Skip to main content

Posts

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Lyrics in odia | Dhika Jiban Ta Sehi Jia Prabhu Nama Dhare nahi Full Song Lyrics | BHAKTI MANDIR

ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ Full Song Lyrics BHAKTI MANDIR ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ସେ ଜୀବନେ କିଛି ମାନେ ନାହିଁ , ସେ ଜୀବନେ କେବେ ମୋକ୍ଷ ନାହିଁ  (2) ଯହିଁ ଜଗା ବହୁ ଛାଇ ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2) ----- Music ---------- ରସନା ବାସନା ସକଳ ରମଣ ଏ ତ ପଶୁ ତୁଲ୍ୟ କର୍ମ  ମଣିଷ ଜୀବନ ପାଇଛୁ ଯଦି ତୁ କରିଯାଅ କିଛି ପୁଣ୍ୟ ଏହି ଦେହ ମାଟି ବଉଳା ଗାଈ  , ଯେଉଁଠୁ ଆସିଛି ଯିବା ପଳାଇ  (2)  ତୋ ସାଥିରେ ଯିବେନି କେହି  ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ---------- Music --------- ଆଜି ମରିଗଲେ କାଲି କି ଦି'ଦିନ  , ତୋତେ ସବୁ ଭୁଲି ଯିବେ  ସାତ ପୁରୁଷର ଗଣ୍ଠିଧନ ତୋର  , ବାଣ୍ଟି କୁଣ୍ଟି ନେଇଯିବେ  ପାପ କଲେ ନର୍କ ଏଠି ଭୋଗିବୁ  , ପୁଣ୍ୟ କଲେ ପ୍ରଭୁ ପାଶେ ରହିବୁ  | ତୋର ଆନ ଗତି କିଛି ନାହିଁ ..... ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ସେ ଜୀବନେ କିଛି ମାନେ ନାହିଁ  ସେ ଜୀବନେ କେବେ ମୋକ୍ଷ ନାହିଁ ଧିକ ଜୀବନ ତ ସେହି ଯିଏ ପ୍ରଭୁ ନାମ ଧରେ ନାହିଁ (2)  ( ସମାପ୍ତ )   👈Watch This On Our Channel And Enjoy

ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo

ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ କିଞ୍ଚିତେ କରୁଣା କଲେ ......          କୂଳରେ  ଲଗିବି ଯାଇ ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------ ଖଣ୍ଡା ଖର୍ପର ଧାରିଣୀ            ସର୍ବ ଶତ୍ରୁ ବିନାଶିନୀ - (2) ଘେନ ମୋର ନିବେଦନ .....          ପଦ୍ମ ପାଦେ କର ତ୍ରାହି ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ  କୁ ପୁତ୍ର କୁ ରକ୍ଷା କର ...... ,       ଅଭୟ ବର କୁ ଦେଇ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 ) ମନେ କରିଛି ଭରଷା .......          ତୁହି ସର୍ବ ଶକ୍ତି ମୟୀ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ  ----- ( Music ) ------  ବିଷମ ମାୟା ତୁମ୍ଭର  , ମୁଁ କି ଜାଣେ ନର ଛାର .... ( 2) ବସିଛୁ ହୋଇ ପଥର ........           ଡାକ କର୍ଣ୍ଣେ  ଶୁଭୁ ନାହିଁ ଦୟାକର ଦୟାମୟୀ ରଖ ପଣତ ଘୋଡାଇ...

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା ମୋହପରି ଦୀନହୀନ ଧରାଧାମେ ନାହିଁ ଶୁଣା || (ଘୋଷା ) 1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |     ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |      ପିଇବା ଆଗୁ ଭଣ୍ଡିଲ ଯାଚି ସୁମଧୁର ପଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 3. ବିତରୀ ସଂସାର ସାର ଫଳକୁ କଲ ଅସାର  |      ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||          || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |      ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |      ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

ଗୋ ରାଧେ ବଂଶୀଟି ଆମ୍ଭର ଦିଅ | go radhe banshi ti ambhar dia full song lyrics | Bhakti Mandir by Dillip kumar Sahoo

ଅତି ଯତନରେ ବଂଶୀ ଗଢ଼ାଇଲି , ସୁନା ର ବେଣ୍ଟ ଲଗାଇ  କେ ଯାଇ କହିବ ମାତା ଯଶୋଦାଙ୍କୁ --(2) ବଂଶୀ ମୋ ନେଲେ ଚୋରାଇ ଗୋ  ରାଧେ  ବଂଶୀ ଟି ଆମ୍ଭର ଦିଅ ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ  ହସ୍ତର କଙ୍କଣ ଗଳା ମୋତି ହାର ..... (2) ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 1 ) କଳା ବନ୍ଧ ଶାଢ଼ୀ ପିନ୍ଧିବାର ବେଳେ , ଅନାଇ ଥିଲି ଗୋ ତୋତେ ..... (2) ଆଗର ପଣତ ପଛକୁ ପକାଇ .. (2) ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 2) ବଂଶୀ ଚାରିପାଖେ ସୁବର୍ଣ୍ଣ ଛୁଆଣୀ , ବାନା ଉଡେ ତିନିପୁର ... (2) କହେ ସାଲବେଗ ଜାତିରେ ଯବନ ...(2) ହଟିଆ ନାଗର ବର ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ହସ୍ତର କଙ୍କଣ ଗଳା ମୋତି ହାର ..... (2)  ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ... (3) ( ସମାପ୍ତ )

ବାରମାସୀ ଗୀତ | Baramashi Gita | bhakti Mandir By Dillip Kumar Sahoo

1.      ମାର୍ଗଶୀର     ଆଦ୍ୟ ମାର୍ଗଶୀର ମାସର ଶୀତ ,   ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ........  |    ମୁଁ ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ     କାହୁଁ ଆଣିଦେବି କମଳା କାନ୍ତ ମୋ କାହ୍ନୁ ରେ  ||  2.        ପୌଷ       ପୌଷେ ଚନ୍ଦ୍ରାବଳୀ ଚପୋଳି ବସି ,     ହସ୍ତେ ବନମାଳ କଣ୍ଠେ ତୁଳସୀ  |     ସେ ଦିନ ଜାଣିଲି ଏ ଗୋବିନ୍ଦ ବର ,     କୃଷ୍ଣ କଥା ଯାକ ବଡ ମନୋହର କାହ୍ନୁ ରେ  || 3.          ମାଘ      ମାଘରେ ମଘୋଇ ଆସିବେ ବୋଲି ,     ସେ ଯଶ ଜାଣିଲି ପାଖୁଡ଼ା ମେଲି  |     ଉଜାଗି ବସିଲି ମାଣିକ ବତୀ ,      ନୀତି ଉଜାଗରେ ପହିଲା ରାତି ମୋ କାହ୍ନୁ ରେ  || 4.        ଫାଲଗୁନ     ଫାଲଗୁନ ମାସରେ ଦୋଳ ଗୋବିନ୍ଦ ,      ଫଗୁ ଖେଳୁଛନ୍ତି ପରମାନନ୍ଦ |     ଅଭିର ସାଙ୍ଗ ଝାଲେରୀ ମିଶାଇ ,     ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ ମୋ କାହ୍ନୁ ରେ  || 5....

କରମଳା କଳା ମେଘ ଝରି ଝରି ଆସ || Kara malla Kalla megha jhari jhari asa || Bhakti Mandir 🙇🏼‍♂️

କରମଳା କଳା ମେଘ ଝରି ଝରି ଆସ , ମୋ ଚିତ୍ତ ଚାତକେ ...  ଆଉ  (2)  ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) --> ଯେତେ ନଦୀ ନାଳ ଝରଣା ଯାକର ,       କେଉଁ ଥିରେ ତୃଷ୍ଣା ନ ମେଣ୍ଟ ଇ ମୋର  ... (2) ଏକା ତୁମ୍ଭ କୃପା ଜଳେ .. (2) ମେଣ୍ଟିବ ମୋ ଶୋଷ ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 1) ଏ ମାୟା ସଂସାର ଜଞ୍ଜାଳ କପୋତ , ଜଳି ଜଳି ପ୍ରାଣ ହୁଏ ସଞ୍ଚାପିତ || (2) ତ୍ରିଭୁଜ ଆଡ଼ପ ପରେ .... (2) ଉଠ ପୀତବାସ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 2) ଆହେ ହୃଦନାଥ ଭାବିଛ କି ପର ,  ପରାଣ ବନ୍ଧୁ ମୋ ଅଭିନ ସୁନ୍ଦର  ||    (2) ଅରଜୀବ କେଉଁ ଯଶ .... (2) ଭକ୍ତ ଗଲେ ନାଶ  ହୋ .... କରମଳା କଳା ମେଘ ଝରି ଝରି ଆସ , (2) ମୋ ଚିତ୍ତ ଚାତକେ ... (2)  ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) ( ସମାପ୍ତ )

ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ || Ahe Dina bandhab || Bhakti Mandir 🙇🏼‍♂️

ସବୁ କାଢି ନେଇ କାଙ୍ଗାଳ ସଜାଇ ...... ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ  Starting Music .... ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... (2) ସବୁ କାଢି ନେଇ କାଙ୍ଗାଳ ସଜାଇ ....(2).  ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 1 ) ଗର୍ବ ଅଭିମାନ ହିଂସା ପାପ କାମ , ସବୁ କାଢି ନେଇ ଦିଅ ପଦେ ସ୍ଥାନ .. (2) ଧନ ଜନ ପଦ ହୋ ...... ଧନ ଜନ ପଦ , କାମନା ଗୌରବ .... (2) ନିଅ ଆହେ କାଢି ନିଅ ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 2) ଅପରାଧୀ ଏହି ଯେଉଁ ଚତୁର୍ବିଂଶ , ସର୍ବଦା ମୋ ପାଶେ କରନ୍ତି ଅବଶ ... (2) ଦାସଠାରେ କିମ୍ପା .... ହୋ ..... ଦାସଠାରେ କିମ୍ପା କରିଅଛ ରୋଷ ... (2) କୃପା ନେତ୍ରେ ଅବ ଚାହଁ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 3 ) ଆହେ ହୃଦାନଥ ଭାବୁଛ କି ପର , ପରାଣ ବନ୍ଧୁ ହେ ନୁହେଁ ମୁଁ ଅନ୍ୟର .. (2) ଭାବେ ଅଭିରାମ ...... ଅ ...... ଭାବେ ଅଭିରାମ , ତୋ କିଣା ଦାସକୁ  ... (2) ପାଦ ପଦ୍ମେ ସ୍ଥାନ ଦିଅ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ସବୁ କାଢି ନେଇ...