ଦୀପଟିଏ ମୋତେ କରିଦିଅ ପ୍ରଭୁ , ଶ୍ରୀ ମନ୍ଦିରେ ଜଳୁଥିବି ....(2)
ତୋହରି ସେବାରେ ତୋ ସିଂହ ଦୁଆରେ.....(2)
ଜଳି ଜଳି ସରିଯିବି
ହୋ...... ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ , ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
( Music 1)
କରୁଥିବି ନୀତି ତୋର ଦରଶନ , ଲୋଡା ନାହି ପ୍ରଭୁ ଯଶ ଆଉ ମାନ....(2)
ଉଳସ ପତର କରିଦିଅ ପ୍ରଭୁ ...(2)
ତବ ସେବାରେ ଲାଗିବି ହୋ.... ତବ ସେବାରେ ଲାଗିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ , ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
( Music 2 )
ଆଖି ଲୁହ ମୋର କରୁଛି ଅର୍ପଣ , ଭକତି କୁ ମୋର କରହେ ଚନ୍ଦନ ..... (2)
ଫୁଲଟିଏ ମୋତେ କରିଦିଅ ପ୍ରଭୁ ... (2)
ପାଦ ତଳେ ରଖିଥିବି ହୋ.... ପାଦ ତଳେ ରଖିଥିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ , ଶ୍ରୀ ମନ୍ଦିରେ ଜଳୁଥିବି ....(2)
ତୋହରି ସେବାରେ ତୋ ସିଂହ ଦୁଆରେ.....(2)
ଜଳି ଜଳି ସରିଯିବି
ହୋ...... ଜଳି ଜଳି ସରିଯିବି
ଦୀପଟିଏ ମୋତେ କରିଦିଅ ପ୍ରଭୁ , ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
ଶ୍ରୀ ମନ୍ଦିରେ ଜଳୁଥିବି
( ସମାପ୍ତ )
Comments
Post a Comment