ଚନ୍ଦନ ଲାଗି ବେଳ ହେଲା ..... (2)
ଉଠ ଉଠ ଉଠ .....(2)
ହେଉ ଶୁଣିମା
ଆହେ ମଣିମା.....(2)
ସିଂହଦୁଆରେ ଲାଗିଗଲା.....(2)
ଭକତଙ୍କ ଭିଡ଼ .... (2)
ହେଉ ଜାଣିମା
ଆହେ ମଣିମା ....(2)
( Music 1 )
ବାସି ହେଲା ଫୁଲ ଶେଯ , ମଉଳିଲା ସଜବାଜ
ଉଠିବା ହେଉ ହେ ଛାଡି ପହିଜ
ଉଠିବା ବେଳକୁ ଜାଣେ , ରୋଷ ଘରେ ସାଆନ୍ତାଣୀ
ପାହାନ୍ତି ଖେଚୁଡ଼ି ରାନ୍ଧି ଦେଲେଣି
ଶୀତଳ ନ ହେଉ ... (2)
ଲକ୍ଷ୍ମୀ ରାନ୍ଧଣା
ଆହେ ମଣିମା ... (2)
( Music 2)
ହରି ବୋଲ ହୁଲ ହୁଳି , ବଡ଼ ଦାଣ୍ଡରେ ଗହଳି
ଆରତୀ ପାଇଁକି ସବୁ ବିକଳ
ଅପହଡ଼ ହେଲେ ସିନା , ଦୋହଲିବ ତୁମ ବାନା
ଜଗତ ହେବ ହେ ଚଳ ଚଞ୍ଚଳ
ତୁମେ ପାରା ଜାଣ , ତୁମେ ପାରା ଜାଣ
ତୁମ ମହିମା
ଆହେ ମହିମା
ଚନ୍ଦନ ଲାଗି ବେଳ ହେଲା ..... (2)
ଉଠ ଉଠ ଉଠ .....(2)
ହେଉ ଶୁଣି
ମା
ଆହେ ମଣିମା.....(2)
( ସମାପ୍ତ )
Comments
Post a Comment