କୋଠ ଭୋଗ ଖିଆ Song Lyrics || Kotha Bhoga Khia Mo Chaka Akhia Song Lyrics || Bhakti Mandir

 କୋଠ ଭୋଗ ଖିଆ  ଆ........

କୋଠ ଭୋଗ ଖିଆ ମୋ ଚକା ଆଖିଆ  ... (2)

ଉଠ ହେ ପହଡ ଭାଙ୍ଗି , ଉଠ ହେ ପହଡ ଭାଙ୍ଗି 

ପଣ୍ଡା ପଡ଼ିହାରି କରନ୍ତି ଗୁହାରୀ  

ହେବାକୁ ଚନ୍ଦନ ଲାଗି .. (2)

କୋଠ ଭୋଗ ଖିଆ ମୋ ଚକା ଆଖିଆ  ...


( Music )


ନିଦା ପଥର ହେ ନିଦକେ ଶୋଇଲ , ଷାଠିଏ ପଉଟି ଖାଇ 

                                        ଷାଠିଏ ପଉଟି ଖାଇ 

ଅନାଥ ଜନଙ୍କ ଡାକ ନାଁ ଶୁଣୁଛ... (2)

ଜଗତର ନାଥ ହୋଇ......


ଆରତୀ ବେଳ ଯେ ଗଡି ଯାଉଅଛି

ଉଠ ହେ ଛପନ ଭୋଗୀ 

ହେବାକୁ ଚନ୍ଦନ ଲାଗି

କୋଠ ଭୋଗ ଖିଆ  ଆ........ 


( Music 2)


ପତିତ ପାବନ ବାନା ଉଡାଉଛ , ପତିତ ଉଦ୍ଧାର ପାଇଁ .......

                                    ପତିତ ଉଦ୍ଧାର ପାଇଁ 

ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ.... (2)

ମୋ ଡାକ କି ଶୁଭୁ ନାହିଁ 


ଏଡ଼େ ବଡ଼ ପଣ କହି ଅଛି ପ୍ରଭୁ

କୁହ ତେବେ କହ ଲାଗି

ହେବାକୁ ଚନ୍ଦନ ଲାଗି


କୋଠ ଭୋଗ ଖିଆ ମୋ ଚକା ଆଖିଆ  ... (2) 

ଉଠ ହେ ପହଡ ଭାଙ୍ଗି , ଉଠ ହେ ପହଡ ଭାଙ୍ଗି 

ପଣ୍ଡା ପଡ଼ିହାରି କରନ୍ତି ଗୁହାରୀ  

ହେବାକୁ ଚନ୍ଦନ ଲାଗି .. (2)

କୋଠ ଭୋଗ ଖିଆ ମୋ ଚକା ଆଖିଆ  ...


ଉଠ ହେ ପହଡ ଭାଙ୍ଗି , 

ଉଠ ହେ ପହଡ ଭା.......ଙ୍ଗି

( ସମାପ୍ତ )

Post a Comment

Previous Post Next Post