ଚନ୍ଦନ ଲାଗି ବେଳ ହେଲା || ଚନ୍ଦନ ଲାଗି ବେଳ ହେଲା || Odia Bhajan Lyrics || Bhakti Mandir

 ଚନ୍ଦନ ଲାଗି ବେଳ ହେଲା ..... (2)

ଉଠ ଉଠ ଉଠ .....(2)

ହେଉ ଶୁଣିମା 

ଆହେ ମଣିମା.....(2)


ସିଂହଦୁଆରେ ଲାଗିଗଲା.....(2)

ଭକତଙ୍କ ଭିଡ଼ .... (2)

ହେଉ  ଜାଣିମା 

ଆହେ ମଣିମା ....(2)


( Music 1 )


ବାସି ହେଲା ଫୁଲ ଶେଯ , ମଉଳିଲା ସଜବାଜ 

ଉଠିବା ହେଉ ହେ ଛାଡି ପହିଜ 


ଉଠିବା ବେଳକୁ ଜାଣେ , ରୋଷ ଘରେ ସାଆନ୍ତାଣୀ

ପାହାନ୍ତି ଖେଚୁଡ଼ି ରାନ୍ଧି ଦେଲେଣି

ଶୀତଳ ନ ହେଉ ... (2)

ଲକ୍ଷ୍ମୀ ରାନ୍ଧଣା

ଆହେ  ମଣିମା ... (2)


( Music 2)


ହରି ବୋଲ ହୁଲ ହୁଳି , ବଡ଼ ଦାଣ୍ଡରେ ଗହଳି 

ଆରତୀ ପାଇଁକି ସବୁ ବିକଳ 


ଅପହଡ଼ ହେଲେ ସିନା , ଦୋହଲିବ ତୁମ ବାନା 

ଜଗତ ହେବ ହେ ଚଳ ଚଞ୍ଚଳ

ତୁମେ ପାରା ଜାଣ , ତୁମେ ପାରା ଜାଣ

ତୁମ ମହିମା


ଆହେ ମହିମା 


ଚନ୍ଦନ ଲାଗି ବେଳ ହେଲା ..... (2) 

ଉଠ ଉଠ ଉଠ .....(2)

ହେଉ ଶୁଣି

ମା 

ଆହେ ମଣିମା.....(2)


( ସମାପ୍ତ )


BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post