Skip to main content

Posts

Showing posts from April, 2025

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା || Krupa Sindhu Dinabandhu Full Song Lyrics | Bhakti Mandir

କୃପାସିନ୍ଧୁ ଦିନବନ୍ଧୁ କାହିଁକି କରୁଣା ଉଣା ମୋହପରି ଦୀନହୀନ ଧରଧାମେ ନାହିଁ ଶୁଣା || (ଘୋଷା ) 1. ଭାବି ଯା ନଥିଲି ମନେ , ବସାଇ ଉଚ୍ଚ ଆସନେ |     ସୁଖ ସଙ୍ଗେ ଦୁଃଖ ଦେବା ରିତିତ ନଥିଲା ଜଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 2. ତୃଷାର୍ତ୍ତ  ଜନେ ଆଦରେ ଡାକି ବସାଇ ପାଶରେ |      ପିଇବା ଆଗୁ ଭଣ୍ଡିଲ ନାଚି ସୁମଧୁର ପଣା ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 3. ବିତରୀ ସଂସାର ସାର ଫଳକୁ କଳା ଅସାର  |      ତାରକି ମୋ ଭାଗ୍ୟ ଦୋଷ ଭାବି ମୁଁ ହେଉଛି ବଣା ||          || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 4. ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ |      ନୋହୁଛି ଦୁଃଖିତ ପ୍ରଭୁ ପଡ଼ିଏ ବିପଦେ ସିନା ||         || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା ) 5. ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାର ବିନ୍ଦ |      ହେ ମଧୁ ହାରି ମୁକୁନ୍ଦ ମୋ ଦୁର୍ଭାଗ୍ୟ କରଚୁନା  ||        || କୃପାସିନ୍ଧୁ ଦିନବନ୍ଧୁ ..... || (ଘୋଷା )

ଗୋ ରାଧେ ବଂଶୀଟି ଆମ୍ଭର ଦିଅ | go radhe banshi ti ambhar dia full song lyrics | Bhakti Mandir by Dillip kumar Sahoo

ଅତି ଯତନରେ ବଂଶୀ ଗଢ଼ାଇଲି , ସୁନା ର ବେଣ୍ଟ ଲଗାଇ  କେ ଯାଇ କହିବ ମାତା ଯଶୋଦାଙ୍କୁ --(2) ବଂଶୀ ମୋ ନେଲେ ଚୋରାଇ  ରାଧେ  ବଂଶୀ ଟି ଆମ୍ଭର ଦିଅ ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ  ହସ୍ତର କଙ୍କଣ ଗଳା ମୋତି ହାର ..... (2) ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 1 ) କଳା ବନ୍ଧ ଶାଢ଼ୀ ପିନ୍ଧିବାର ବେଳେ , ଅନାଇ ଥିଲି ଗୋ ତୋତେ ..... (2) ଆଗର ପଣତ ପଛକୁ ପକାଇ .. (2) ବଂଶୀ ଲୁଚାଇଲୁ ମୋତେ ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ( Music 2) ବଂଶୀ ଚାରିପାଖେ ସବର୍ଣ୍ଣ ଛୁଆଣୀ , ବାନା ଉଡେ ତିନିପୁର ... (2) କହେ ସାଲବେଗ ଜାତିରେ ଯବନ ...(2) ହଟିଆ ନାଗର ବର ଗୋ ରାଧେ  ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ହସ୍ତର କଙ୍କଣ ଗଳା ମୋତି ହାର ..... (2)  ଯାହା ଇଚ୍ଛା ତାହା ନିଅ ଗୋ ରାଧେ .... ବଂଶୀ ଟି ଆମ୍ଭର ଦିଅ  ଗୋ ରାଧେ ବଂଶୀ ଟି ଆମ୍ଭର ଦିଅ ... (3) ( ସମାପ୍ତ )

ବାରମାସୀ ଗୀତ | Baramashi Gita | bhakti Mandir By Dillip Kumar Sahoo

1.      ମାର୍ଗଶୀର     ଆଦ୍ୟ ମାର୍ଗଶୀର ମାସର ଶୀତ ,   ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ୍ତ........  |    ମୁଁ ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ     କାହୁଁ ଅଣିଦେବି କମଳା କାନ୍ତ ମୋ କାହ୍ନୁ ରେ  ||  2.        ପୌଷ       ପୌଷେ ଚନ୍ଦ୍ରା ବଳୀ ଚପୋଳି ବସି ,     ହସ୍ତେ ବନମାଳ କଣ୍ଠେ ତୁଳସୀ  |     ସେ ଦିନ ଜାଣିଲି ଏ ଗୋବିନ୍ଦ ବର ,     କୃଷ୍ଣ କଥା ଯାକ ପଦେ ମନୋରମ କାହ୍ନୁ ରେ  || 3.          ମାଘ      ମାଘରେ ମଘୋଇ ଆସିବେ ବୋଲି ,     ସେ ଯଶ ଜାଣିଲି ପାଖୁଡ଼ା ମେଲି  |     ଉଜାଗି ବସିଲି ମାଣିକ ବତୀ ,      ନୀତି ଉଜାଗରେ ପହିଲା ରାତି ମୋ କାହ୍ନୁ ରେ  || 4.        ଫାଲଗୁନ     ଫାଲଗୁନ ମାସରେ ଦୋଳ ଗୋବିନ୍ଦ ,      ଫଗୁ ଖେଳୁଛନ୍ତି ପରମାନନ୍ଦ |     ଅଭିର ସାଙ୍ଗ ଝାଲେରୀ ମିଶାଇ ,     ଫଗୁ ଖେଳୁଛନ୍ତି ଯାଦୁ ଗୋସାଇଁ ମୋ କାହ୍ନୁ ରେ  || 5...

କରମଳା କଳା ମେଘ ଝରି ଝରି ଆସ || Kara malla Kalla megha jhari jhari asa || Bhakti Mandir 🙇🏼‍♂️

କରମଳା କଳା ମେଘ ଝରି ଝରି ଆସ , ମୋ ଚିତ୍ତ ଚାତକେ ... (2) ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) --> ଯେତେ ନଦୀ ନାଳ ଝରଣା ଯାକର ,       କେଉଁ ଥିରେ ତୃଷ୍ଣା ନ ମେଣ୍ଟ ଇ ମୋର  ... (2) ଏକା ତୁମ୍ଭ କୃପା ଜଳେ .. (2) ମେଣ୍ଟିବ ମୋ ଶୋଷ ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 1) ଏ ମାୟା ସଂସାର ଜଞ୍ଜାଳ କପୋତ , ଜଳି ଜଳି ପ୍ରାଣ ହୁଏ ସଞ୍ଚାପିତ || (2) ତ୍ରିଭୁଜ ଆଡ଼ପ ପରେ .... (2) ଆଖ ପୀତବାସ..... ହୋ .... କରମଳା କଳା ମେଘ ଝରି ଝରି ଆସ , (2) ( Music 2) ଆହେ ହୃଦନାଥ ଭାବିଛ କି ପର ,  ପରାଣ ବନ୍ଧୁ ମୋ ଅଭିନ ସୁନ୍ଦର  ||    (2) ରାଜୀବ କେଉଁ ଯଶ .... (2) ଭକ୍ତ ଗଲେ ନାଶ  ହୋ .... କରମଳା କଳା ମେଘ ଝରି ଝରି ଆସ , (2) ମୋ ଚିତ୍ତ ଚାତକେ ... (2)  ଆଉ ନ କର ନିରାଶ .... ହୋ ....କରମଳା କଳା ମେଘ ଝରି ଝରି ଆସ ,  (2) ( ସମାପ୍ତ )

ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ || Ahe Dina bandhab || Bhakti Mandir 🙇🏼‍♂️

ସବୁ କାଢି ନେଇ କାଙ୍ଗାଳ ସଜାଇ ...... ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ  Starting Music .... ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... (2) ସବୁ କାଢି ନେଇ କାଙ୍ଗାଳ ସଜାଇ ....(2).  ଶ୍ରୀ ଚରଣେ ସ୍ଥାନ ଦିଅ  ... ମୋତେ ଆପଣା ର କରି ନିଅ ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 1 ) ଗର୍ବ ଅଭିମାନ ହିଂସା ପାପ କାମ , ସବୁ କାଢି ନେଇ ଦିଅ ପଦେ ସ୍ଥାନ .. (2) ଧନ ଜନ ପଦ ହୋ ...... ଧନ ଜନ ପଦ , କାମନା ଗୌରବ .... (2) ନିଅ ଆହେ କାଢି ନିଅ ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 2) ଅପରାଧୀ ଏହି ଯେଉଁ ଚତୁର୍ବିଂଶ , ସର୍ବଦା ମୋ ପାଶେ କରନ୍ତି ଅବଶ ... (2) ଦାସଠାରେ କିମ୍ପା .... ହୋ ..... ଦାସଠାରେ କିମ୍ପା କରିଅଛ ରୋଷ ... (2) କୃପା ନେତ୍ରେ ଅବ ଚାହଁ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ( Music 3 ) ଆହେ ହୃଦାନଥ ଭାବୁଛ କି ପର , ପରାଣ ବନ୍ଧୁ ହେ ନୁହେଁ ମୁଁ ଅନ୍ୟର .. (2) ଭାବେ ଅଭିରାମ ...... ଅ ...... ଭାବେ ଅଭିରାମ , ତୋ କିଣା ଦାସକୁ  ... (2) ପାଦ ପଦ୍ମେ ସ୍ଥାନ ଦିଅ  ମୋତେ ଆପଣା ର କରି ନିଅ  ଆହେ ଦୀନ ବାନ୍ଧବ , ମୋତେ ଆପଣା ର କରି ନିଅ  ... ସବୁ କାଢି ନେଇ...

ନିଶ୍ୱ କରହେ ମୋତେ ବିଶ୍ଵ ବିହାରୀ || Niswa Karahe Mote Biswa Bihari || Bhakti Mandir 🙇🏻‍♂️

ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2) ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)  ( Music 1 ) " ଅଳପ ଚାହିଁଲି ଅନେକ ପାଇଲି  ,  ଆଉ କିଛି ଚାହେଁନା  | ଅମୃତ ଭାବନା କରେ ଆନମନା , କିଛି ଭଲ ଲାଗେନା ||  " (2) ଜୀବନଟା ଲାଗି ଲାଣି .... (2) ଏବେ ଭାରି ଭାରି....... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ( Music 2 ) ମଳୟ ପରଷ ନ ପାଇଲି , ବାସ ନାହିଁ ଚନ୍ଦନେ | ତୁମକୁ ନ ପାଇ ଯେତେ ଯାହା ପାଇଲେ , ଶାନ୍ତି ନାହିଁ ଜୀବନେ  || (2) ଅଶାନ୍ତି ରୁ ପ୍ରଶାନ୍ତିକୁ... (2) ପ୍ରାଣ ହୁଏ ଝୁରି ... ଏତିକି ବୁଝିବା ମୋର ହୋଇଗଲା ଡେରି ... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2) ଖାଲି ଖାଲି ଆସିଥିଲି .... (2)  ଖାଲି ଯିବି ଫେରି ..... ଏତିକି ବୁଝିବା ମୋର ହୋଇଗଲା ଡେରି.... ନିଶ୍ବ କରହେ ମୋତେ ବିଶ୍ଵ ବିହାରୀ .. (2)

ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

     କଥା : -         ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)             ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)                         ତୁମ୍ଭେ ଗରିବ ଗଣ୍ଠି ଧନ  START SINGING  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)  ତୁମ୍ଭେ ଗରିବ ଗଣ୍ଠି ଧନ ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 1 ) ଆହେ କରୁଣା ସିନ୍ଧୁ  , ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2) କଞ୍ଜ ଚରଣେ ଦିଅ ସ୍ଥାନ  ( Music 2 ) ବ୍ରଜରାଜ ତନୂଜ ଘେନିବାରେ ଅରଜ ,  ଶିଖା ସହଜ ସୂତ୍ର ଧ୍ୟାନ ... (2) ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2) ଚଞ୍ଚଳେ ଦେବ ଦରଶନ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 3 ) ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ , ଚାଲିଯିବା ମୋ ଅଘଟଣ .... (2) ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2) ତହୁଁ  ବଳିକି ଅଛି ପୁଣ୍ୟ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ........

ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2) ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music  1) କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି , ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ...... ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବଜୁଛି ବାଜଣା  | କଣେ ଦେଲେକି ମାଣେ  , ତୁମ ସରିବା ମହିମା  || ହେ ସାଆନ୍ତ ବଡ଼ ବାବୁ  , ତୁମ ମୋହର ସବୁ  || (2) ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ....... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music 2 ) ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  , ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  || ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ , କିଏ ସେ ଭରିବା ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ || ଦୁଃଖ ଶୂନ୍ୟ ଥାଳ ନେଇ , ଫେରିଯିବି ଭାବଗ୍ରାହୀ ... (2) ସରଗ ଦ୍ଵାର କୁ ଆହେ ଦୟାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ...

ମାନ ଉଦ୍ଧାରଣ , କାରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

ମାନ ଉଦ୍ଧାରଣ  , କାରହେ କାରଣ  ଶରଣ ମୁଁ ତୁମ୍ଭ ପଦ ତଳେ  || 1. ଆନଥର  , ନୀଳଗିରି ନାଥ    ଜଗନ୍ନାଥ ନାମ ନୀଳାଚଳେ .. ||    ମାନ ଉଦ୍ଧାରଣ  , କାରହେ କାରଣ      ଶରଣ ମୁଁ ତୁମ୍ଭ ପଦ ତଳେ  || 2. ମହୋଦଧି କୂଳେ  , କଳ୍ପ ବଟ ମୂଳେ      ବିଜେ ଆରିଛ ବଡ଼ ଦେଉଳେ... ||      ମାନ ଉଦ୍ଧାରଣ  , କାରହେ କାରଣ         ଶରଣ ମୁଁ ତୁମ୍ଭ ପଦ ତଳେ  || 3. ଲକ୍ଷେ ଯୋଜନ ରେ , ଗଜଡାକ ଦେଲା       ତା ଡାକ ଶୁଣିଲ ପଶା ଖେଳେ  |      ମାରକଣ୍ଡ ଋଷି ,  ଯାଉଥିଲେ ଭାସି       ଉଦ୍ଧରି ଧରିଲ ବାମ କରେ  ||  ପାଳି :-   ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ      ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ |      ଲଙ୍କାରେ ରାବଣ  , ବଧିଲ ଆପଣ      ଜନକ ନନ୍ଦିନୀ ସୀତା ଛଳେ || ପାଳି :-      ମାନ ଉଦ୍ଧାରଣ  , କାରହେ କାରଣ...

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ . | Dine Jugalla Nidra Bhangiba re Full song Lyrics | Odishi Sankirtan Song | Bhakti Mandir By Dillip Kumar Sahoo

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ  ତୋ ମନ ଯେବେ ମୋଓ ଠାରେ  ମୋ ମନ ତୋ ଠାରେ ଥିବ  ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁଣ ଦଇବ ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 1 ) ବାଟ ଡକାଇତ ବାଟେ ବସିଅଛି  ତୋତେ ଛାଡ଼ି ମୋତେ ନେବ ...... ତୁ ମୁଁ ଦୁହେଁ ଚିହ୍ନା ଚିହ୍ନି ହେଲେ  କି କରିବା କାଳ ଯମ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 2) ହାଡ଼ ରକ୍ତ ଚର୍ମ ମାଉଁସ ଜୀବନ  ତାର ସଙ୍ଗେ କିବ ଭାବ  ତୁ ମୁଁ ଏକ ଗରଭୁ ସ୍ତମ୍ଭୂତ  ନ ପାଇଲେ ବ୍ରହ୍ମା ଶିବ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 3 ) ତୁ ପରା ବଲ୍ଲଭ ଲଗାଇଛୁ ଭାବ  ଭାବ ସଙ୍ଗେ କିଭିବ ଲାଭ  ଅରକ୍ଷିତ ଦାସ ଗୀତରେ ଭଣିଲେ  ଖଣ୍ଡ ଗିରି (ଓଳାଶୁଣି ) ରେ ଭେ ଟି ବ ହେ ..... ମିତଣୀ  ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁ...

ଥକା ମନ ଚାଲ ଯିବା ଚକା ନୟନ ଦେଖିବା | Thaka Mana Chalaa Jiba Full song Lyrics | Bhakti Mandir By Dillip Kumar sahoo

ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) ଶଙ୍ଖ ନାହିଁ ମଣ୍ଡଳରେ (2)  ବେନି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 1 ) ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2) ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ସରିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 2 ) ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ  ..(2) ଛତା ତଳେ ରହି ଦଣ୍ଡେ  ସାଧୁଙ୍କୁ ସେବା କରିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 3 ) ବାଇଶି ପାହାଚେ ସଖା , କୈବଲ୍ୟ ହେଉଛି ବିକା (୨) ହାଣ୍ଡିକ ପଡ଼େ ସିଉକା  ମନ ରଙ୍କା ଛଡ଼ାଇବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 4 ) ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ  ବଳ ରାମଙ୍କୁ ଦେଖିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ଶଙ୍ଖ ନାହିଁ ମଣ୍ଡଳରେ (2) ଏହି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( ସମାପ୍ତ )