ଭଜି ଭଜି ତୋ ନାମ ଚକାନୟନ Full Song Lyrics | Bhaji Bhaji To Nama Chaka Nayan Full Song Lyrics | Bhakti Mandir

 



ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ
ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

ଏହି ପରାଣ ବିକି ଦେଇଛି ତୋତେ, ମୋହରି ହାନି ଲାଭ ସବୁ ତୋ ହାତେ (୨)
ଗଳାର ମାଳି ମୋର ରଙ୍କୁଣି ଧନ, ପର କରିବୁ ନାହିଁ ତତେ ମୋ ରାଣ
ମୋର ଯିବ ଜୀବନ
ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ
ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

ଧନ ସଂପତ୍ତି ମୋର ହୋଇବ କିସ, ଲୋଡା ନାହିଁ ତ ମତେ ସରଗ ବାସ (୨)
ହାତ ପତେଇ ମାଗି ଖାଇବି ତୋର, ମନ ଖୁସିରେ ତୋର ପ୍ରସାଦ ଅନ୍ନ
ମୋର ଯିବ ଜୀବନ
ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ
ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

ତୋର ଶ୍ରିପଦେ ମୋର ଏହି ମିନତି, ବଡ଼ ଦେଉଳେ ବସି ଥାଆ ସେମିତି (୨)
ଦେଖାଇ ସେହି ରଙ୍ଗ ଅଧର ହସ, ଭକତଙ୍କର କିଣି ନେଉଥା ମନ
ମୋର ଯିବ ଜୀବନ
ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ
ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

Post a Comment

Previous Post Next Post