotus of Divine Knowledge | Srishti Khanda , Bhumi Khanda , Patala Khanda , Uttara Khanda

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇